ସବ୍-ଇନ୍ସପେକ୍ଟରଙ୍କ କାଣ୍ଡ କାରନାମାରେ ଦୋହଳିଗଲା ଦିଲ୍ଲୀ ପୋଲିସ : ଧରିବାକୁ ଦରକାର ପଡ଼ିଲା ୨୦୦ଟା ସିସିଟିଭି

ଦ୍ଵାରିକାରେ ମହିଳାଙ୍କୁ ଅଶ୍ଳୀଳ ମନ୍ତବ୍ୟ ଦେବା ଓ କାର ଚଲେଇ ସେମାନଙ୍କୁ ପିଛା କରିବାର ୪ଟା FIR ଗୋଟିଏ ଦିନରେ ଦାଖଲ ହୋଇଛି । ସବ୍-ଇନ୍ସପେକ୍ଟରଙ୍କ ଏପରି କାର୍ଯ୍ୟକଳାପରେ କିଛି ମହିଳା ଭୟଭୀତ ହୋଇ ପଡ଼ିଥିଲେ ଏବଂ ଆଉ କେତେକ ମହିଳା ଭିଡ଼ ଆଡ଼କୁ ଦୌଡ଼ିଥିଲେ । ଏହି ସବ୍-ଇନ୍ସପେକ୍ଟର ଆହୁରି ଅନେକ ମହିଳାଙ୍କ ସହିତ ସମାନ ବ୍ୟବହାର କରିଛନ୍ତି କିନ୍ତୁ ଡରରେ ସେମାନେ FIR ଦାଖଲ କରିନାହାନ୍ତି ।

ଧୂସର ରଙ୍ଗର ନମ୍ବର ପ୍ଳେଟ ବିନା ବାଲେନୋ କାର ଧରି ୟୁନିଫର୍ମ ନପିନ୍ଧି ଏହି ସବ୍-ଇନ୍ସପେକ୍ଟର ଜଣକ ସକାଳୁ ସକାଳୁ ଏପରି କାଣ୍ଡ କାରନାମା କରନ୍ତି । ତେବେ ଅକ୍ଟୋବର ମାସରେ ସକାଳ ୮ ଟାରୁ ୯ ଟା ଯାଏଁ ଦ୍ୱାରକା ଅଞ୍ଚଳରେ ସେ ଏମିତି ଅନେକ ଘଟଣା ଘଟାଇଥିଲେ । ଏମିତି ଅଭ୍ୟସ୍ତ ସବ୍-ଇନ୍ସପେକ୍ଟରଙ୍କୁ ଖୋଜିବା ପାଇଁ ଦିଲ୍ଲୀ ପୋଲିସ ୨୦୦ ଟା ସିସିଟିଭି କ୍ୟାମେରା ଖୋଜିଥିଲା ।

ଦିଲ୍ଲୀରେ ୨୮୬ଟି ବାଲେନୋ କାର ଥିଲାବେଳେ ସମସ୍ତ କାରର ତଲାସି ନିଆଯାଇଥିଲା ଓ କାରଗୁଡ଼ିକର ମାଲିକଙ୍କ ଡୋସିଅର୍ କରାଯାଇଥିଲା । ଅଭିଯୁକ୍ତଙ୍କୁ ଧରିବା ପାଇଁ SHO, ACP ସମେତ ଦିଲ୍ଲୀ ପୋଲିସର ପ୍ରାୟ ୨୦୦ ପୋଲିସ ନିଯୋଜିତ ହୋଇଥିଲେ । ଶେଷରେ ଅଭିଯୁକ୍ତକୁ ଗିରଫ କରାଯିବା ପରେ ଜଣାପଡ଼ିଲା ଯେ ଅଭିଯୁକ୍ତ ଜଣକ ସେହି ଦିଲ୍ଲୀର ହିଁ ଜଣେ ପୋଲିସ ଥିଲେ ।

ବିଶ୍ଵାସ କରାଯାଉଛି ଯେ ଏହି ସବ୍ ଇନ୍ସପେକ୍ଟରଙ୍କ ବିରୁଦ୍ଧରେ ଆହୁରି ଅନେକ ମାମଲା ଦାଖଲ ହୋଇପାରିବ ଯାହାର ଇତିହାସ ଏବେ ଖୋଜା ଚାଲିଛି ।

Leave a Reply

Your email address will not be published. Required fields are marked *