୩୦ ବର୍ଷ ପରେ ଏହି ୭ଟି ଖାଇବା ଜିନିଷ ପ୍ରତି ସତର୍କ ହୋଇଯାଆନ୍ତୁ : ନହେଲେ …

ମଣିଷ ୩୦ ବର୍ଷ ପରେ ନିଜ ଶରୀର ପ୍ରତି ଯଦି ଧ୍ୟାନ ନଦିଏ, ଖାଇବା ପିଇବା ପ୍ରତି ସତର୍କ ନରୁହେ ତେବେ ତାକୁ ଅନେକ ବିପଦର ସମ୍ମୁଖୀନ କରିବାକୁ ପଡ଼ିଥାଏ । ମହିଳା ହୁଅନ୍ତୁ କି ପୁରୁଷ ୩୦ ବର୍ଷ ପରେ ହରମୋନରେ ପରିବର୍ତ୍ତନ ହେତୁ ଦୃଷ୍ଟି ଶକ୍ତି କମ୍ ହେବା, କେଶ ଧଳା ହେଇଯିବା, ଫୁର୍ତ୍ତିପଣ କମିଯିବା, ଚେହେରାରେ କୁଞ୍ଚନ ଆରମ୍ଭ ହେବା ଆଦି ସମସ୍ୟା ଉପୁଜିଥାଏ । ଏଜିଂ ଆଣ୍ଡ ନିଉଟ୍ରିସନ ବୈଜ୍ଞାନିକଙ୍କ କହିବାନୁସାରେ ବୟସ ପୂର୍ବରୁ ବାର୍ଦ୍ଧକ୍ୟ ଆସିବା ପାଇଁ ଆମ ଖାଦ୍ୟପେୟ ହିଁ ମୁଖ୍ୟ ରୂପେ ଦାୟୀ । ଖାଦ୍ୟ ବିଶେଷଜ୍ଞ କହିଛନ୍ତି ଯେ ୩୦ ବର୍ଷ ହେଲା ମାତ୍ରେ ଆମକୁ ନିଜ ଖାଦ୍ୟପେୟକୁ ନେଇ ଜଗି ଯିବା ଉଚିତ ।

କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟର ରିପୋର୍ଟ ଅନୁଯାୟୀ ଲୋକମାନେ ଦିନକୁ ୨୩୦୦ ମିଲିଗ୍ରାମରୁ ଅଧିକ ସୋଡିୟମ ଗ୍ରହଣ କରିବା ଅନୁଚିତ୍ । ବଜାରରେ ମିଳୁଥିବା ଲୋକପ୍ରିୟ ସୁପରେ ରହିଛି ଦିନ ସାରା ନେବାକୁ ଥିବା ସୋଡିୟମର ୪୦ ପ୍ରତିଶତ । ଯାହା ପାଇଁ ଚର୍ମ ବାର୍ଦ୍ଧକ୍ୟଗତ ସମସ୍ୟା ସହିତ ରକ୍ତଚାପ ଦୃଷ୍ଟିରୁ ଏହା ଆପଣଙ୍କ ପାଇଁ ସାଂଘାତିକ ପ୍ରମାଣିତ ହୋଇପାରେ ।

ଲୁଣ ପରି ଚିନିରେ ବି ପାବନ୍ଧି ଲାଗିଯାଏ ୩୦ ବର୍ଷ ଅତିକ୍ରମ କଲେ । ଡାଏଟିସିଆନ୍ ମାର୍ଥା ମ୍ୟାକଟ୍ରିକ୍ କହିଛନ୍ତି ଯେ ବୟସ ବଢିବା ସହିତ ଜଣେ ବ୍ୟକ୍ତିଙ୍କ ନିଦ ଧୀରେ ଧୀରେ କମିଯାଏ ଏବଂ କାର୍ବସ୍ ତଥା ଚିନି ଖାଇବା ବଢିଯାଏ । କିନ୍ତୁ ଏଥିପ୍ରତି ସତର୍କ ନହେଲେ ଆପଣ ବି ମୋଟାପଣର ସମସ୍ୟାକୁ ସାମ୍ନା କରିପାରନ୍ତି ।

ବୈଜ୍ଞାନିକଙ୍କ କହିବା କଥା ହେଲା ଯେ ସକାଳେ ସୂର୍ଯ୍ୟଙ୍କର ଅତି ବାଇଗଣି ରଶ୍ମି ଦିନସାରା ତ୍ଵଚାରେ ପଡ଼ି ସେଲ୍ସ ମାରିଦିଏ । କିନ୍ତୁ ଶୋଇଲାବେଳେ ତାହା ପୁନଃ ମରାମତି ହୋଇଯାଏ । କ୍ୟାଫିନ ଯୁକ୍ତ ପାନୀୟ ପିଇବା ଦ୍ଵାରା ନିଦ କମିଯାଏ ଯେଉଁ କାରଣରୁ ଶୋଇବା ସମୟରେ କାମ କରୁଥିବା ମରାମତି କାମ ଅଟକି ଯାଏ । ଚର୍ମର କ୍ଷତିପୂରଣ ହୋଇପାରେନି । ଜଳଖିଆରେ ମଇଦାରୁ ପ୍ରସ୍ତୁତ ଖାଦ୍ୟ କିମ୍ବା ପାଉଁରୁଟି ବି ଶରୀର ପାଇଁ ଅତ୍ୟନ୍ତ ବିପଜ୍ଜନକ । ଏଥିରେ ପ୍ରଚୁର ପରିମାଣରେ ଚିନି, କାର୍ବସ୍ ଏବଂ ଚର୍ବି ଥାଏ ଯାହା କେବଳ କୋଷ୍ଠକାଠିନ୍ୟ ଏବଂ ହଜମ ସମସ୍ୟାକୁ ବଢାଏ ନାହିଁ ବରଂ ଅନ୍ତନଳୀ ପାଇଁ ମଧ୍ୟ କ୍ଷତିକାରକ ହୋଇଥାଏ ।

ରିପୋର୍ଟ ଅନୁସାରେ ୩୦ ବର୍ଷ ବୟସ ପରେ ଲିଭର, କିଡ଼ନୀ ଭଳି ପ୍ରମୁଖ ଅଙ୍ଗ ସବୁ ଧୀରେ ଧୀରେ ଧିମା ହେବାକୁ ଲାଗେ । ମଦ୍ୟପାନ ତ ବିଲକୁଲ ହିଁ ବନ୍ଦ କରିଦେବା ଉଚିତ୍ । ମଦ୍ୟପାନ କେବଳ ଆପଣଙ୍କ ଯକୃତ ଏବଂ କିଡନୀକୁ ନଷ୍ଟ କରେ ନାହିଁ ବରଂ ମେଦବହୁଳତା, ମଧୁମେହ ଏବଂ ଅନ୍ୟାନ୍ୟ ଅନେକ ଗମ୍ଭୀର ରୋଗ ମଧ୍ୟ ବି ସୃଷ୍ଟି କରିଥାଏ ।

Leave a Reply

Your email address will not be published. Required fields are marked *