ପରମ ସମ୍ମାନନୀୟ ରାଜ୍ୟପାଳ ମହୋଦୟ, ମୁଁ ନୀରୋଦ କୁମାର ସାହୁ । ସବୁ ପରିସ୍ଥିତିକୁ ଦେଖି, ସ୍ଥିର ମସ୍ତିଷ୍କରେ ଆପଣଙ୍କୁ ଇଚ୍ଛାମୃତ୍ୟୁ ପାଇଁ ଅନୁରୋଧ କରୁଛି । ମୋ ପରିବାରର ଚାରି ପ୍ରାଣୀଙ୍କୁ ଆପଣ ଇଚ୍ଛାମୃତ୍ୟୁ ପାଇଁ ଅନୁମତି ଦିଅନ୍ତୁ । ଏମିତି ଅନାହାର ଆଉ ରୋଗବ୍ୟାଧିରେ ବଞ୍ଚିବା ଅପେକ୍ଷା ଇଚ୍ଛାମୃତ୍ୟୁକୁ ବରଣ କରିବା ଆମ ପାଇଁ ବୋଧହୁଏ ଶ୍ରେୟସ୍କର ହେବ ।

ଯନ୍ତ୍ରଣାକୁ ଆଉ ସହ୍ୟ ନ କରିପାରି ଏହିପରି ଗୋଟେ କୋହଭରା ଚିଠି ଲେଖିଛନ୍ତି ବାପା। ବାଙ୍କୀ ଡମପଡା ବ୍ଲକର ପାଥପୁର ଗାଁରେ ରହନ୍ତି ନିରୋଦ କୁମାର ସାହୁ । ପରିବାରରେ ସ୍ତ୍ରୀ ବାସନ୍ତୀ ଆଉ ଦିବ୍ୟାଙ୍ଗ ଦୁଇଟି ପୁଅ ଝିଅ। ଗଲା ୧୩ ବର୍ଷ ଧରି ନୀରୋଦଙ୍କ ପରିବାର ଉପରେ ସତେ ଯେମିତି ଦୁଃଖର କଳାବାଦଲ ଢାଙ୍କି ହେଇ ରହିଛି ।
ଅଜଣା ରୋଗରେ ପଡି ଭିନ୍ନକ୍ଷମ ପାଲଟିଯାଇଛନ୍ତି ନୀରୋଦଙ୍କ ଦୁଇଟି ଯାକ ସନ୍ତାନ । ନା କୁଆଡେ ଯାଇପାରୁଛନ୍ତି, ନା କିଛି କରିପାରୁଛନ୍ତି । ଏମିତି ବିଛଣାରେ ଶୋଇ ଶୋଇ ତାଙ୍କ ସମୟ କଟୁଥିବାବେଳେ। ବାପା ମାଆ ବି ଏବେ ହତାଶ ହେଇ ରାଜ୍ୟପାଳଙ୍କୁ ମାଗିଛନ୍ତି ଇଚ୍ଛାମୃତ୍ୟୁ ।
ଆଜିକୁ ପ୍ରାୟ ୧୩ ବର୍ଷ ହେଲା ନୀରୋଦଙ୍କ ପୁଅ ଆଉ ଝିଅ ଏମିତି ଅଭିଶପ୍ତ ଜୀବନ ଜିଉଛନ୍ତି । ବହୁତ ଜାଗାରେ ଦେଖାଦେଖି କଲା ପରେ ବି, ତାଙ୍କ ରୋଗ ଭଲ ହେଉନଥିବାବେଳେ । ସରକାରୀ ସାହାଯ୍ୟ ବି ତାଙ୍କ ଏ ଯାଇଁ ମିଳିନି। କେବଳ ଭତା ବାବଦକୁ ଯାହା ଯେତିକି ଟଙ୍କା ମିଳୁଛି ତା ବି ତାଙ୍କରି ଚିକିତ୍ସାରେ ଯାଉଛି ।
ତେଣୁ ଯଦି ଏ ପରିବାରକୁ ସରକାର ସାହାଯ୍ୟ କରନ୍ତେ । ଭଲ ଜାଗାରେ ଚିକିତ୍ସା କରେଇ ନୀରୋଦଙ୍କ ପୁଅ-ଝିଅକୁ ଭଲ କରିପାରନ୍ତେ । ତେବେ ଦୁହେଁ ସ୍ୱାମୀ-ସ୍ତ୍ରୀଙ୍କ ବାକି ଜୀବନ ଖୁସିରେ କଟିପାରନ୍ତା ।