ଆୟ ବହିର୍ଭୂତ ସମ୍ପତି ମାମଲାରେ ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ଝାଡ଼ାଙ୍କୁଲି ଗାଁ ଯଶୋଦା ହାଇସ୍କୁଲର ହିନ୍ଦୀ ଶିକ୍ଷକଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ । ଶିକ୍ଷକଙ୍କ ନାମ ଭୁବନାନନ୍ଦ ସାହୁ । ଶିକ୍ଷକଙ୍କ ବାସଭବନ ସହିତ ୧୦ଟି ସ୍ଥାନରେ ଚଢ଼ାଉ କରି ଭିଜିଲାନ୍ସ ଦଳ ସମ୍ପତ୍ତିର ପ୍ରାଥମିକ କରିଛନ୍ତି ଯାହା ୪.୯୩ କୋଟି । ଏହାସହିତ ସୁନା, ନଗଦ ଟଙ୍କା, ବ୍ୟାଙ୍କ ପାସ୍ବୁକ୍ ଏବଂ କିଛି ଗାଡ଼ି ମଧ୍ୟ ଜବତ ହୋଇଛି ।
ଭୁବନାନନ୍ଦଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତିର ମୂଲ୍ୟ ହେଉଛି ୪ କୋଟି ୯୩ ଲକ୍ଷ ୯୭ ହଜାର ୨୪୪ ଟଙ୍କା । ବ୍ରହ୍ମପୁରରେ ଭୁବନାନନ୍ଦଙ୍କର ୩ କୋଟି ଟଙ୍କାର ୨ଟି ଘର ଥିବାବେଳେ ଭୁବନେଶ୍ୱରରେ ଅଛି ୨୮ ଲକ୍ଷ ଟଙ୍କାର ଏକ ଆପାର୍ଟମେଣ୍ଟ । ବ୍ରହ୍ମପୁରରେ ୩୮ ଲକ୍ଷ ଟଙ୍କାର ୧୦ଟି ପ୍ଲଟ ସହିତ ପୁରୀ ଓ ଗୋପାଳପୁରରେ ମଧ୍ୟ ରହିଛି ଆପାର୍ଟମେଣ୍ଟ । ଏହାସହିତ ସେ LICରେ ୨୦ ଲକ୍ଷ ଟଙ୍କାରୁ ଅଧିକ ନିବେଶ କରିଛନ୍ତି ।
ବୈକୁଣ୍ଠନଗରେ ଥିବା ୧ କୋଟି ୧୨ ଲକ୍ଷ ଟଙ୍କାର ୩ ମହଲା କୋଠାର ଭୁବନାନନ୍ଦଙ୍କ ପତ୍ନୀଙ୍କ ନାମରେ ରହିଛି । ତେବେ ଖବର ଅନୁସାରେ ଭୁବନାନନ୍ଦ ଜଣେ ହିନ୍ଦୀ ଶିକ୍ଷକ । ବହ୍ମପୁର ଭିଜିଲାନ୍ସ ଡିଭିଜନର ୧୦ଟି ଦଳର ପ୍ରାୟ ୫୦ ଜଣ ଅଫିସର ଏହି ଚଢ଼ାଉରେ ସାମିଲ ହୋଇଥିଲେ ଯାହା SP ଅନୀଲ ପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ହୋଇଥିଲା ।