ଟିକା ଦୌଡ଼ରେ ଏହି ଟିକା ସବୁଠୁ ଆଗରେ ଯାହାର ପାର୍ଶ୍ୱ ପ୍ରତିକ୍ରିୟା ନାହିଁ ଏବଂ ରୋଗ ପ୍ରତିରୋଧକ ଶକ୍ତି ବି ଭଲ

ଚାଇନା ଟିକାକୁ ପରୀକ୍ଷାମୂଳକ ଟିକା ହିସାବରେ ନିରାପତ୍ତା ଏବଂ କାର୍ଯ୍ୟକାରିତା ମାନଦଣ୍ଡରେ ଉତ୍ତମ ବୋଲି ବିବେଚନା କରାଯାଉଛି । ଏହି ଟିକା ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ବାୟୋଲୋଜି ଦ୍ୱାରା ‘ଚାଇନିଜ୍ ଏକାଡେମୀ ଅଫ୍ ମେଡିକାଲ ସାଇନ୍ସ’ ଅଧୀନରେ ବିକଶିତ ହୋଇଛି । ଏହି ଟିକା କ୍ଲିନିକାଲ୍ ପରୀକ୍ଷଣର ପ୍ରାରମ୍ଭିକ ପର୍ଯ୍ୟାୟରେ ନିରାପଦ ଏବଂ ପ୍ରଭାବଶାଳୀ ବୋଲି ପ୍ରମାଣିତ ହେଇଛି ।

ଗବେଷକମାନଙ୍କ କହିବାନୁସାରେ ୧୯୧ଟି ସୁସ୍ଥ ସ୍ଵେଚ୍ଛାସେବୀଙ୍କ ଉପରେ ପ୍ରଥମ ପର୍ଯ୍ୟାୟରେ ଏହି ଟିକା ପରୀକ୍ଷା କରାଯାଇଥିଲା । ସମସ୍ତ ସ୍ୱେଚ୍ଛାସେବୀଙ୍କର ବୟସ ୧୮ରୁ ୫୯ ବର୍ଷ ମଧ୍ୟରେ ଥିଲା । ମଙ୍ଗଳବାର ଦିନ ଜଣେ ଗବେଷକ ଏକ ପ୍ରିପ୍ରିଣ୍ଟ ସମୀକ୍ଷାରେ କହିଛନ୍ତି ଯେ ସ୍ୱେଚ୍ଛାସେବୀ ଦଳରେ କାହାର ବି ଟିକାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖିବାକୁ ମିଳିନି ।

ପ୍ରକାଶ ଥାଉକି, ଟିକା ପ୍ରିପ୍ରିଣ୍ଟ ସମୀକ୍ଷା ଅନୁସାରେ ଟିକା ପ୍ରୟୋଗ କରାଯିବା ପରେ, ସାମାନ୍ୟ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇଥିଲା । ଟିକା ନେଲାପରେ ସ୍ଵେଚ୍ଛାସେବୀମାନେ ଇଞ୍ଜେକ୍ସନ୍ ନେଇଥିବା ସ୍ଥାନରେ ସାମାନ୍ୟ ଯନ୍ତ୍ରଣା, ଥକ୍କା, ଲାଲ ରଙ୍ଗ, କୁଣ୍ଡେଇ ହେବା ଓ ଫୁଲାର ଅନୁଭବ କଲେ । ହେଲେ ଏହି ଟିକାର ପ୍ରତିରକ୍ଷା ପ୍ରଣାଳୀରେ ଭଲ ପ୍ରତିକ୍ରିୟା ମିଳିଛି ବୋଲି ଦାବି କରାଯାଇଛି ।

ଟିକା ଦୌଡ଼ରେ ଚାଇନାର ଆହୁରି ଅନେକ ଔଷଧ ଟିକା ଦୌଡ଼ରେ ଆଗରେ ଅଛି । ଏଥିରେ କ୍ୟାନସିନୋ ବାୟୋଲୋଜିକାଲ୍ସ, ସିନୋଭାକ୍ ଏବଂ ବେଜିଂ ଇନଷ୍ଟିଚ୍ୟୁଟ୍ ଅଫ୍ ବାୟୋଲୋଜିକାଲ୍ ଦ୍ୱାରା ବିକଶିତ ଟିକା ପରୀକ୍ଷଣର ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟ ଅନ୍ତର୍ଭୁକ୍ତ ।

ତେବେ ପରୀକ୍ଷା ଶେଷ ହେବା ପୂର୍ବରୁ ମଧ୍ୟ ଚୀନ ଏହାର ସ୍ୱାସ୍ଥ୍ୟ ସେବା କର୍ମଚାରୀ ତଥା ଗୁରୁତର ରୋଗୀଙ୍କୁ ଏହି ଟିକା ଦେବା ଆରମ୍ଭ କରିଛି । ଏହାର ସୁରକ୍ଷା ବିଷୟରେ ବିଶେଷଜ୍ଞଙ୍କ ମଧ୍ୟରେ ଚିନ୍ତା ଯଥେଷ୍ଟ ବୃଦ୍ଧି ପାଇଛି । ବର୍ତ୍ତମାନ, ପ୍ରାୟ ଚାରିଟି ଚାଇନିଜ୍ ଟିକା କ୍ଲିନିକାଲ୍ ପରୀକ୍ଷଣର ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଯେତେବେଳେ କି ଗତ କିଛି ଦିନ ପୂର୍ବେ ଆଷ୍ଟ୍ରାଜେନେକା (ଅକ୍ସଫୋର୍ଡ ଦ୍ୱାରା ପ୍ରସ୍ତୁତ ଟିକା)ର ପାର୍ଶ୍ୱ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା ।

ସୂଚନା ଥାଉ ଯେ ଅକ୍ସଫୋର୍ଡ ଟିକା ପରେ ସ୍ୱେଚ୍ଛାସେବୀଙ୍କର ହଠାତ୍ ଅସୁସ୍ଥତା ହେତୁ ଆମେରିକା ଏବଂ ବ୍ରିଟେନରେ ଅନେକ ପରୀକ୍ଷା ବନ୍ଦ ହୋଇଗଲା । ଏହି ଖବରର ପ୍ରଭାବ ଭାରତରେ ହେବାକୁ ଥିବା ଟିକା ପରୀକ୍ଷଣରେ ମଧ୍ୟ ଦେଖିବାକୁ ମିଳିଥିଲା । ଅବଶ୍ୟ, ଆଷ୍ଟ୍ରା ଜେନେଙ୍କା ଦାବି କରିଛି ଯେ ଟିକା ଉତ୍ପାଦନରେ ଏହିପରି ପାର୍ଶ୍ୱ ପ୍ରତିକ୍ରିୟା ପ୍ରାୟତଃ ଦେଖାଯାଏ ।

Leave a Reply

Your email address will not be published. Required fields are marked *