ଆଜି ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଅନଲାଇନ୍ ବ୍ୟାଙ୍କିଙ୍ଗ୍ ସେବା ଠପ୍ : କିନ୍ତୁ କାମ କରୁଛି ATM

ବୈଷୟିକ ସମସ୍ୟା ହେତୁ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ର ଅନଲାଇନ୍ ବ୍ୟାଙ୍କିଙ୍ଗ୍ ସେବା ସ୍ଥଗିତ ରହିଛି । ଏନେଇ ବ୍ୟାଙ୍କ ନିଜେ ଏକ ଟ୍ଵିଟ କରି ସୋସିଆଲ ମିଡ଼ିଆରେ ତାର ଅଫିସିଆଲ ସାଇଟ୍ ରେ ସୂଚନା ଦେଇଛି । କିନ୍ତୁ ATM ଏବଂ POS ମେସିନ ଉପରେ ବୈଷୟିକ ସମସ୍ୟାର କୌଣସି ପ୍ରଭାବ ପଡ଼ିନି ।

ବ୍ୟାଙ୍କ ଟ୍ୱିଟ କରି ଗ୍ରାହକଙ୍କ ଉଦ୍ଦେଶ୍ୟରେ ଲେଖିଛି ଯେ ଆମେ ଆମର ଗ୍ରାହକଙ୍କୁ ଆମ ସହିତ ରହିବାକୁ ଅନୁରୋଧ କରୁଛୁ । ଶୀଘ୍ର ସାଧାରଣ ସେବା ଆରମ୍ଭ ହେବ । ସଂଯୋଗ ସମସ୍ୟା ହେତୁ ଆମର ମୂଳ ବ୍ୟାଙ୍କିଙ୍ଗ ସେବା ଆଜି ଗ୍ରାହକଙ୍କ ପାଇଁ ଉପଲବ୍ଧ ହେଇପାରୁନାହିଁ । ଆମେ ଆଶା କରୁଛୁ ଏହି ସେବା ଶୀଘ୍ର ସ୍ୱାଭାବିକ ହୋଇଯିବ । ତେବେ ATM ଏବଂ POS ବ୍ୟତୀତ ଅନ୍ୟ ସମସ୍ତ ଚ୍ୟାନେଲ ବୈଷୟିକ ସମସ୍ୟାରେ ପ୍ରଭାବିତ ହୋଇଛି ।

ସୂଚନା ଥାଉ ଯେ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ବିପୁଳ ସଂଖ୍ୟକ ଗ୍ରାହକ ଅଛନ୍ତି, ପ୍ରାୟ ୪୪ କୋଟି । ତେଣୁ ଏହା ଏକ ବଡ଼ ସମସ୍ୟା ଅଟେ । ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ହେଉଛି ଦେଶର ସର୍ବବୃହତ ବ୍ୟାଙ୍କ ଯାହାକି ମୋଟ ଜମା ଏବଂ ଋଣର ବଜାର ଅଂଶ ପ୍ରାୟ ୨୫ ପ୍ରତିଶତ ରହିଛି । ସମଗ୍ର ଦେଶରେ SBIର ପ୍ରାୟ ୨୪ ହଜାର ଶାଖା ରହିଛି । SBIର ନୂତନ ଅଧ୍ୟକ୍ଷ ଦୀନେଶ ଖାରାଙ୍କ କହିବାନୁସାରେ ଗ୍ରାହକ ଓ କର୍ମଚାରୀଙ୍କ ସୁରକ୍ଷାକୁ ସର୍ବାଧିକ ପ୍ରାଧାନ୍ୟ ଦିଆଯିବ ।

ନିକଟରେ ବ୍ୟାଙ୍କ ତାର ଗ୍ରାହକଙ୍କ ପାଇଁ ଏକ ନୂତନ ସେବା ଆରମ୍ଭ କରିଛି । ଗ୍ରାହକଙ୍କୁ ନିଜ ଘରେ ଯାଏଁ ATM ପହଞ୍ଚାଇବାକୁ ୱାଟ୍ସଆପରେ କେବଳ ଗୋଟିଏ କଲ୍ କିମ୍ବା ମେସେଜ୍ କରିବାକୁ ପଡ଼ିବ । ଏଥିପାଇଁ SBI ଦୁଇଟି ନମ୍ବର ମଧ୍ୟ ଜାରି କରିଛି, ୭୦୫୨୯୧୧୯୧୧ ଏବଂ ୭୭୬୦୫୨୯୨୬୪ ।

Leave a Reply

Your email address will not be published. Required fields are marked *