ବିଧାନସଭା ଆଗରେ ମା’ ର ବେକରେ ଛୁରୀ ଲଗାଇ ପୁଅ କଲା ଏଭଳି ହାଇଭୋଲ୍ଟେଜ ଡ୍ରାମା, ଏନେଇ ମା କହିଲେ…

High voltage drama unfolded when a youth took his mother as hostage at knife-point in front of the Odisha Assembly

ଭୁବନେଶ୍ୱର : ବିଧାନସଭା ଆଗରେ ହାଇଭୋଲ୍ଟେଜ ଡ୍ରାମା ଦେଖିବାକୁ ମିଳିଛି,ମାକୁ ଛୁରୀ ମାରିବାକୁ ଏଭଳି ଉଦ୍ୟମ କରିଥିଲା ପୁଅ, ନୟାଗଡ଼ର ଜିତେନ୍ଦ୍ର ପାଳ ଏଭଳି ଡ୍ରାମା କରୁଥିବାର ଦେଖିବାକୁ ମିଳିଛି । ଘଟଣା ପରିଶେଷରେ ମା ଝରଣା କହିଥିଲେ ଯେ ତାଙ୍କ ପୁଅ ଦେହରେ ଗତ ସାତ ବର୍ଷ ହେବ ଜଣେ ଲୋକଙ୍କ ଆତ୍ମା ରହିଛି ବୋଲି ସେ କହିଥିଲେ।

ପ୍ରକୁତରେ ଘଟଣା ଥିଲା କିଛି ଏଭଳି କଡା ସୁରକ୍ଷା ସତ୍ୱେ ବିଧାନସଭା ଆଗରେ ମା’ ବେକରେ ଛୁରୀ ଲଗାଇ ପୁଅ ଏହିଭଳି କାଣ୍ଡ କରିଛି, ଘଟଣା ସ୍ଥଳରେ ବହୁ କଷ୍ଟରେ ମହିଳାଙ୍କୁ ଉଦ୍ଧାର କରି ପଚାରାଉଚରା କରିଥିଲା ପୋଲିସ । ମହିଳା କହିଛନ୍ତି ସେ ତାଙ୍କ ନିଜ ପୁଅ ଓ ତାକୁ ଡାକ୍ତରଖାନାକୁ ନେଇ ଆସିଥିଲେ କିନ୍ତୁ ହଠାତ ବିଧାନସଭା ଆଗରେ ମାନସିକ ସନ୍ତୁଳନ ହରାଇ ସେ ଏଭଳି ବ୍ୟବହାର କରିଥିଲା ।

ବିଧାନସଭା ଅଧିବେଶନ ଚାଲିଥିବା ବେଳେ ସେଠାରେ ସୁରଖିକର୍ମୀ ନିୟୋଜିତ ଥିଲେ ଫଳରେ ବହୁ କଷ୍ଟରେ ମହିଳାଙ୍କୁ ଉଦ୍ଧାର କରିଥିଲେ । ତେବେ ମହିଳାଙ୍କ କୌଣସି କ୍ଷତି ହୋଇନାହିଁ ଏବଂ ଏନେଇ ପୋଲିସ ତଦନ୍ତ କରୁଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *