ଦୃଢ ଇଚ୍ଛାଶକ୍ତି ସାମ୍ନାରେ ସବୁ ଜଟିଳ ପରିସ୍ଥିତି ହାର ମାନେ । ତେବେ ଏହାର ଏକ ଉଦାହରଣ ସାଜିଛନ୍ତି ହଳେ ବର-କନ୍ୟା । ବିବାହକୁ ରୋକି ପାରିଲାନି ମହାମାରୀ । ପିପିଇ କିଟ୍ ପିନ୍ଧି ବିବାହ କଲେ ବର-କନ୍ୟା । କରୋନାରେ ସଂକ୍ରମିତ ହୋଇବି ପିପିଇ କିଟ୍ ପିନ୍ଧି ବିବାହ କରିଛନ୍ତି ମଧ୍ୟପ୍ରଦେଶ ରତଲାମରେ ହଳେ ବର-କନ୍ୟା । ଏଭଳି ବିବାହ ଏବେ ସାରା ଦେଶରେ ଆଲୋଚନାର ବିଷୟ ପାଲଟିଛି ।
ଏକ ନିଆରା ବିବାହ ହୋଇଛି ମଧ୍ୟପ୍ରଦେଶର ରତଲାମରେ । ବର କନ୍ୟାଙ୍କ ସହିତ ପୂଜକ ଏବଂ ପରିବାର ସଦସ୍ୟମାନେ ବି ପିପିଇ କିଟ୍ ପିନ୍ଧି ବିବାହରେ ସାମିଲ ହୋଇଥିବା ଭାଇରାଲ ହେଉଥିବା ଭିଡ଼ିଓରେ ନଜର ଆସିଛନ୍ତି । ସୋସିଆଲ ମିଡ଼ିଆରେ କ୍ଷିପ୍ର ବେଗରେ ଭାଇରାଲ ହେଉଥିବା ଏହି ଭିଡ଼ିଓରେ ସ୍ପଷ୍ଟ ଦେଖାଯାଇପାରେ ଯେ, ବର-କନ୍ୟା ପିପିଇ କିଟ୍ ପିନ୍ଧି ସାତ ଫେରା ନେଉଛନ୍ତି । ତେବେ ଏମିତି ଏକ ବିବାହ ହେଉଛି ବୋଲି ସ୍ଥାନୀୟ ପୋଲିସ ସୂଚନା ପାଇ କରୋନା ନିର୍ଦ୍ଦେଶନାମା ଅନୁଯାୟୀ ବିବାହ ବନ୍ଦ କରିବାକୁ ଘଟଣାସ୍ଥଳରେ ବି ପହଞ୍ଚିଥିଲା । କିନ୍ତୁ ପରେ ବିବାହ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ।
ଏନେଇ ରତଲାମର ତହସିଲଦାର ନୱାଲ ଗର୍ଗ କହିଛନ୍ତି ଯେ ଅପେଲ ୧୯ ତାରିଖ ଦିନ ବର କରୋନା ପଜିଟିଭ ବୋଲି ଜଣାପଡ଼ିଥିଲା । ବିବାହ ବନ୍ଦ କରିବାକୁ ତେଣୁ ଆମେ ଏଠାକୁ ଆସିଥିଲୁ । ହେଲେ ବରିଷ୍ଠ ଅଧିକାରୀଙ୍କ ଅନୁରୋଧ କ୍ରମେ ଏହି ବିବାହ ଶେଷ ହୋଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଦମ୍ପତି ପିପିଏ କିଟ୍ ପିନ୍ଧି ବିବାହ କରିଛନ୍ତି ଫଳରେ ଏହି ସଂକ୍ରମଣ ବ୍ୟାପିବାର ଆଶଙ୍କା କମ ଥାଇପାରେ ।