ନିଜ ୩୯ ଦିନ ଶିଶୁ ପୁଅର ୭୧ ଟି ହାଡ଼ ଭାଙ୍ଗିଲା ବାପା ; କୋର୍ଟ ଶୁଣାଇଲେ ଏପରି ସଜ୍ଜା…

ସଂସ୍କାର: ନିଜ ଭ୍ରୃଣରୁ ଜନ୍ମ ନେଇଥିବା ୩୯ ଦିନର ଶିଶୁର ହାଡ଼ ଭାଙ୍ଗିଲା ପିଶାଚ ବାପା। କୋମଳ ଶରୀରର ଏତେ ଗୁଡାଏ ହାଡ଼ ଭାଙ୍ଗିବାରୁ ୩୯ ଦିନ ଶିଶୁ ପୁତ୍ରର ମୃତ୍ୟୁ ହୋଇଛି। ଜଣେ ପିତା ତାଙ୍କ ନିରୀହ ସନ୍ତାନ ପ୍ରତି ଏତେ ନିଷ୍ଠୁର ହୋଇଗଲେ ଯେ ଆପଣ ସମ୍ପୂର୍ଣ୍ଣ ଘଟଣା ଜାଣିବା ପରେ କମ୍ପି ଉଠିବେ। ଆପଣଙ୍କର ହୋସ୍ ଉଡିଯିବ। ବ୍ୟକ୍ତି ଜଣକ ତାଙ୍କର ଏକମାତ୍ର ୩୯ ଦିନର ଶିଶୁ ପୁଅର ୭୧ଟି ହାଡ ଭାଙ୍ଗିଥିଲେ, ଯେଉଁଥିପାଇଁ ସେ ଛୋଟ ଶିଶୁଟି ମୃତ୍ୟୁବରଣ କରିଥିଲା। ଏହି କାଣ୍ଡ ଘଟାଇବା ପରେ ବର୍ତ୍ତମାନ ଏହି ଦୋଷୀ ପିତାଙ୍କୁ ସ୍ଥାନୀୟ କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

୩୧ ବର୍ଷିୟ ବାପା ନିଜର ୩୯ ଦିନର ଶିଶୁକୁ ଏପରି ହାଡ଼ ଭାଙ୍ଗି ହତ୍ୟା କରିଛି। ଯାହାଦ୍ୱାରା ଶିଶୁର ୭୧ଟି ହାଡ଼ ଫ୍ରାକ୍ଚର୍ ହୋଇଯାଇଛି ଓ ତାର ମୃତ୍ୟୁ ହୋଇଯାଇଛି।ଏହିଭଳି ଏକ ଘଟଣା ଘଟିଛି ୱାର୍ମଲୀର ସାଉଥ୍ ଗ୍ଲାଷ୍ଟଶାୟର୍ ର । ଯେଉଁଠାରେ ୩୧ ବର୍ଷିୟ ଜେମ୍ସ ନିଜର ନବଜାତ ପୁଅର ହତ୍ୟା କରିଥିବା ଦୋଷରେ କୋର୍ଟ ତାକୁ ଆଜୀବନ କାରାଦଣ୍ଡ ଶୁଣାଇଛି । ଜେମ୍ସ ନିଜର ନବଜାତ ଶିଶୁ ସହିତ ଏପରି ହତ୍ୟା କରିଛି ଯେ, ଯାହାଦ୍ୱାରା ଶିଶୁର ଛାତିର ୭୧ ଟି ରିବ୍ ଫ୍ରାକ୍ଚର୍ ହୋଇଯାଇଥିଲା ଓ ମସ୍ତିସ୍କରୁ ରକ୍ତ ବାହାରିବାକୁ ଲାଗିଥିଲା। ସକାଳେ ଯେତେବେଳେ କୋମଳ ଶିଶୁଟିର ମାଆ ଶିଶୁକୁ ଦେଖିଲେ, ସେତେବେଳେକୁ ଶିଶୁଟି ମୃତ ହୋଇଯାଇଥିଲା। ଏହି ମାମଲା ୨୦୧୮ ମସିହାରେ ହୋଇଥିବା ବେଳେ କୋର୍ଟ ଏବେ ଅଭିଯୁକ୍ତକୁ ସଜ୍ଜା ଶୁଣାଇଛନ୍ତି।

ଶିଶୁର ହତ୍ୟା ମାମଲାରେ ତାର ପିଶାଚ ବାପାକୁ ଅତି କମରେ ୧୫ ବର୍ଷ ଜେଲ ଦଣ୍ଡ ହେବ। ଯାହାକି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୃତ୍ୟୁ ପରେ ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡିଛି ଯେ ଶିଶୁଟିକୁ ଅତି କମରେ ତିନିଥର ଆକ୍ରମଣ କରାଯାଇ ତାଙ୍କ ଶରୀରର ଅନେକ ହାଡ ଭାଙ୍ଗି ଯାଇଥିଲା। ମୁଣ୍ଡରେ ଆଘାତ ଲାଗିଥିବାରୁ ସେ ରକ୍ତସ୍ରାବ କାରଣରୁ ମୃତ୍ୟୁ ବରଣ କରିଥିଲେ।

Leave a Reply

Your email address will not be published. Required fields are marked *