ସଂସ୍କାର : ପାରିବାରିକ କଳହର କରୁଣ ପରିଣତି ଏତେ ଭୟଙ୍କର ତାହା ଏହି ଘଟଣାରୁ ଜଣାପଡ଼ିଛି । ସାମାନ୍ୟ ବଚସାରୁ ସ୍ତ୍ରୀ ରଶି ଲଗାଇ ଆତ୍ମହତ୍ୟା କରିଥିବାବେଳେ ସ୍ୱାମୀ ଫେରାର ହୋଇଯାଇଥିବା ଜଣାପଡ଼ିଛି । ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ସୟା ପଞ୍ଚାୟତ ଅଧୀନସ୍ଥ ବାଲିଚତୁରୀ ଗ୍ରାମରେ ।
ମୃତ ମହିଳାଙ୍କ ନାମ ସୁମିତ୍ରା। ଗତକାଲି ସକାଳେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା । ଏହି ବଚସା ଏତେ ଭୟଙ୍କର ହୋଇଥିଲା ଯେ, ଶେଷରେ ସୁମିତ୍ରା ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ସୂତ୍ରରୁ ପ୍ରକାଶ ।
ଧୁଷୁରୀ ଥାନା ମଙ୍ଗଳପୁର ଖପରପଦା ଗାଁର ବାଇଧର ଦାସଙ୍କ ଝିଅ ସୁମିତ୍ରା ଗତ ୧୦ ବର୍ଷ ତଳେ ପ୍ରକାଶଙ୍କ ସହିତ ବୈଦିକ ରୀତିରେ ବିବାହ କରିଥିଲେ । ପରେ ତାଙ୍କୁ ବିଭିନ୍ନ ସମୟରେ ମାନସତକ, ଶାରିରୀକ ଓ ଯୋତୁକ ନିର୍ଯାତନା ଦେଉଥିଲେ ଶାଶୂଘର ଲୋକେ।
ମୃତଦେହ ତିହିଡ଼ି ମେଡିକାଲରେ ପଡ଼ିଥିବା ସୁମିତ୍ରାଙ୍କ ବାପଘର ପରିବାର ଲୋକେ ଖବର ପାଇଥିଲେ । ଏହାପରେ ସୁମିତ୍ରାଙ୍କ ବାପା ସୁମିତ୍ରାଙ୍କ ସ୍ୱାମୀ ଓ ତାଙ୍କ ପରିବାର ଲୋକଙ୍କ ବିରୋଧରେ ଥାନାରେ ଅଭିଯୋଗ ଦେଇଥିଲେ ।