ହାଥରସ ମାମଲାରେ ଛାନବିନ କରୁଥିବା SIT ସଦସ୍ୟ DIG ଚନ୍ଦ୍ର ପ୍ରକାଶଙ୍କ ପତ୍ନୀ କଲେ ଆତ୍ମହତ୍ୟା !

ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ DIG ଚନ୍ଦ୍ର ପ୍ରକାଶଙ୍କ ପତ୍ନୀ ଶନିବାର ଦିନ ଆତ୍ମହତ୍ୟା କରିଛନ୍ତି । ତାଙ୍କ ମୃତଦେହକୁ ଜବତ କରି ପୋଲିସ ତଦନ୍ତ ଆରମ୍ଭ କରିଛି । ଜାଣିବାକୁ ମିଳିଛି ଯେ ସୁଶାନ୍ତ ଗଲ୍ଫ ସିଟି ଅଞ୍ଚଳରେ DIG ଙ୍କ ପତ୍ନୀ ପୁଷ୍ପା ପ୍ରକାଶ (୩୬ ବର୍ଷ) ସକାଳ ପ୍ରାୟ ୧୧ ଟା ବେଳେ ନିଜେ ଫାଶୀରେ ଝୁଲି ପଡ଼ିଥିଲେ । କିଛି ଲୋକଙ୍କ ସାହାଯ୍ୟରେ ତାଙ୍କୁ ଲୋହିଆଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।

ତେବେ DIG ଙ୍କ ପତ୍ନୀ ପୁଷ୍ପା ପ୍ରକାଶ କାହିଁକି ଆତ୍ମହତ୍ୟା କଲେ ତାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଘଟଣାସ୍ଥଳରେ ତାଙ୍କ ପାଖରୁ ମଧ୍ୟ କୌଣସି ସୁଇସାଇଡ଼ ନୋଟ ଜବତ ହୋଇନାହିଁ । ଘଟଣାର ତଦନ୍ତରେ କିନ୍ତୁ ପୋଲିସ ଜୁଟିଛନ୍ତି ।

ସୂଚନାଯୋଗ୍ୟ ଯେ DIG ଚନ୍ଦ୍ର ପ୍ରକାଶଙ୍କ ପୋଷ୍ଟିଂ ଉନାଉରେ । ଏହାବ୍ୟତୀତ ଚନ୍ଦ୍ର ପ୍ରକାଶ ହାଥରସ ଜିଲ୍ଲାର ଚନ୍ଦପା କୋତୱାଲୀ ଅଞ୍ଚଳର ଜଣେ ନାବାଳିକାର ବଳାତ୍କାର ଓ ମୃତ୍ୟୁ ଘଟଣା ଜଡ଼ିତ ତଦନ୍ତ ପାଇଁ ପ୍ରସ୍ତୁତ ହୋଇଥିବା SIT ର ମଧ୍ୟ ଜଣେ ସଦସ୍ୟ ।

Leave a Reply

Your email address will not be published. Required fields are marked *