ଅଣ୍ଡା ଆଜି ବି ଆମିଷ ଓ ନିରାମିଷ ଦ୍ଵନ୍ଦ୍ଵ ଓ ଯୁକ୍ତି ଭିତରେ ଅନ୍ତର୍ଭୁକ୍ତ । ତେବେ ଏଥିରେ ରହିଛି ପ୍ରଚୁର ମାତ୍ରାରେ ପୋଷକ ତତ୍ତ୍ଵ ଯେଉଁଥିପାଇଁ ତାକୁ ସୁପରଫୁଡ୍ ବୋଲି ବି କୁହାଯାଏ । ଡାକ୍ତରମାନେ ମଧ୍ୟ ପ୍ରତିଦିନ ଅନ୍ୟୁନ ଗୋଟିଏ ଲେଖାଏଁ ଅଣ୍ଡା ଖାଇବାକୁ ପରାମର୍ଶ ଦେଇଥାନ୍ତି । ତେବେ ଏକ ଅଧ୍ୟୟନ ଅନୁଯାୟୀ ଅଣ୍ଡା ଖାଇବା ଦ୍ଵାରା ମିଳୁଥିବା ଉପକାରଗୁଡ଼ିକ ବିଷୟରେ ଆସନ୍ତୁ ଜାଣିବା ।
ଅଣ୍ଡାରେ ସବୁଠାରୁ ଅଧିକ ପୋଷକ ତତ୍ତ୍ଵ ରହିଥାଏ । ତେବେ ଅଣ୍ଡାକୁ ଯଦି ସିଝେଇ ଖିଆଯାଏ ତେବେ ଆପଣ ସିଧାସଳଖ ୬ ପ୍ରତିଶତ ଭିଟାମିନ୍ A, ୫ ପ୍ରତିଶତ ଫୋଲେଟ, ୭ ପ୍ରତିଶତ ଭିଟାମିନ୍ B5, ୯ ପ୍ରତିଶତ ଭିଟାମିନ୍ B12 ୯ ପ୍ରତିଶତ ଫସଫରସ୍ ଏବଂ ୨୨ ପ୍ରତିଶତ ସେଲେନିୟମ ପାଇପାରିବେ । ଏହାସହିତ ଅଣ୍ଡାରେ ଥାଏ ଭିଟାମିନ୍ D, ଭିଟାମିନ୍ E , ଭିଟାମିନ୍ K, ଭିଟାମିନ୍ B6, କ୍ୟାଲସିୟମ ଏବଂ ଜିଙ୍କ୍ ଭଳି ଅତି ଦରକାରୀ ତତ୍ତ୍ଵ ଯାହା ମଣିଷ ଶରୀରକୁ ସୁସ୍ଥ ରଖିବାରେ ସହଯୋଗ କରିଥାଏ ।
![](https://sanskarnetwork.in/odia/wp-content/uploads/2020/10/egg-middle.jpg)
ଅଣ୍ଡାରେ ପ୍ରଚୁର ପରିମାଣର କୋଲେଷ୍ଟ୍ରୋଲ ଥାଏ ସତ ମାତ୍ର ଏହା ରକ୍ତରେ ଥିବା କୋଲେଷ୍ଟ୍ରୋଲକୁ ପ୍ରଭାବିତ କରିନଥାଏ । ବ୍ୟକ୍ତି ବିଶେଷ ନେଇ ଏହା ପ୍ରଭାବ ପକାଏ । କାରଣ ଅଧ୍ୟୟନ ଅନୁସାରେ ଅଣ୍ଡା ଖାଉଥିବା ୭୦ ପ୍ରତିଶତ ଲୋକଙ୍କଠାରେ କୋଲେଷ୍ଟ୍ରୋଲ ସମସ୍ୟା ଦେଖା ଯାଉନଥିବା ବେଳେ ୩୦ ପ୍ରତିଶତ ଲୋକଙ୍କଠାରେ କୋଲେଷ୍ଟ୍ରୋଲ ସାମାନ୍ୟ ପରିମାଣରେ ବଢ଼ିଥାଏ ।
ଅଣ୍ଡା କେଶରରେ ଲ୍ୟୁଟିନ ଏବଂ ଜେକ୍ସୋଥିନ ନାମକ ଦୁଇଟି ଆଣ୍ଟି ଅକ୍ସିଡାଣ୍ଟ ଭରପୂର ମାତ୍ରାରେ ରହିଥାଏ । ଆଖିର ରେଟିନାରେ ଏହି ଅକ୍ସିଡାଣ୍ଟ ଜମା ହୋଇ ଆଖିର ଦୃଷ୍ଟିଶକ୍ତି ବଢାଇଥାଏ ।ଅଣ୍ଡା ଖାଉଥିବା ଲୋକଙ୍କୁ ମୋତିଆବିନ୍ଦୁ ହେବାର ଆଶଙ୍କା ତେଣୁ କମ୍ ଥାଏ । ଏହାବ୍ୟତୀତ ଅଣ୍ଡାରେ ଭିଟାମିନ୍ A ଥାଏ ଯାହା ଆଖି ପାଇଁ ଆବଶ୍ୟକ ।
ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଅଣ୍ଡା ମେଦବହୁଳ ଲୋକଙ୍କ ପାଇଁ ଖୁବ ହିତକର । ଓଜନ କମ୍ କରିବାରେ ଏହା ବେଶ୍ ସହାୟକ ହୋଇଥାଏ । କମ୍ କ୍ୟାଲୋରୀ ଖାଦ୍ଯ ରୂପେ ଆପଣ ଅଣ୍ଡା ଖାଇପାରିବେ । ଅଣ୍ଡା ଖାଇଲେ ଶୀଘ୍ର ଭୋକ ମଧ୍ୟ ଲାଗିନଥାଏ ।