ପୁଣି ଚର୍ଚ୍ଚାରେ ଅନୁଭବ ବର୍ଷା ମାମଲା : ସାଂସଦ ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶନୀଙ୍କ ଛାଡ଼ପତ୍ର ମାମଲାକୁ ନେଇ ସୁପ୍ରିମକୋର୍ଟ ଦେଲେ ବଡ଼ ରାୟ

ପ୍ରତିଷ୍ଠିତ ଓଲିଉଡ଼ ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ନାମରେ କିଛି ଦିନ ତଳେ ସଙ୍ଗୀନ ଅଭିଯୋଗ ଆଣିଥିଲେ ତାଙ୍କ ପତ୍ନୀ ଓଲିଉଡ଼ର ବିଶିଷ୍ଟ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ । ମାନ୍ୟବର SDJM କଟକ ସଦରଙ୍କ ଅଦାଲତ କରିଥିଲେ ଆବେଦନ । ସେପଟେ କିନ୍ତୁ ଦିଲ୍ଲୀ ପଟିଆଲା ହାଉସ୍‌ କୋର୍ଟରେ ସାଂସଦ ଅନୁଭବ ମହାନ୍ତି ଛାଡ଼ପତ୍ର ପାଇଁ ଆବେଦନ କରିସାରିଥିଲେ । ଏମିତି ଘର କଳି ଦାଣ୍ଡରେ ପଡ଼ିଲା ବେଶ୍ କିଛି ଦିନ ଓ ଚର୍ଚ୍ଚାରେ ଦୁହେଁ କଳାକାର ଗଣମାଧ୍ୟମରେ ।

ତେବେ ଛାଡ଼ପତ୍ର ମାମଲା ସାମ୍ନାକୁ ଆସିଲା ପରେ ଆପୋଷ ସମାଧାନ ପାଇଁ ବର୍ଷା ଚେଷ୍ଟା କରିଥିଲେ ଓ ମାମଲାଟିକୁ କଟକ ସ୍ଥାନାନ୍ତର କରିବା ନେଇ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ତେବେ ପଟିଆଲା ହାଉସ୍‌ କୋର୍ଟରେ ଥିବା ଛାଡ଼ପତ୍ର ମାମଲା ଉପରେ ସୁପ୍ରିମକୋର୍ଟ ସ୍ଥଗିତାଦେଶର ରାୟ ଶୁଣାଇଛନ୍ତି ।

କେବଳ ସେତିକି ନୁହେଁ ସୁପ୍ରିମକୋର୍ଟ ଉଭୟପକ୍ଷଙ୍କୁ ସହମତି ଭିତ୍ତିକ ଆଲୋଚନା ପାଇଁ ଦୁଇ ପକ୍ଷର ଓକିଲମାନଙ୍କୁ ପରାମର୍ଶ ମଧ୍ୟ ଦେଇଛନ୍ତି । ତେବେ ସହମତି ଭିତ୍ତିକ ଆଲୋଚନା ପରେ ଯାଇ ହିଁ ଏହି ମାମଲା ଉପରେ ଶୁଣାଣି ହେବ ସୁପ୍ରିମ କୋର୍ଟ ସୂଚନା ଦେଇଛନ୍ତି । ତେବେ ସୁପ୍ରିମକୋର୍ଟର ବିଚାରପତି ହୃଷିକେଶ ରାୟ ଏହି ରାୟ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *