ସଂସ୍କାର : କୁହାଯାଏ ଜଣେ ବ୍ୟକ୍ତିର ମାତାପିତାଙ୍କ ସମ୍ପର୍କ ପରେ ଦ୍ୱିତୀୟ ଶ୍ରେଷ୍ଠ ସମ୍ପର୍କ ହେଉଛି ତାର ବନ୍ଧୁତ୍ୱ। ଜଣେ ବ୍ୟକ୍ତି ଯଦି କୌଣସି କଥା ତାର ମାଆବାପାକୁ କହିବାକୁ ସାହସ ନ କରେ, ସେହି କଥା ତାର ବେଷ୍ଟ ସାଙ୍ଗକୁ କହିଥାଏ। କିନ୍ତୁ ସେହି ସାଙ୍ଗ ଯଦି ଧୋକା ଦିଏ ତେବେ….ନିକଟରେ ରାଜ୍ୟରେ ଗୋଟିଏ ଖବର ଭାଇରାଲ ହେବାରେ ଲାଗିଛି। ଆଉ ଏହି ଖବରରେ ବେଷ୍ଟ ସାଙ୍ଗ ପାଲଟିଯାଇଛି ଶତ୍ରୁ। ନିଜର ସାଙ୍ଗର ଯୌନାଙ୍ଗରେ ସିଗାରେଟ୍ ଚେଙ୍କ ଦେଲେ ବ୍ୟକ୍ତି। ଆଉ ସନ୍ଦେହ ଥିଲା ତାଙ୍କ ସାଙ୍ଗ ରଖିଛନ୍ତି ତାଙ୍କ ସ୍ତ୍ରୀ ସହିତ ଅନୈତିକ ଶାରୀରିକ ସମ୍ପର୍କ।
ରାଜ୍ୟ ଗଣମାଧ୍ୟମର ଖବର ଅନୁଯାୟୀ, ପ୍ରଥମେ ସାଙ୍ଗକୁ ବାନ୍ଧି ବାଡ଼େଇଲା, ପରେ ଯୌନାଙ୍ଗରେ ଦେଲା ସିଗାରେଟର ଚେଙ୍କ। ସ୍ତ୍ରୀ ସହ ଅନୈତିକ ସମ୍ପର୍କ ଥିବା ସନ୍ଦେହରେ ଅମାନୁଷିକ ଅତ୍ୟାଚାର କରିଛି ସାଙ୍ଗ। ସୂଚନା ଅନୁଯାୟୀ, ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ଥାନା ମୟିଦଲପୂର ଫାଣ୍ଡି ଅନ୍ତର୍ଗତ ରାଣିଗୁଡ଼ା ଗାଁ ରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା। ଆଉ ଏହି ଘଟଣା ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ଶିରୋନିମା ପାଲଟିଛି।
ମିଳିଥିବା ସୂଚନା ମୁତାବକ ରାଣିଗୁଡ଼ା ଗାଁର ଗୋପୀ ମୁଦୁଲି ଓ ସିନ୍ଧିଗୁଡ଼ା ଗାଁର ଆନନ୍ଦ ଗୌଡ଼ ଉଭୟ ଘନିଷ୍ଠ ବନ୍ଧୁ। ତେବେ ଗତ ୨୮ ତାରିଖ ରାତିରେ ଦୁହେଁ ଆନନ୍ଦ ଗୌଡ଼ଙ୍କ ଘରେ ବସି ମଦ ପିଇଥିଲେ ପରେ ଆନନ୍ଦ ଗୌଡ଼ ଗୋପୀକୁ ଛାଡି କିଛି ସମୟ ପାଇଁ ବାହାରକୁ ଯାଇଥିଲା। ଆଉ ଫେରିବା ସମୟରେ ତା ସ୍ତ୍ରୀ ସହିତ ଗୋପୀକୁ ଦେଖି ସନ୍ଦେହ କରି ତାର ଅନ୍ୟ ସାଙ୍ଗ ସାଥିଙ୍କୁ ଡାକି ଗୋପୀ ମୁଦୁଲି କୁ ଗାଁ ମଝି ଏକ ଖୁଣ୍ଟ ରେ ବାନ୍ଧି ଉଲଗ୍ନ କରି ତା ଗୁପ୍ତାଙ୍ଗ ରେ ସିଗାରେଟ ଚେଙ୍କ ଦେଇଥିଲା। ଏହା ସହିତ ଏକ ଲାଠି ସାହାଯ୍ୟ ରେ ପ୍ରବଳ ମାଡ଼ ମଧ୍ୟ ମାରିଥିଲା। ଏହି ଅମାନୁଷିକ କାର୍ଯ୍ୟର ଭିଡିଓ ରାଜ୍ୟରେ ଭାଇରାଲ ହେବାରେ ଲାଗିଛି। ତେବେ ଏହି ଭିଡିଓ ଆଧାରରେ ପୋଲିସ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ଦେଖନ୍ତୁ ଭିଡିଓ…