ସଂସ୍କାର : ଉତ୍ତରପ୍ରଦେଶର ଲଲିତପୁର ଜିଲ୍ଲାରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ୧୭ ବର୍ଷର ନାବାଳିକାଙ୍କୁ ତାଙ୍କ ପିତା ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଆହୁରି ମଧ୍ୟ ଅଭିଯୋଗ ହୋଇଛି ଯେ, ପିଶାଚି ପିତା ନିଜେ ପ୍ରଥମେ ନିଜ ଝିଅ ସହିତ ଶାରୀରିକ ସମ୍ପର୍କ ରଖିଥିଲେ ଏବଂ ପରେ ତାଙ୍କ ସାଙ୍ଗମାନଙ୍କୁ ମଧ୍ୟ ବାଣ୍ଟିଥିଲେ। ଗତ ୬ ବର୍ଷ ମଧ୍ୟରେ ନାବାଳିକାଙ୍କୁ ୨୮ ଜଣ ବଳାତ୍କାର କରିଥିବା ଅଭିଯୋଗ ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ , ନାବାଳିକା ଜଣକ ଯେତେବେଳେ ୧୧ ବର୍ଷର ଥିଲେ ସେହି ସମୟଠାରୁ ତାଙ୍କ ବାପା ତାଙ୍କୁ ବଳାତ୍କାର କରିବା ଆରମ୍ଭ କରିଥିଲେ। ଆଉ ସେବେଠାରୁ ଗତ ୬ ବର୍ଷ ହେଲା ଏହି କାର୍ଯ୍ୟ ଚାଲିଛି। ଅନ୍ୟପଟେ ନାବାଳିକା ଜଣକ ପୋଲିସ୍ ନିକଟରେ ଜଣେ ନାବାଳକ ଛାତ୍ର, ତାଙ୍କ ପିତା ଏବଂ ଜିଲ୍ଲା ମୁଖ୍ୟଙ୍କ ସମେତ ୨୮ ଜଣଙ୍କ ନାମ କହିଛନ୍ତି। ଆଉ ପୋଲିସ୍ ମଧ୍ୟ ନାବାଳିକାଙ୍କର ଅଭିଯୋଗକୁ ଗୁରୁତର ସହିତ ନେଇ ଏକ ମାମଲା ରୁଜୁ କରିବା ସହିତ ତଦନ୍ତ ଆରମ୍ଭ କରିଛି।
ନାବାଳିକା ଜଣକ ପୋଲିସକୁ ଦେଇଥିବା ଅଭିଯୋଗ ଅନୁଯାୟୀ, ଯେତେବେଳେ ସେ ଷଷ୍ଠ ଶ୍ରେଣୀରେ ପଢୁଥିଲେ, ସେତେବେଳେ ତାଙ୍କୁ ୧୧ ବର୍ଷ ହୋଇଥିଲା, ସେବେଠାରୁ ତାଙ୍କ ପିତା ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ଏହା ପରେ, ଧୀରେ ଧୀରେ ତାଙ୍କ ପିତା ତାଙ୍କର କୋମଳ ଶରୀରକୁ ତାଙ୍କର ଅନ୍ୟ ସାଙ୍ଗମାନଙ୍କୁ ମଧ୍ୟ ଦେବା ଆରମ୍ଭ କଲେ। ଆଉ ସମସ୍ତେ ତାଙ୍କୁ ବଳାତ୍କାର କରିଥିଲେ। ଏହି କାମ ଗତ ୬ ବର୍ଷ ଧରି ଚାଲିଥିଲା। ପୀଡିତାଙ୍କ ଅନୁଯାୟୀ ଜିଲ୍ଲା ସଭାପତି ତିଲକ ଯାଦବ, ତାଙ୍କ ଭାଇ ତଥା ବିଏସପି ଜିଲ୍ଲା ସଭାପତି ଦୀପକ ଅହିରୱାରଙ୍କ ସମେତ ୨୮ ଜଣ ତାଙ୍କୁ ବଳାତ୍କାର କରିଛନ୍ତି।
ପୀଡିତା ନାବାଳିକା କହିଛନ୍ତି ଯେ ଯେତେବେଳେ ସେ କିମ୍ବା ତାଙ୍କ ମା ଏହି କାର୍ଯ୍ୟକୁ ବିରୋଧ କରନ୍ତି, ସେତେବେଳେ ତାଙ୍କ ବାପା ଏବଂ ତାଙ୍କ ସାଙ୍ଗମାନେ ତାଙ୍କୁ ମାରିବାକୁ ଧମକ ଦେଉଥିଲେ। ଏହି କାରଣରୁ ଦୁହେଁ ଏତେ ଦିନ ପର୍ଯ୍ୟନ୍ତ ଚୁପ୍ ରହିଲେ। ତେବେ ଏହି ମାମଲାକୁ ଗମ୍ଭୀରତାର ସହ ଗ୍ରହଣ କରି ପୋଲିସ ସମସ୍ତ ୨୮ ଜଣ ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ କରି ଅଧିକ କାର୍ଯ୍ୟାନୁଷ୍ଠାନ ପାଇଁ ତଦନ୍ତ ଆରମ୍ଭ କରିଛି।