ସଂସ୍କାର : କିଛି ଅସାବଧାନତା ହେଉ ନଚେତ ବାପାମା’ଙ୍କ ଅବହେଳା ଯୋଗୁଁ ଏକ ୫ ବର୍ଷର ଶିଶୁ ନାଳରେ ବୁଡ଼ି ପ୍ରାଣ ହରାଇଥିବା ଜଣାପଡ଼ିଛି। ରାଜ୍ୟରେ ବର୍ତ୍ତମାନ ଏହି ଖବର ଚର୍ଚ୍ଚାର ବିଷୟ ହୋଇଛି। ଗତାକଲି ରାଜଧାନୀରେ ଘଟିଛି ଏଭଳି ହୃଦୟ ବିଦାରକ ଘଟଣା ।
ମୃତ ଶିଶୁ ଜଣ ଭୁଆଶୁଣି ଲେନ ନିକଟସ୍ଥ ଅଞ୍ଚଳରେ ପରିବାର ସହ ରୁହନ୍ତି । ତେବେ ଗତକାଲି ସେ ସାଙ୍ଗଙ୍କ ସହ ଖେଳୁଥିବାବେଳେ ହଠାତ୍ ନିଖୋଜ ହୋଇଯାଇଥିଲେ । ପରିବାର ଲୋକ ଦୀର୍ଘ ସମୟ ଧରି ନ ଫେରିବାରୁ ଖୋଜାଖୋଜି କରିଥିଲେ ।
କିଛି ଘଂଟା ପରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଖବର ପାଇ ଖୋଜାଖୋଜି ଆରମ୍ଭ କରିଥିଲେ । ପରେ ଗଙ୍ଗୁଆ ନାଳ ନିକଟରେ ଉକ୍ତ ଶିଶୁର ମୃତଦେହକୁ ପାଇଥିଲେ । ତୁରନ୍ତ ଶିଶୁଟିକୁ ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ।