ରାଗରେ ଜେଜେ ବାପା-ଜେଜେ ମାଙ୍କୁ ନିଆଁ ଲଗାଇ ଦେଲା ନାତି, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ

ସଂସ୍କାର : ଜେଜେ ବାପା-ଜେଜେ ମାକୁ ଜୀବନ୍ତ ଦଗ୍ଧ କରିଦେଲା ନାତି। ବାପା ପାଇଁ ଜେଜେ ବାପା ଆଉ ଜେଜେ ମାଆକୁ ନିଆଁ ଲଗାଇ ମାରିଦେଲା ନାତି। ଏପରି ଏକ ଅଭାବନୀୟ ଘଟଣା ଘଟିଛି ଚେନ୍ନାଇର ସାଲେମରେ ଅଞ୍ଚଳରେ।

ସୂଚନା ଅନୁସାରେ, ଜେଜେ ବାପା-ଜେଜେ ମାକୁ ମାରିଥିବା ନାତିର ବାପା ମଦ ପିଇ ନାତିର ମାକୁ ମାଡ଼ ମାରୁଥିଲା। କିନ୍ତୁ ପୁଅ ଜଣକ ବାପାର ସପକ୍ଷରେ ଆସି ଜେଜେ ମା ଆଉ ଜେଜେ ବାପାଙ୍କୁ ମାରିଦେଲା। ତେବେ ଏହି ମାମଲାରେ ଜଣେ ୧୬ ବର୍ଷୀୟ ନାବାଳକକୁ ଗିରଫ କରିଛି ଚେନ୍ନାଇ ପୋଲିସ । ନାତିର ନିଆଁ ଲଗାରେ ପ୍ରାଣ ହରାଇଥିବା ଜେଜେ ବାପା ଆଉ ଜେଜେ ମାଆ ହେଉଛନ୍ତି ୭୫ ବର୍ଷୀୟ ରାଜା ଏବଂ ତାଙ୍କର ୬୫ ବର୍ଷୀୟା ସ୍ତ୍ରୀ କାସିଆମାଲ। ତେବେ ଗତ ସୋମବାର ବିଳମ୍ବିତ ରାତିରେ ଏମିତି ଘଟଣା ଭିଆଇଛି ମୃତକଙ୍କ ନାତି।

ବୃଦ୍ଧ ଦମ୍ପତିଙ୍କର ୩ ପୁଅ ଥିବା ବେଳେ ସମେସ୍ତ ବିବାହିତ। ସମସ୍ତେ ଅଲଗା ରହୁଥିବା ବେଳେ ବୃଦ୍ଧ ଦମ୍ପତି ମଧ୍ୟ ଭିନ୍ନ ଘରେ ରହୁଥିଲେ। କିନ୍ତୁ ସୋମବାର ବିଳମ୍ବିତ ରାତିରେ ତାଙ୍କର ଜଣେ ନାତି ବାହାର ପଟୁ କବାଟ ଦେଇ ଘରେ ନିଆଁ ଲଗାଇଦେଇଥିଲା। ନିଆଁ ହୁତୁ ହୁତୁ ହୋଇ ଜଳିବା ପରେ ପଡ଼ୋଶୀ ଧାଇଁ ଆସି ଶତ ଚେଷ୍ଟା କରିଥିଲେ ହେଁ ନିଆଁକୁ ଆୟତ୍ତ କରିପାରିନଥିଲେ। ଏହା ପରେ ପୋଲିସକୁ ଖବର ଦିଆଯାଇଥିଲା।

ପୋଲିସ ଦମକଳ ବାହିନୀ ନେଇ ଘଟଣାସ୍ଥଳରେ ପହଞ୍ଚିଥିଲା। ପାଖାପାଖି ଘଣ୍ଟାଏ ଲାଗିବା ପରେ ନିଆଁ ଲିଭିଥିଲା। କିନ୍ତୁ ସେତେବେଳକୁ ବୃଦ୍ଧ ଦମ୍ପତିଙ୍କର ପ୍ରାଣବାୟୁ ଉଡିଯାଇଥିଲା। ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା ପୋଲିସ। ଏସପି ଅଭିନବ ମଧ୍ୟ ସେଠାରେ ପହଞ୍ଚିଥିଲେ। ପରେ କାଟୁ ରାଜାଙ୍କ ପରିବାର ଲୋକଙ୍କୁ ପଚରା ଉଚରା କରାଯାଇଥିଲା। ଏହି ସମୟରେ ଦମ୍ପତିଙ୍କ ଦ୍ବିତୀୟ ପୁତ୍ର କୁମାରଙ୍କ ୧୬ ବର୍ଷର ପୁଅ ଉପରେ ପୋଲିସର ସନ୍ଦେହ ହୋଇଥିଲା।

ଏକାଦଶ ଶ୍ରେଣୀରେ ପଢ଼ୁଥିବା ବାଳକର ମନ୍ତବ୍ୟରେ ତାଳମେଳ ନଥିଲା। ତେଣୁ ତାକୁ ପୋଲିସ ଅଧିକ ପଚରା ଉଚରା କରି ସତ ବାହାର କରିଛି। ପ୍ରକୃତରେ ତା ବାପା କୁମାର ପ୍ରତିଦିନ ମଦ୍ୟପାନ କରି ତା ମା ଜୟଲକ୍ଷ୍ମୀଙ୍କୁ ମାରପିଟ କରନ୍ତି । ଏହି ସମୟରେ ‌ସେ ଚାହିଁଲେ ବି କୁମାରଙ୍କୁ ଅଟକାଇପାରେ ନାହିଁ। ତେଣୁ କୁମାର ଜେଜେ ବାପା ଏବଂ ଜେଜେ ମାଙ୍କ ପାଇଁ ଖରାପ ହୋଇଛି ବୋଲି ଭାବିଥିଲା ନାତି। ଏପରିକି ତା ଜେଜେ ବାପା ଏବଂ ଜେଜେ ମା କୁମାରଙ୍କ ବିରୋଧରେ ସର୍ବଦା କହୁଥିବା ଶୁଣିବାକୁ ପାଏ କୁମାରଙ୍କ ପୁଅ। ଏଥିରେ ଅତିଷ୍ଠ ହେବା ସହ ପ୍ରତିଶୋଧ ନେବାକୁ ସେ ସ୍ଥିର କରିଥିଲା। ଏହା ପରେ ମଦ୍ୟପାନ କରି ବୃଦ୍ଧ ଦମ୍ପତିଙ୍କ ଘରେ ନାତି ନିଆଁ ଲଗାଇଦେଇଥିଲା ବୋଲି ପୋଲିସ କହିଛି ।

Leave a Reply

Your email address will not be published. Required fields are marked *