ରାକୁଲପ୍ରୀତ ଙ୍କୁ ଜେରା ପରେ ମୁମ୍ବାଇ ସ୍ଥିତ NCBରେ ହାଜର ହେଲେ ଡ୍ରଗ୍ସ ହ୍ବାଟସଆପ୍ ଗୃପ ଆଡମିନ୍ ଦୀପିକା

Bollywood actress Deepika padukone arrives at ncb office mumbai

ବଲିଉଡ୍‌-ଡ୍ରଗ୍‌ସ ଲିଙ୍କ୍‌ ମାମଲାରେ ଏନ୍‌ସିବି ଏହାର ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ ୪ ଜଣ ଆଗ ଧାଡ଼ିର ଅଭିନେତ୍ରୀଙ୍କୁ ସମନ୍‌ ଜାରି କରିଥିଲା। ଏମାନେ ହେଲେ ଦୀପିକା ପାଦୁକୋନ, ଶ୍ରଦ୍ଧା କପୁର, ସାରା ଅଲ୍ଲୀ ଖାନ୍‌ ଏବଂ ରାକୁଲ ପ୍ରୀତ ସିଂହ । ଆଗାମୀ ୩ ଦିନ ମଧ୍ୟରେ ସେମାନଙ୍କୁ ହାଜର ହେବା ଲାଗି ନିର୍ଦ୍ଦେଶ ଦିଆଯାଇଥିଲା ।

ସୂଚନା ଅନୁଯାଇ ଏନସିବି ସୂତ୍ର ଅନୁଯାୟୀ ଯେଉଁ ହ୍ଵାଟ୍ସଆପ୍‌ ଗ୍ରୁପରେ ଡ୍ରଗ୍ସକୁ ନେଇ ଆଲୋଚନା କରାଯାଉଥିଲା ସେହି ଗ୍ରୁପର ଆଡମିନ୍ ହେଉଛନ୍ତି ଦୀପିକା ପାଦୁକୋନ। କାଲି ରକୁଲଙ୍କୁ ୪ ଘଣ୍ଟା ପଚରା ଉଚରା କରିଥିଲା ଏନସିବି। ରିୟାଙ୍କ ସହିତ ୨୦୧୮ରେ ହୋଉଥିବା ଡ୍ରଗ୍ସ ଚାଟ୍ କଥା ରକୁଲ ସ୍ବୀକାର କରିଛନ୍ତି ସତ କିନ୍ତୁ ସେ ସ୍ପଷ୍ଟ ଭାବରେ ମନା କରିଛନ୍ତି ଯେ, ସେ କେବେ ଡ୍ରଗ୍ସ ନେଇ ନାହାନ୍ତି ରକୁଲ ସମସ୍ତ ଦୋଷ ଏବେ ରିୟାଙ୍କ ବୋଲି କହିଥିବା ଜଣା ପଡିଛି ।

ବରତମବ ଖବର ଅନୁଯାଇ ଏନସିବି ଅନୁଯାୟୀ ଏହି ଗ୍ରୁପ ୨୦୧୭ରେ କରାଯାଇଥିଲା। ଏହି ଗ୍ରୁପରେ ଦୀପିକା, ଜୟ ଶାହା ଓ କରିସ୍ମା ପ୍ରକାଶ ସାମିଲ ଥିଲେ। ହେଲେ ଆଜି ଏହି ମାମଲାରେ ଏନସିବିରେ ହାଜର ହୋଇଛନ୍ତି ଦୀପିକା ଏବଂ ଏହାବ୍ୟତୀତ ଦୀପିକାଙ୍କ ମ୍ୟାନେଜର୍ କରିସ୍ମା ପ୍ରକାଶ, ସାରା ଅଲ୍ଲୀ ଖାନ୍‌, ଶ୍ରଦ୍ଧାଙ୍କୁ ବି ଆଜି ହାଜର ପାଇଁ ସମନ କରିଛି ଏନସିବି। ବିଭିନ୍ନ ଦିଗକୁ ନେଇ ଦୀପିକାଙ୍କୁ ପ୍ରଶ୍ନ କରିପାରେ ଏନସିବି।

Leave a Reply

Your email address will not be published. Required fields are marked *