ଯେକୌଣସି ଗାଡ଼ିକୁ ଚଳେଇବାକୁ ହେଲେ ଡ୍ରାଇଭରଟିଏର ଆବଶ୍ୟକ । ହେଲେ ବିନା ଡ୍ରାଇଭରରେ ଗାଡ଼ି ଚାଲିବା ଅସମ୍ଭବ ନୁହେଁ ତ ବରଂ ଆଚମ୍ବିତ କଲା ଭଳି କଥା । ତେବେ ସୋସିଆଲ ମଡ଼ିଆରେ ଖୁବ୍ ଭାଇରାଲ ହେଉଛି ଏହିପରି ଏକ ନିଆରା ବିଷୟବସ୍ତୁ । ଭିଡ଼ିଓରେ ବିନା ଡ୍ରାଇଭରରେ କାର୍ ଚାଲୁଥିବା ଦେଖିବାକୁ ମିଳିଛି । କେବଳ ସେତିକି ନୁହେଁ ଡ୍ରାଇଭର ସିଟ ପାଖ ସିଟରେ ଅନ୍ୟ ଜଣେ ବ୍ୟକ୍ତି ନିର୍ଭୟରେ ବସିଥିବାର ମଧ୍ୟ ଦେଖିବାକୁ ମିଳିଛି ।
ଫେସବୁକରେ ଟାଗୋର୍ ଚେରି ନାମକ ଜଣେ ବ୍ୟକ୍ତି ଏହି ଭିଡ଼ିଓକୁ ୬ ଦିନ ତଳେ ଶେୟାର କରିଛନ୍ତି । ଭିଡ଼ିଓ ଶେୟାର କରି ସେ କ୍ୟାପସନ୍ରେ ଲେଖିଛନ୍ତି ଯେ ଆଜି ଦେଖିଲି ଯେ ଜଣେ ବୃଦ୍ଧ ନିଜର ପ୍ୟାଡ଼ମିନି କାର ଚଲାଉଥିବା ଡ୍ରାଇଭର ସିଟର ପାଖ ସିଟରେ ବସିଛନ୍ତି – ଏହା କିପରି ସମ୍ଭବ ?
ତେବେ ଚେରିଙ୍କର ଶେୟାର ହୋଇଥିବା ଏହି ଭିଡ଼ିଓ କେତେକ ୟୁଜର୍ସ ନିଜର ମତ ଦେଇ କହିଛନ୍ତି ଯେ ଡ୍ରାଇଭର ପାଖ ସିଟରେ ବସିଥିବା ବ୍ୟକ୍ତି ଜଣଙ୍କ ତାମିଲନାଡୁର । ସେ ବହୁତ ଡେଙ୍ଗା ତେଣୁ ପାଖ ସିଟ୍ରେ ବସି ମଧ୍ୟ ସେ ଗାଡ଼ିକୁ ଡ୍ରାଇଭ୍ କରିପାରନ୍ତି । ଉକ୍ତ ବୃଦ୍ଧ ବ୍ୟକ୍ତିଙ୍କୁ ପ୍ରଶଂସା ମିଳିଥିବାବେଳେ ଚେରିଙ୍କ ଏହି ଭିଡ଼ିଓକୁ ପ୍ରାୟ ୫ ହଜାର ଜଣ ଶେୟାର କଲେଣି ।