ଜଣେ ନାବାଳକ ଯୁବକ କୁକୁରକୁ ଏତେ ନିର୍ଦ୍ଦୟ ଭାବରେ ପିଟିଛି ଯେ କୁକୁରର ଆଖି ବାହାରକୁ ବାହାରି ପଡ଼ିଲା । ଗୁରୁତର ଆହତ ହୋଇ ଶେଷରେ ସେ ମରିଗଲା । ଏହି ଅଦ୍ଭୁତ ଘଟଣା ଘଟିଛି ମହାରାଷ୍ଟ୍ରର ଔରଙ୍ଗାବାଦ ଜିଲ୍ଲାରେ । ଦୁଃଖର ବିଷୟ ଯେ ଯେତେବେଳେ ଜଣେ ନିଷ୍ଠୁର ହୋଇ କୁକୁରକୁ ପିଟି ଚାଲିଥିଲା ସେ ସମୟରେ ଆଉ ଜଣେ ଘଟଣାର ଭିଡ଼ିଓ କରୁଥିଲା ।
ତେବେ ଭିଡ଼ିଓଟି ଭାଇରାଲ ହେଲା ପରେ ପଶୁପ୍ରେମୀମାନେ ପୋଲିସ ଷ୍ଟେସନ ଯାଇ ସେମାନଙ୍କ ନାଁରେ ଏକ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ଉଭୟ ଯୁବକଙ୍କୁ ପୋଲିସ ଗିରଫ କରିଛି । ସୂଚନା ଅନୁଯାୟୀ ଭିଡ଼ିଓ ପ୍ରସ୍ତୁତ କରିଥିବା ଯୁବକ ମଧ୍ୟ ପୋଲିସ ହେପାଜତରେ ଅଛନ୍ତି ।

ଭାଇରାଲ ହୋଇଥିବା ଭିଡ଼ିଓରେ ସ୍ପଷ୍ଟ ଦିଶୁଛି ଯେ ଜଣେ ନାବାଳକ ଯୁବକ କୁକୁର ଉପରେ ନିଷ୍ଠରୁ ଭାବରେ ବାଡ଼ିରେ ବାଡ଼େଇ ଚାଲିଛି । କୁକୁର ତାକୁ ବିରୋଧ ବି କରିପାରୁନି । ତେବେ ଯୁବକ ଦୁଇ ଜଣ ସନ୍ଦେହ କରୁଥିଲେ ଯେ ଏହି କୁକୁରଟି ସେମାନେ ରହୁଥିବା ଘରଠାରୁ ଚାରି କିଲୋମିଟର ଦୂରରେ ଥିବ ଜଣେ ଦୁଗ୍ଧଚାଷୀଙ୍କ ଅଗଣାରୁ କୁକୁଡ଼ା ଶିକାର କରୁଥିଲା ।
ତେଣୁ ଯୁବକମାନେ ରାଗିଯାଇ ଦିନେ ସେ କୁକୁରକୁ ଘରକୁ ଆଣି ପିଟିଲେ । ଯେତେବେଳେ ଏହି ଘଟଣାର ଭିଡ଼ିଓ ଭାଇରାଲ ହୋଇଥିଲା, ପଶୁମାନଙ୍କ ପାଇଁ କାମ କରୁଥିବା ସଂଗଠନଗୁଡ଼ିକ ଆଗକୁ ଆସି ପୋଲିସ ନିକଟରେ ଅଭିଯୋଗ କରିଥିଲେ ।