ଭୁବନେଶ୍ୱରରେ ଛଟପଟ ହେଉଥିବା ପୁରୁଷଙ୍କୁ ନିଜର 12 ଜଣ ସୁନ୍ଦରୀ ପତ୍ନୀଙ୍କ ସହ ରାତି ବିତେଇବାକୁ ଦେଉଥିଲେ ଅଫର୍

ସଂସ୍କାର : ଏସକଟ୍ ସର୍ଭିସ୍ ନାଁରେ ଲୋକଙ୍କୁ ଭୁଆଁ ବୁଲାଇ ଟଙ୍କା ଲୁଟ କରୁଥିଲା ଏହି ଯୁବକ। ଯୁବତୀ ଯୋଗାଇ ଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ହଡପ କରି ଫେରାର ହୋଇଯାଉଥିଲେ ଏହି ଅଭିଯୁକ୍ତ। ଏହି ଠକ ଗ୍ୟାଂଗରେ ସାମିଲ ଥିଲେ ଅନେକ ସୁନ୍ଦରୀ ଯୁବତୀ।

ଝିଅ ଯୋଗାଇ ଦେବୀ କହି ଲକ୍ଷ ଲକ୍ଷ ଟଙ୍କା ହଡପ କରିଥିବା ଏହି ଠକ ଗ୍ୟାଂଗରେ ଅନେକ ଯୁବତୀ ସାମିଲ ଥିବା ଅଭିଯୋଗ ହୋଇଥିଲା । ଆଉ ଏହି ମାମଲାରେ ସୁଶାନ୍ତ ପାତ୍ର ମାଷ୍ଟରମାଇଣ୍ଡ ଥିବା ପୋଲିସ୍ କହିଥିଲା।ଗୁଗୁଲରେ ଏସକଟ୍ ସର୍ଭିସ୍ ୱେବସାଇଟ କରି ସେଥିରେ ବିଜ୍ଞାପନ ଦେଇ ଲୋକମାନଙ୍କୁ ହୋଟେଲକୁ ଡାକୁଥିଲେ ସୁଶାନ୍ତ ପାତ୍ର । ଆଉ କଥାବାର୍ତା ଆଳରେ ଅତି ଚତୁରତାର ସହିତ ଟଙ୍କା ଠକି ନେବା ପରେ ପ୍ରି-ଆକ୍ଟିଭେଟେଡ ସିମକୁ ଫୋପାଡି ଦେଉଥିଲେ ଓ ଫେରାର ହୋଇଯାଉଥିଲେ ।

ଅଭିଯୋଗ ହେବା ପରେ ତଦନ୍ତ କରିଥିଲା ସାଇବର ଥାନା ପୋଲିସ। ଶେଷରେ ଠକେଇର ମାଷ୍ଟରମାଇଣ୍ଡ ସୁଶାନ୍ତ ପାତ୍ର ସମେତ ୫ଜଣଙ୍କୁ ଗିରଫ କରିଥିଲା ପୋଲିସ। ସେପଟେ ନିଜକୁ ସୁଶାନ୍ତଙ୍କ ପ୍ରଥମ ପତ୍ନୀ ଦାବି କରୁଥିବା ଜଣେ ମହିଳା କ୍ୟାମେରା ସାମ୍ନାକୁ ଆସି ଚାଂଚଲ୍ୟକର ବୟାନ ଦେଇଥିଲେ। ସେ କହିଥିଲେ ଯେ, ସୁଶାନ୍ତଙ୍କର ୧୨ ଜଣ ପତ୍ନୀ ରହିଛନ୍ତି। ପ୍ରତିବର୍ଷ ସେ ମିଛସତ କହି ଜଣେ ଯୁବତୀଙ୍କୁ ବିବାହ କରୁଥିଲେ ।

ପରବର୍ତ୍ତୀ ସମୟରେ ସେମାନଙ୍କୁ ପୁରୁଷଙ୍କ ସହ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ । ଆଉ ଏସକର୍ଟ ସର୍ଭିସ୍ ଯୋଗାଇବା ଆଳରେ ସୁଶାନ୍ତ ଦେହ ବ୍ୟବସାୟ ଚଳାଇ ରଖିଥିଲା । ଆଉ ଅନ୍ତରଙ୍ଗ ମୁହୂର୍ତର ଫଟୋ ଓ ଭିଡିଓ କରି ବ୍ଲାକମେଲ କରୁଥିବା ଅଭିଯୋଗ ହୋଇଥିଲା। ଆଜି ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ପୁରୀ ଜିଲ୍ଲା ଡେଲାଙ୍ଗରେ ରହୁଥିବା ସୁଶାନ୍ତଙ୍କ ପରିବାର। ପୁଅ ନିର୍ଦ୍ଦୋଷ ଓ ଯୁବତୀ ଆଣିଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଛ ବୋଲି କହିଛନ୍ତି ସୁଶାନ୍ତଙ୍କ ବାପା ।

ଛଟପଟ ହେଉଥିବା ବିବାହିତା ମହିଳାଙ୍କ ସେକ୍ସ ଇଚ୍ଛା ପୂରଣ କରିବା ପାଇଁ କିଛି ଦଲାଲ ଚଳାଇଥିଲେ ଏସ୍କର୍ଟ ସର୍ଭିସ। ଖାଲି ଏତିକି ନୁହେଁ ଝିଅଙ୍କ ଫଟୋ ଦେଖାଇ ଲୋକଙ୍କୁ ଚୁନା ଲଗାଉଥିଲେ। ତେବେ ପୋଲିସ ଜଣେ ଯୁବତୀଙ୍କ ସମେତ ୫ ଜଣଙ୍କୁ ଗିରଫ କରିଥିଲା ବେଳେ ୧୫ ଟି ଆକାଉଣ୍ଟ ଫ୍ରିଜ କରିଥିଲା । ସିଜ ଆକାଉଣ୍ଟରେ ୨୦ ଲକ୍ଷ ଟଙ୍କା ସହ ସ୍କାନର, ପ୍ରି ଆକ୍ଟିଭେଟ ସିମ ଜବତ କରାଯାଇଥିଲା।ପୋଲିସ ସୂଚନା ମୂତାବକ ଯେଉଁ ଯୁବକ ଏସ୍କର୍ଟ ସର୍ଭିସର ମଜା ଉଠାଇବାକୁ ଚାହୁଁଛନ୍ତି ସେମାନେ ଏହି ଯୁବତୀ ଯୋଗାଣକାରୀ ସଂସ୍ଥାକୁ ଯୋଗାଯୋଗ କରନ୍ତି।

ଏଥିସହ ୧୦୨ ଟି ପ୍ରି ଆକ୍ଟିଭେଟ ସିମ, ୧୧ ଟି ମୋବାଇଲ, ୨୩ ଟି ଏଟିଏମ ଓ ୮୮ ହଜାର ନଗଦ ଟଙ୍କା ଜବତ କରାଯାଇଥିଲା । ମୁଖ୍ୟ ଅଭିଯୁକ୍ତ ସୁଶାନ୍ତ ପାତ୍ର ପୋଷ୍ଟାଲ ଚାକିରୀ ଛାଡି ବର୍ଷେ ହେଲା ଏହି କାରବାର ଚଳାଇଥିଲା। ଏହି ଘଟଣାରେ ପୋଲିସ ଏହା ମଧ୍ୟ କହିଥିଲା ଯେ ଏସ୍କର୍ଟ ସର୍ଭିସରେ ଦିଆଯାଇଥିବା ନମ୍ବର ରେ ଫୋନ କଲେ ପ୍ରଥମେ ୨ ହଜାର ଟଙ୍କା ମେମ୍ବରସିପ୍ ଦେବାକୁ କୁହାଯାଉଥିଲା, ତା ପରେ ସୁନ୍ଦରୀ ଯୁବତୀଙ୍କ ଫଟୋ ପଠାଯାଉଥିଲା । ଟଙ୍କା ଦେବା ପରେ ପୂର୍ବ ନିର୍ଦ୍ଧାରିତ ପ୍ଲାନ ଅନୁଯାୟୀ ଗୋଟିଏ ହୋଟେଲକୁ ଡକାଯାଉଥିଲା ।

Leave a Reply

Your email address will not be published. Required fields are marked *