ସଂସ୍କାର : ଝୁଲିଗଲେ ୧୮ ବର୍ଷୀୟ ପ୍ରେମିକ ଆଉ ଜଣେ ନାବାଳିକା ପ୍ରେମିକା। ଏହି ପ୍ରେମୀଯୁଗଳଙ୍କର ଆତ୍ମହତ୍ୟା କଥା ବର୍ତ୍ତମାନ ଖୁବ୍ ଚର୍ଚ୍ଚାରେ। ଆଉ ଏହି ଦୁଇ ଜଣଙ୍କ ଆତ୍ମହତ୍ୟା ପଛରେ ରହିଥିଲା ପିଣ୍ଟୁ ଭାଇ ନାମକ ବ୍ୟକ୍ତି। ଏହି ଅଭିଯୁକ୍ତ ପିଣ୍ଟୁ , ନାବାଳିକାକୁ ବାରମ୍ବାର ବ୍ଲାକମେଲ୍ କରୁଥିଲା ଶାରୀରିକ ସମ୍ପର୍କ ରଖିବା ପାଇଁ। ଆଉ ଏହାର ପକ୍କା ପ୍ରମାଣ ହେଉଛି ହ୍ୱାଟସଆପର ମେସେଜ।
ଅଭିଯୁକ୍ତ ପିଣ୍ଟୁ ନାବାଳିକାଙ୍କୁ ମେସେଜ ମାଧ୍ୟମରେ କହିଛନ୍ତି ଯେ, “ତୋ ସହ ଥରେ ରିଲେସନ ରଖିବାକୁ ଚାହୁଁଛି। ହଁ କି ନାଁ କହ, ୟେସ ଅର୍ ନୋ? କିନ୍ତୁ ମୁଁ ସେୟା ଚାହୁଁଛି ସେତେବେଳେ ଠୁ.. ତୁ ମତେ ଯେତେ ତଡ଼ପେଇଛୁ ଆଉ କନ୍ଦେଇଛୁ।”
ହ୍ୱାଟସଆପରେ କିଛି ଏମିତି ମେସେଜ ଆସିଛି ପିଣ୍ଟୁ ଭାଇ ଲେଖା ଥିବା ଏକ ନମ୍ବରରୁ ନାବାଳିକାଙ୍କ ପାଖକୁ। ଆଉ ବାରମ୍ବାର ଏହି ମେସେଜ ପଢି ଭୟଭୀତ ହୋଇ ଆତ୍ମହତ୍ୟା କରିଛନ୍ତି ପ୍ରେମୀଯୁଗଳ । ଆଉ ଝୁଲନ୍ତା ଅବସ୍ଥାରେ ପ୍ରେମୀ ଯୁଗଳଙ୍କ ମୃତ ଦେହ ଉଦ୍ଧାର କରିଛି ପୋଲିସ୍।
ଏପରି ଏକ ଅଭାବନୀୟ ଘଟଣା ଘଟିଛି ଦଶରଥପୁର ଧୁଦୁରାନ୍ତ ପଞ୍ଚାୟତ ଅଧିନସ୍ଥ ଗଣନତି ପାଟଣା ଗାଁରେ । ଗାଁର ଶତୃଘ୍ନ ଦାସଙ୍କ ଅଠର ବର୍ଷର ପୁଅ ପ୍ରତାପ ପ୍ରେମ କରୁଥିଲେ ସେହି ଗାଁ ର ଜଣେ ନାବାଳିକାଙ୍କୁ। ବିଗତ ଦୁଇ ବର୍ଷରୁ ଅଧିକ ସମୟ ହେବ ଦୁହେଁ ପରସ୍ପରକୁ ପ୍ରେମ କରୁଥିଲେ। ହେଲେ ଏକଥା ଜାଣିଥିଲେ ଗାଁ ର ପ୍ରଦୀପ ଦାଶ ଓର୍ଫ ପିଣ୍ଟୁ। ଆଉ ସେ ହିଁ ଉଭୟଙ୍କୁ ବ୍ଳାକମେଲ କରିବା ଆରମ୍ଭ କରିଦେଇଥିଲେ। ଖବର ରହିଛି ଯେ, ପ୍ରତାପଙ୍କୁ ଘରୁ ଟଙ୍କା ଆଣିବା ପାଇଁ ବାଧ୍ୟ କରୁଥିଲେ ପିଣ୍ଟୁ। ଆଉ ନାବାଳିକା ସହିତ ଶାରୀରିକ ସମ୍ପର୍କ ରଖିବା ପାଇଁ ବାରମ୍ବାର ହ୍ୱାଟସଆପର ମେସେଜ କରୁଥିଲେ ପ୍ରଦୀପ ଦାଶ ଓର୍ଫ ପିଣ୍ଟୁ।
ତେବେ ଯଦି ନାବାଳିକା ଜଣଙ୍କ ପିଣ୍ଟୁର କଥାରେ ରାଜି ନହେବେ , ତେବେ ସେମାନଙ୍କ ପ୍ରେମ ସମ୍ପର୍କ କଥା ସମସ୍ତଙ୍କୁ କହିଦେବେ ବୋଲି ମଧ୍ୟ ଧମକ ଦେଉଥିଲେ ପିଣ୍ଟୁ। ଆପଣ ଦେଖୁଥିବା ଏ ମେସେଜ ହେଉଛି ସେହି ମେସେଜ ଯାହା ପିଣ୍ଟୁ ନାବାଳିକାଙ୍କୁ ବାରମ୍ବାର କରୁଥିଲେ।
ଆଉ ଦୁହେଁ ଲୋକଙ୍କର କଥା ଭୟରେ ଆଉ ଅଭିଯୁକ୍ତ ପିଣ୍ଟୁର ବ୍ଲାକମେଲରେ ଭୟଭୀତ ହୋଇ ଉଭୟ ମରିବାର ପନ୍ଥା ବାଛି ନେଲେ। ଆଉ ମୃତ୍ୟୁ ପୂର୍ବରୁ ଏକ ଅଡ଼ିଓରେ ସବୁ କଥା ପ୍ରକାଶ କରିଗଲେ। ଉଭୟ ପ୍ରେମୀ ମରିବା ପୂର୍ବରୁ ରେକର୍ଡ଼ କରିଥିବା ଏକ ଅଡିଓ ବର୍ତ୍ତମାନ ଭାଇରାଲ୍ ହୋଇଯାଇଛି। ସେମାନେ ମରିବାର ଏକ ମାତ୍ର କାରଣ ପିଣ୍ଟୁ ବୋଲି ସେମାନେ କହିଛନ୍ତି।
ତେବେ ସମ୍ପୂର୍ଣ୍ଣ ଘଟଣାରେ ପିଣ୍ଟୁ ଶତ ପ୍ରତିଶତ ଅଭିଯୁକ୍ତ ଥିବା ବେଳେ ଆଗକୁ ପୋଲିସ୍ ଏ ମାମଲାରେ କଣ ପଦକ୍ଷେପ ନେଉଛି ତାହା ଜାଣିବା ପାଇଁ ସମସ୍ତେ ଅପେକ୍ଷା କରିଛନ୍ତି। ଏପଟେ ପୁଅ ଓ ଝିଅକୁ ଝୁରିଝୁରି ଉଭୟ ପରିବାର କାନ୍ଦି କାନ୍ଦି ନଆନ୍ତ ହୋଇଗଲେଣି। ଅନ୍ୟପଟେ ପିଣ୍ଟୁକୁ ଉଚିତ୍ ଦଣ୍ଡ ଦେଲେ ସେମାନଙ୍କର ଆତ୍ମକୁ ନ୍ୟାୟ ମିଳିବ ବୋଲି ଭାଇରାଲ୍ ଅଡିଓରେ କହିଛନ୍ତି ପ୍ରେମୀଯୁଗଳ।