ଦେଶର କରୋନା ସଂକ୍ରମଣ ହାରରେ ଶୀର୍ଷ ସ୍ଥାନ ଅଧିକାର କଲା “ଖୋର୍ଦ୍ଧା” ଜିଲ୍ଲା : ଗଞ୍ଜାମଠାରୁ ଏତିକି ଗୁଣା ଅଧିକ ସକ୍ରିୟ ରୋଗୀ ଚିହ୍ନଟ

ଅନଲକ ୪ ପରଠାରୁ କରୋନା ମାମଲାରେ ରାଜ୍ୟ ନିୟନ୍ତ୍ରଣ ହରାଇଲାଣି । ଦିନକୁ ଦିନ ସାଂଘାତିକ ହେଉଛି ପରିସ୍ଥିତି । ଏ ସମୟରେ ବରିଷ୍ଠ ଚିକିତ୍ସକ ମନୋଜ ସାହୁ ସୂଚନା ଦେଇଛନ୍ତି ଯେ ଖୋର୍ଦ୍ଧା ଜିଲ୍ଲାରେ ବର୍ତ୍ତମାନ ସକ୍ରିୟ କରୋନା ସଂକ୍ରମିତ ଗଞ୍ଜାମ ଜିଲ୍ଲାଠାରୁ ୧୯ ଗୁଣା ଅଧିକ ଅଛନ୍ତି ।

ରିପୋର୍ଟ ଅନୁଯାୟୀ ଗତକାଲି ଗଞ୍ଜାମରେ ୩୪୧ ଜଣ ସକ୍ରିୟ ସଂକ୍ରମିତ ଥିବାବେଳେ ଖୋର୍ଦ୍ଧାରେ ଏହି ସଂଖ୍ୟା ୬,୪୮୧କୁ ଛୁଇଁଛି । ଯଦିଓ ଗଞ୍ଜାମରୁ ୯୪ ଜଣ ସୁସ୍ଥ ହୋଇଥିବାବେଳେ ଖୋର୍ଦ୍ଧାରେ ସୁସ୍ଥ ସଂଖ୍ୟା ୫୦୩ ଜଣ । ହେଲେ ଦିନକୁ ଦିନ ପଜିଟିଭ ମାମଲା ବଢିବାରେ ଲାଗିଛି । କେବଳ ଭୁବନେଶ୍ୱର ସହରରୁ ସୋମବାର ସୁଦ୍ଧା ୪,୬୧୩ ଜଣ ସକ୍ରିୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସୂଚନା ମୁତାବକ ସୋମବାର ଦିନ ଖୋର୍ଦ୍ଧାରୁ ୭୫୮ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ ଯେତେବେଳେକି ଗଞ୍ଜାମ ଜିଲ୍ଲାରୁ ମାତ୍ର ୪୪ ଜଣ ଚିହ୍ନଟ ହୋଇଥିଲେ । ପୁଣି ଖୋର୍ଦ୍ଧାରୁ ଚିହ୍ନଟ ହୋଇଥିବା ୭୫୮ ଜଣଙ୍କ ଭିତରେ ଭୁବନେଶ୍ୱରରୁ କେବଳ ୩୫୧ ଜଣ ସଂକ୍ରମିତ ରହିଥିଲେ । ତେବେ ବରିଷ୍ଠ ଚିକିତ୍ସକ ମନୋଜ ସାହୁଙ୍କ  କହିବାନୁଯାୟୀ ଦେଶରେ ସଂକ୍ରମଣ ହାରରେ ଶୀର୍ଷରେ ରହିଛି ଖୋର୍ଦ୍ଧା ଜିଲ୍ଲା ।

Leave a Reply

Your email address will not be published. Required fields are marked *