ଯାଜପୁର ଜିଲ୍ଲାରେ ଏହି ଛୋଟିଆ କାରଣରୁ ଗ୍ୟାସ ସିଲିଣ୍ଡର ଫାଟି ଗୋଟିଏ ପରିବାରର ୫ ଜଣ ହେଲେ ଗୁରୁତର : ପଢନ୍ତୁ ପୁରା ଖବର

ଯାଜପୁର ସଦର ଥାନା ଅନ୍ତର୍ଗତ ଖଇରାବାଦ ପଞ୍ଚାଯତ କଳିନ୍ଦ୍ରାବାଦ୍ ଗାଁରେ ଘଟିଯାଇଛି ଏକ ଅଘଟଣ । ରୋଷେଇ କଲାବେଳେ ଗ୍ୟାସ ସଲିଣ୍ଡର ଟାଙ୍କି ଫାଟି ଗୋଟିଏ ପରିବାରର ୫ ଜଣ ସଦସ୍ୟ ଗୁରୁତର ଭାବରେ ଆହତ ହୋଇଛନ୍ତି । ଆହତ ବ୍ୟକ୍ତିମାନେ ହେଲେ ମହେନ୍ଦ୍ର କୁମାର ସାହୁ(୭୦), ଅଳକାମଣୀ ସାହୁ(୬୫), ସବିତା ସାହୁ(୧୩), ଅଖଜୀ ସାହୁ(୩୫) ଓ ରାଜୁ ସାହୁ (୩୫)।

ତେବେ ସୂଚନା ମୁତାବକ ଆଜି ଅପରାହ୍ନରେ ରୋଷେଇ କରୁଥିବା ସମୟରେ ଗ୍ୟାସ ଟାଙ୍କି ପାଇପ ମୋଡ଼ି ହୋଇଯାଇଥିଲା । ଏହି ପାଇପକୁ ଠିକ୍ କରୁଥିବା ସମୟରେ କୌଣସି କାରଣରୁ ହଠାତ ଟାଙ୍କିରୁ ପାଇପ ଅଲଗା ହୋଇଯାଇଥିଲା ଓ ଟାଙ୍କିରୁ ଗ୍ୟାସ ବାହାରିବାକୁ ଲାଗିଲା । ଦେଖୁ ଦେଖୁ ସିଲିଣ୍ଡରଟି ହଠାତ ଫାଟି ଗଲା । ଫଳରେ ଘରେ ଥିବା ୫ ଜଣ ସଦସ୍ୟ ଦୁର୍ଘଟଣାର ଶିକାର ହୋଇଥିଲେ ।

ବିସ୍ଫୋରଣ ଏଟେ ବଡ଼ ଥିଲା ଯେ ପାଖପଡ଼ିଶା ଲୋକେ ଧାଇଁ ଯାଇ ଏନେଇ ଯାଜପୁର ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ଓ ପରେ ଆମ୍ବୁଲାନସ ଯୋଗେ ଆହତମାନଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପରିବାର ପକ୍ଷରୁ ସେମାନଙ୍କୁ ଭୁବନେଶ୍ଵରର ଏକ ଘରୋଇ ଚିକିତ୍ସାଳୟକୁ ସେମାନଙ୍କୁ ସ୍ଥାନାନ୍ତରିତ କରାଯାଇଛି ।

Leave a Reply

Your email address will not be published. Required fields are marked *