ଭୁବନେଶ୍ୱର : ଇଆରସି ଭିଲେଜର ଏକ ଭଡ଼ା ଘରୁ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ନୂଆପଲ୍ଲୀ ଥାନା ପୁଲିସ,ପୁଲିସ ସୂଚନା ଅନୁଯାୟୀ, ଘର ଭଦ୍ରକ ଭଣ୍ଡାରୀପୋଖରୀ ବୋଲି ଜଣାପଡ଼ିଥିବା ଅର୍ଚ୍ଚନା ଆଇଆରସି ଭିଲେଜ ଏନ୍-୧ରେ ଭଡ଼ାରେ ରହୁଥିଲେ ।
ଆଜି ସକାଳେ ସେ ଦୀର୍ଘ ସମୟ ଧରି କବାଟ ନ ଖୋଲିବାରୁ ଘର ମାଲିକଙ୍କ ସନ୍ଦେହ ହୋଇଥିଲା ପରେ ପୁଲିସକୁ ଖବର ଦେଇଥିଲେ । ପୁଲିସ ଠାରୁ ଖବର ପାଇ ପୋଖରୀପୁଟରେ ରହୁଥିବା ଅର୍ଚ୍ଚନାଙ୍କ ଭଉଣୀ ଓ ଗାଁରୁ ବାପା ଆସି ପହଞ୍ଚିଥିଲେ । ପୁଲିସ କବାଟ ଭାଙ୍ଗି ଦେଖିବା ବେଳକୁ ଅର୍ଚ୍ଚନା ଓଢ଼ଣିକୁ ବେକରେ ଗୁଡ଼ାଇ ଫ୍ୟାନ୍ରେ ଝୁଲି ଆତ୍ମହତ୍ୟା କରିଥିଲେ । ପୁଲିସ ଉକ୍ତ ଘରୁ ଏକ ସୁଇସାଇଡାଲ ନୋଟ୍ ଜବତ କରିଛି ।
ସେ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ଆକାଉଣ୍ଟାଣ୍ଟ୍ ଭାବେ କାମ କରୁଥିଲେ । ପୁଲିସ ସୂଚନା ଅନୁଯାୟୀ,ସୁଇସାଇଡାଲ ନୋଟ୍ ରେ ତାଙ୍କ ମୃତ୍ୟୁ ପାଇଁ କେହି ଦାୟୀ ନୁହନ୍ତି ବୋଲି ଅର୍ଚ୍ଚନା ଉଲ୍ଲେଖ କରିଛନ୍ତି । କିନ୍ତୁ ପରିବାର ଲୋକ ଅଭିଯୋଗ କରିଛନ୍ତି ଯେ ଜବତ ସୁଇସାଇଡଲ ନୋଟ୍ ଅର୍ଚ୍ଚନାଙ୍କ ହାତ ଲେଖା ନୁହେଁ ବୋଲି ସେ କହିଛନ୍ତି ଏବଂ କହିଛନ୍ତି ଯେ ତାଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦିଆଯାଉଛି, ଏନେଇ ପୁଲିସ ଏକ ମାମଲା ରୁଜୁକରି ଅଧିକ ତଦନ୍ତ ଆରମ୍ଭ କରିଛି ।