ସଂସ୍କାର : ମୋର ପ୍ରଥମ ଭୁଲ ହେଲା ମୁଁ ଜଣେ ହ୍ୟାଣ୍ଡିକ୍ୟାପ। ହଁ ଆଜ୍ଞା, ଏମିତି କାନ୍ଦିକି କହୁଛନ୍ତି ଜଣେ ଗୋଡ ନଥିବା ମଣିଷଟିଏ । ସତରେ ହ୍ୟାଣ୍ଡିକ୍ୟାପ ହୋଇ ଜନ୍ମ ହେବା କଣ ସତରେ କଷ୍ଟ। ଏମିତି ଏକ ଖବର ବର୍ତ୍ତମାନ ରାଜ୍ୟ ଗଣମାଧ୍ୟମରେ ଚର୍ଚ୍ଚାକୁ ଆସିଛି। ରାଜ୍ୟ ରାଜଧାନୀ ଭୁବନେଶ୍ବରରୁ ଆସିଛି ଏହି ଚିତ୍ର।
ଜଣେ ଦିବ୍ୟାଙ୍ଗ କାନ୍ଦି କାନ୍ଦି ନିଜର ଦୁଃଖ କଥା କହିଛନ୍ତି ଗଣମାଧ୍ୟମ ସମ୍ମୁଖରେ। ସେ ନିଜ ପରିବାର ପୋଷିବା ପାଇଁ ଗୋଡ ନଥାଇ ମଧ୍ୟ ଖରା, ବର୍ଷା, ଶୀତରେ ବୁଲୁଛନ୍ତି ଭିକ ମାଗିବା ପାଇଁ । ହଁ ଆଜ୍ଞା ଭିକ ମାଗିବାକୁ କାହାକୁ ବା ଭଲ ଲାଗେ । ହେଲେ ସେ କଣ କରିପାରିବେ ।
ତାଙ୍କ ପାଖରେ ଅର୍ଥ ମଧ୍ୟ ନାହିଁ ପେଟ ପୋଷିବାକୁ । ଘରେ ମା , ବାପା , ପିଲା ଓ ସ୍ତ୍ରୀ ଅଛନ୍ତି । କେମିତି ତାଙ୍କ ପେଟ ପୋଷିବେ ସେଥିପାଇଁ ସକାଳ ହେଲେ ବାହାରି ଆସନ୍ତି ରାସ୍ତାକଡକୁ ଭିକ ମାଗିବା ପାଇଁ । ଜୀବନ କଣ ସତରେ ଏତେ ଦୁର୍ଭିକ୍ଷ । ଏ ଲୋମ ଟାଙ୍କୁରା କଥା ଶୁଣିକି ଆପଣ ମଧ୍ୟ କାନ୍ଦି ପକାଇବେ ।
ସରକାର ଗଲେ କୁଆଡେ, ଏମିତି ଚିତ୍କାର କରି କହୁଛନ୍ତି ଦିବ୍ୟାଙ୍ଗ ଲିପୁନା। ରାତି ପାହିଲେ ଲୋକ କହୁଛନ୍ତି ଭିକ କଣ ମାଗୁଛୁ ହେଲେ କେହି ବୁଝୁନାହାନ୍ତି ଚାକିରି ଖଣ୍ଡେ ଦେବ କିଏ? ସତରେ କହିବାକୁ ଗଲେ ଆମ ଓଡିଶାରେ ସରକାର କଣ ବା ଦେଉଛନ୍ତି ।
ଧନୀ ଲୋକମାନେ ସବୁ ନେଇଯିବେ, ଆଉ ଏମିତି ଗରିବ ଓ ଦିବ୍ୟାଙ୍ଗ ଶ୍ରେଣୀର ଲୋକମାନେ ଖପରା ଖଣ୍ଡଟେ ଧରି ରାସ୍ତା କଡକୁ ବାହାରିଯିବେ ଭିକ ମାଗିବା ପାଇଁ । ସ୍ତ୍ରୀ ମଧ୍ୟ ତାଙ୍କର ଅନ୍ଧ। ହେଲେ ତାଙ୍କର ଭତ୍ତା ଖଣ୍ଡକ ମଧ୍ୟ ନାହିଁ ।
ଭିକ ନେଇ ଘରକୁ ଗଲା ବେଳେ ପୁଅ ପଚାରୁଛି ବାପା ୧୦ ଟଙ୍କା ନୋଟ କେଁଉଠୁ ଆଣିଲ, ହେଲେ ପୁଅକୁ ବାପା ମିଛ କହି ପରିବା ଦୋକାନରୁ ଆଣିଛି ବୋଲି କହିବା କଣ ନିଷ୍ଠୁର ନୁହେଁ। ବିଧାୟକ, ମନ୍ତ୍ରୀ ଏବଂ ସରକାର ମଧ୍ୟ ପ୍ରତିଶ୍ରୁତି ଦେଇକି ଯାଇଛନ୍ତି ହେଲେ ଗଲେ କୁଆଡେ। ଖାଲି ଦିବ୍ୟାଙ୍ଗ ଭତ୍ତା ବାବଦକୁ ମାସକୁ ୭୦୦ ଟଙ୍କା ମିଳିଗଲେ କଣ ପେଟ ପୋଷିହୋଇଯିବ, ଏମିତି କାହିକି କାନ୍ଦୁଛନ୍ତି ଲିପୁନା।
ସରକାରଙ୍କୁ ନିବେଦନ କରି କହୁଛନ୍ତି ଗୋଟେ ଦୋକାନ ଟିଏ ପାଇଁ ହେଲେ ସରକାର କଣ ଶୁଣିବେ ଏ ଗରିବର ଦୁଃଖ । ତାଙ୍କର ଗୋଡ ନାହିଁ ସିନା ଭଗବାନ ତାଙ୍କୁ ହାତ ତ ଦେଇଛନ୍ତି ସେ ବାସନ ମାଜିପାରବେ, ଘାସ ମଧ୍ୟ କାଟିପାରିବେ ହେଲେ ବୁଝୁଛି କିଏ? ସତରେ ଏ ସରକାର କେବଳ ଧନୀ ଲୋକମାନଙ୍କ ପାଇଁ ବୋଧେ କହିଛନ୍ତି ଦିବ୍ୟାଙ୍ଗ ଲିପୁନା।