ଦିଲ୍ଲୀର ଭଜନପୁରା ଅଞ୍ଚଳରେ ରହୁଥିବା ଜଣେ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ଘଟଣାସ୍ଥଳରୁ ଏକ ସୁଇସାଇଡ଼ ନୋଟ ମିଳିଛି । ମୃତ୍ୟୁ ପୂର୍ବରୁ ସେ ନିଜେ ସୁଇସାଇଡ଼ ନୋଟରେ ଗାଜିଆବାଦର ଜଣେ ବ୍ୟକ୍ତିଙ୍କୁ ତାଙ୍କ ମୃତ୍ୟୁ ପାଇଁ ଦାୟୀ କରିଛନ୍ତି । ତେବେ ପୋଲିସ ପୁରା ମାମଲାର ଛାନବିନ କରୁଛି ।
ପୋଲିସ ତରଫରୁ ମିଳିଥିବା ସୂଚନା ଅନୁଯାୟୀ ମୃତ ଛାତ୍ରୀ ଜଣକ ୨୩ ବର୍ଷର ବୋଲି ଜଣାପଡିଛି । ତାଙ୍କ ନାମ ନାଜିଶ । ସେ ଆଇପି ବିଶ୍ୱବିଦ୍ୟାଳୟର BEd ର ଦ୍ୱିତୀୟ ବର୍ଷର ଛାତ୍ରୀ ଥିଲେ । ଜଣେ ବ୍ୟକ୍ତି କ୍ରମାଗତ ଭାବରେ ତାଙ୍କୁ ପିଛା କରୁଥିଲେ ଓ ତାଙ୍କୁ ମାନସିକ ନିର୍ଯାତନା ଦେଉଥିଲେ । ଏଥିରେ ବିବ୍ରତ ହୋଇ ସେ ଆତ୍ମହତ୍ୟା କରିଥିଲେ । ମଙ୍ଗଳବାର ଦିନ ମୃତଦେହକୁ ପୋଷ୍ଟମର୍ଟମ କରାଯାଇଛି ।
ଘଟଣାଟି ଅକ୍ଟୋବର ୧୨ ତାରିଖର । ଯେତେବେଳେ ନାଜିଶ ଭଜନପୁରରେ ତାଙ୍କ ଘରେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ, ପରିବାର ଲୋକେ ତୁରନ୍ତ ତାଙ୍କୁ ଡାକ୍ତରଖାନାରେ ନେଇ ଭର୍ତ୍ତି କରିଥିଲେ । ଯେତେବେଳେ ପୋଲିସ ଘଟଣାସ୍ଥଳରେ ଅନୁସନ୍ଧାନ କରିବାକୁ ଯାଇଥିଲା, ସେଠି ଏକ ସୁଇସାଇଡ଼ ନୋଟ ପାଇଥିଲା ।

ସୁଇସାଇଡ଼ ନୋଟରେ ନାଜିଶ, ଲୋନି ନିବାସୀ ହାଜି ସଲମାନଙ୍କୁ ମୁଖ୍ୟ ଅଭିଯୁକ୍ତ ସୂଚାଇଛନ୍ତି ଯେଉଁଥିପାଇଁ ସେ ଆତ୍ମହତ୍ୟା କରିଛନ୍ତି । ପରିବାର ଲୋକଙ୍କ କହିବାନୁସାରେ ହାଜି ସଲମାନ ନାଜିଶଙ୍କୁ ପିଛା କରି କରି ଅଗଷ୍ଟ ୯ ତାରିଖରେ ତାଙ୍କ ଘର ଯାଏଁ ଚାଲି ଆସିଥିଲେ । ତେବେ ସ୍ଥାନୀୟ ଲୋକେ ତାଙ୍କୁ ପିଟାପିଟି କଲାରୁ ସେ ପଳେଇଥିଲେ । ସେବେଠାରୁ ନାଜିଶ ଚିନ୍ତିତ ରହିବାକୁ ଲାଗିଲା ।
ବର୍ତ୍ତମାନ ପୋଲିସ ନାଜିଶଙ୍କ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରିଛି ଏବଂ ଭଜନପୁର ପୋଲିସ ଷ୍ଟେସନରେ IPCର ଧାରା ୩୦୬ ଅନୁଯାୟୀ ଏକ ଆତ୍ମହତ୍ୟା ମାମଲା ରୁଜୁ କରିଛି । ପୋଲିସ କହିଛି ଯେ ଅଭିଯୁକ୍ତ ହାଜି ସଲମାନ ଏବଂ ନାଜିଶ ଫେସବୁକ ମାଧ୍ୟମରେ ପରସ୍ପରକୁ ଜାଣିଥିଲେ । ପୋଲିସ ପ୍ରତ୍ୟେକ ଦିଗରୁ ମାମଲାକୁ ତଦନ୍ତ କରୁଛି ।