୬ବର୍ଷର ଛୋଟ ଝିଅକୁ କାଠଫାଳିଆରେ ପିଟିଲା ବାପା, ଆଉ ତାପରେ..

ସଂସ୍କାର : ପାରିବାରିକ କଳହର କରୁଣ ପରିଣତି । ୬ ବର୍ଷର ଶିଶୁ କନ୍ୟାକୁ କାଠଫାଳିଆରେ ପିଟିଲା ବାପା। ଆଉ କାଠଫାଳିଆରେ ବାପାର ମରଣାନ୍ତକ ଆକ୍ରମଣ ଫଳରେ ଝିଅଟି ଆଉ ଏହି ଦୁନିଆରେ ନାହିଁ। ଦୁନିଆ କଣ ଜାଣିନଥିବା ଛୋଟ ୬ ବର୍ଷର ଝିଅକୁ କାଠଫାଳିଆରେ ମାରି ହତ୍ୟା କଲା ସାବତ ମା ଏବଂ ବାପା। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ତେନ୍ତୁଳିଆ ସାହିର ଘଟିଛି ଏହି ଅଭବନୀୟ ଘଟଣା ।

ରାଜ୍ୟ ଗଣମାଧ୍ୟମର ଖବର ଅନୁଯାୟୀ, ରବିବାର ବିଳମ୍ବିତ ରାତି ପ୍ରାୟ ୧୧ଟା ସମୟରେ ଏପରି ଅଘଟଣ ଘଟିଛି। କୌଣସି କାରଣରୁ ଝିଅକୁ କାଠ ଫାଳିଆରେ ମାଡ ମାରିଥିଲେ ସାବତ ମା ଓ ବାପା । ଝିଅର ମୁଣ୍ଡରେ କାଠଫାଳିଆ ବାଜି ପ୍ରବଳ ରକ୍ତସ୍ରାବ ହୋଇଥିଲା । ଝିଅଟି ଗୁରୁତର ହୋଇ ଘରେ ପଡିରହିବାର କିଛି ସମୟ ପରେ ତାର ମୃତ୍ୟୁ ହୋଇଯାଇଥିଲା। ସକାଳୁ ସାବତ ମା ଏବଂ ବାପା ଦୋଷକୁ ଲୁଚାଇବାକୁ ଯାଇ ବାହାନା କରିଥିଲେ।

ଝିଅର ମୁଣ୍ଡ ଫାଟି ମୃତ୍ୟୁ ହୋଇଥିବା କହିଥିଲେ ସାବତ ମା ଓ ବାପା । କିନ୍ତୁ ଏମାନଙ୍କ କଥା ଉପରେ ଗାଁ ଲୋକ ବିଶ୍ୱାସ କରିନଥିଲେ। ତୁରନ୍ତ ଘଟଣାସ୍ଥଳରୁ ଯାଇ ମୃତଦେହକୁ ଦେଖିଥିଲେ । ମୃତ ଝିଅର ଦେହ ସାରା ମାଡ଼ ଚିହ୍ନ ରହିଥିଲା। ଏହାପରେ ଉଭୟ ବାପା ଓ ସାବତ ମାଙ୍କୁ କାବୁ କରି ପୋଲିସର ଜିମା ଦେଇଥିଲେ ସ୍ଥାନୀୟ ଲୋକେ। ପୋଲିସ ଉଭୟଙ୍କୁ ଗିରଫ କରିଥିବା ଗଣମାଧ୍ୟମ ସୁତ୍ରରୁ ଜଣାପଡିଛି।

Leave a Reply

Your email address will not be published. Required fields are marked *