ହାଥରସରେ ଆଉ ଏକ ବଳାତ୍କାର : ଏଥର ୪ ବର୍ଷର ଶିଶୁ

ମଙ୍ଗଳବାର ଦିନ ଉତ୍ତରପ୍ରଦେଶର ହାଥରସ ସାସ୍ନିଠାରେ ଜଣେ ୪ ବର୍ଷର ଶିଶୁକୁ ବଳାତ୍କାର କରାଯାଇଥିବା ନେଇ ଅଭିଯୋଗ ହୋଇଛି । ହାଥରସ ଗଣଦୁଷ୍କର୍ମ ମାମଲା ଏଯାବତ୍ ଥମି ନଥିବାବେଳେ ପୁଣି ସେହି ସ୍ଥାନରୁ ଆସିଛି ଆଉ ଏକ ବଳାତ୍କାର ମାମଲା । ତେବେ ପୋଲିସ ଏକ ମାମଲା ରୁଜୁ କରିଥିବାବେଳେ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତକୁ ଗିରଫ କରିଛି ।

ଘଟଣାଟି ଏହିପରି । ୪ ବର୍ଷର ଝିଅଟି ଘର ବାହାରେ ଖେଳୁଥିଲା । ଖେଳୁଥିବା ସମୟରେ ଗାଁର ଜଣେ ଯୁବକ ପିଲାଟିକୁ ଚକୋଲେଟ୍ ଦେବା କଥା କହି ନିଜ ସହିତ ନିଜ ଘରକୁ ନେଇଯାଇଥିଲେ । ତାପରେ କୁନି ଝିଅଟି ସହିତ ଦୁଷ୍କର୍ମ କରିଛନ୍ତି । କିଛି ସମୟ ପରେ ପୀଡ଼ିତା କାନ୍ଦିକାନ୍ଦି ଯେତେବେଳେ ଘରେ ପହଞ୍ଚିଲା ସେହି ସମୟରେ ପରିବାର ଲୋକ ସନ୍ଦେହ କଲେ । ପିଲାଟିକୁ ପଚରାଉଚରା କରିବାରୁ ଘଟଣା ସମ୍ପର୍କରେ ଜଣାପଡ଼ିଲା ।

ବର୍ତ୍ତମାନ ପିଲାଟି ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ଘଟଣା ସମ୍ପର୍କରେ ପରିବାର ଲୋକେ ପୋଲିସକୁ ଜଣାଇଲେ । ଉକ୍ତ ଘଟଣାକୁ ନେଇ ହସ୍ପିଟାଲ ବାହାରେ ଗାଁ ଲୋକଙ୍କ ଭିଡ଼ ଜମିଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣା ବିଷୟରେ ସବୁ ତଥ୍ୟ ସଂଗ୍ରହ କରି ଅଭିଯୁକ୍ତକୁ ଗିରଫ କରିଛି ।

Leave a Reply

Your email address will not be published. Required fields are marked *