ମଧ୍ୟପ୍ରଦେଶର ଗ୍ୱାଲିଅର ରେ ଅନୁଷ୍ଠିତ ଏକ କ୍ରିକେଟ୍ ମ୍ୟାଚ୍ ସମୟରେ ଜଣେ 23 ବର୍ଷୀୟ ବ୍ୟାଟ୍ସମ୍ୟାନ୍ 49 ରନ୍ ସଂଗ୍ରହ କରିଥିଲେ ଏବଂ 49 ରନ ରେ ଜଣେ ଫିଲଡର ହାତରେ କ୍ୟାଚ ହୋଇ ଆଉଟ ହୋଇଯାଇଥିଲେ । ବିଶେକରି ବ୍ୟାଟସମ୍ୟାନ୍ ନିଜ ବ୍ୟାଟକୁ ଫୋପାଡ଼ି ଦେଇଥିବାର ଅପାଣ ମାନେ ଦେଖିଥିବେ ନିଶ୍ଚୟ। ହେଲେ ଆଶ୍ଚର୍ଯ୍ୟର କଥା ଏହା ଯେ ମଧ୍ୟପ୍ରଦେଶରେ ଜଣେ ଖେଳାଳି ମାତ୍ର ୧ ରନ୍ ପାଇଁ ଅର୍ଦ୍ଧଶତକ ରୁ ବଞ୍ଚିତ ହେବାରୁ ଫିଲ୍ଡରକୁ ବ୍ୟାଟରେ ମରଣାତ୍ମକ ପିଟିଥିଲେ ଯାହା ଘଟଣା ଟି ସମସ୍ତଙ୍କୁ ଚକିତ କରିଥିଲା । ପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା ଏବଂ ବର୍ତମାନ ତାଙ୍କ ଅବସ୍ଥା ଏବେ ଏବେ ସଙ୍କଟାପନ୍ନ ଥିବା ଜଣା ପଡିଛି।

ରବିବାର ପୋଲିସ ଏ ସମ୍ପର୍କରେ ସୂଚନା ଦେଇଛି। ନଗର ପୋଲିସ ଅଧୀକ୍ଷକ ରାମନାରସ ପାଚୌରି କହିଛନ୍ତି ଯେ ସଚିନ ପରାଶର(23) ଜଣେ ଫିଲ୍ଡରଙ୍କୁ ଗୁରୁତର ଅବସ୍ଥାରେ ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା ଏବଂ ବ୍ୟାଟ୍ସମ୍ୟାନ୍ ସଞ୍ଜୟ ପାଲିଆଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗରେ ମାମଲା ରୁଜୁ କରା ଯାଇଛି। ଶନିବାର ଦିନ ମେଳା ପଡ଼ିଆରେ ଖେଳାଯାଇଥିବା ଏକ ମ୍ୟାଚ୍ ସମୟରେ ଏହି ଘଟଣା ଘଟିଛି।

ନଗର ପୋଲିସ ଅଧୀକ୍ଷକ ରାମନାରସ ପାଚୌରି କହିଛନ୍ତି ଯେ, ଯେତେବେଳେ ବ୍ୟାଟସମ୍ୟାନ୍ ସଞ୍ଜୟ ପାଲିଆ 49 ରନ୍ କରିଥିଲେ ସଚିନ ପରାଶର ସେତେବେଳେ ତାଙ୍କ କ୍ୟାଚ୍ ଧରିଥିଲେ ଫଳରେ ସେ ରାଗିଯାଇଥିଲେ, କ୍ରୋଧିତ ହୋଇଥିଲେ ଏଥିପାଇଁ ଯେ ସେ 50 ରନ୍ରୁ ମାତ୍ର ଗୋଟିଏ ଦୂରରେ ଥିଲେ। ଫଳରେ ସେଫିଲ୍ଡର ଆଡକୁ ଦୌଡ଼ି ଯାଇ ବ୍ୟାଟ୍ ରେ ତାଙ୍କୁ ମୁଣ୍ଡକୁ ମାରିବା ଆରମ୍ଭ କରିଥିଲେ, ଠିକ ସେତିକି ବେଳେ ଅନ୍ୟ ଖେଳାଳିମାନେ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ,ହେଲେ ଏପର୍ଯ୍ୟନ୍ତ ଡାକ୍ତରଖାନାରେ ଚେତା ଫେରି ନାହିଁ ବୋଲି ନଗର ପୋଲିସ ଅଧୀକ୍ଷକ ରାମନାରସ ପାଚୌରି କହିଛନ୍ତି ଏବଂ ସେ ଏହା ମଧ୍ୟ କହିଛନ୍ତି ଯେ ସେ ବର୍ତମାନ ଫେରାର ଅଛନ୍ତି ଏବଂ ବ୍ୟାଟସମ୍ୟାନ୍ ସଞ୍ଜୟ ପାଲିଆ ଙ୍କୁ ଧରିବା ପାଇଁ ଉଦ୍ୟମ ଚାଲିଛି।