ସଂସ୍କାର : ପ୍ରେମିକାକୁ ନୃଶଂସ ଭାବରେ ହତ୍ୟା କଲା ପ୍ରେମିକ। ଆଉ ହତ୍ୟା କରିବା ପରେ ପ୍ରେମିକ ଜଙ୍ଗଲରେ ଫିଙ୍ଗିଦେଲା ପ୍ରେମିକାର ଶବକୁ । ଏଭଳି ଏକ ଅଘଟଣ ଦେଖିବାକୁ ମିଳିଛି ଦକ୍ଷିଣ ଦିଲ୍ଲୀରେ। ଦକ୍ଷିଣ ଦିଲ୍ଲୀର ଏକ ଜଙ୍ଗଲର ନିଜନ ସ୍ଥାନରୁ ମିଳିଲା ଗୋଟିଏ ମୃତଦେହ । ଗୋଟିଏ ପଟେ ପ୍ରେମିକାକୁ ହତ୍ୟା କରି ଦେଇଥିବା ବେଳେ ଅନ୍ୟପଟେ ଅଭିଯୁକ୍ତ ପ୍ରେମିକ ନିଜ ସାଙ୍ଗମାନଙ୍କ ସହ ମିଶି ପୋଲିସକୁ ମୃତଦେହ ସଂପର୍କରେ ସୂଚନା ଦେଇଥିଲା । ସେପଟେ ପୋଲିସକୁ ମଧ୍ୟ ଏକ ମନଗଢା କାହାଣୀ ମଧ୍ୟ ଶୁଣାଇଥିଲେ ଅଭିଯୁକ୍ତ।
ତେବେ ପୋଲିସ ସୂତ୍ରରୁ ଜଣାପଡ଼ିଛି ଯେ, ଦକ୍ଷିଣ ଦିଲ୍ଲୀ ସ୍ଥିତ ୨୨ ବର୍ଷୀୟ ମନୋଜ କୁମାର ଜଣେ ଯୁବତୀ ଯାହାଙ୍କ ନାମ ରୁପାଲିଙ୍କୁ ପ୍ରେମ କରୁଥିଲେ। ତେବେ ଲକ୍ଡାଉନ୍ ସମୟରେ ପ୍ରେମିକା ଜଣଙ୍କ ନିଜ ଘରକୁ ଚାଲିଯାଇଥିଲେ। ଏହାପରେ ମନୋଜ , ମିନତୀ ନାମକ ଜଣେ ମହିଳାଙ୍କୁ ହାତର କରି ତାଙ୍କ ସହ ରହିବାକୁ ଲାଗିଲେ। ଆଉ ସେ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିଲେ ମନୋଜ। ତେବେ କିଛି ଦିନ ଗାଁରେ ରହିବା ପରେ ମନୋଜର ପ୍ରଥମ ପ୍ରେମିକା ତାହା ନିକଟକୁ ଫେରି ଆସିଥିଲା।
ତେଣୁ ଏହି ସମୟରେ ନୂତନ ମହିଳାଙ୍କ ସହ ଗଢି ଉଠିଥିବା ପ୍ରେମ ସଂପର୍କରୁ ମୁକ୍ତି ପାଇବାକୁ ଚେଷ୍ଟା କରିଥିଲା ମନୋଜ। ସେଥିଲାଗି ନିଜ ସାଙ୍ଗମାନଙ୍କ ସହ ମିଶି ମହିଳାଙ୍କୁ ହତ୍ୟା କରିଦେଲା । ପୋଲିସ ଘଟଣାରେ ମନୋଜଙ୍କ ସମେତ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅନ୍ୟ ଅଭିଯୁକ୍ତଙ୍କ ନାମ ହେଲା ରମଜାନ ଖାନ୍ ଓ ନୌସାଦ୍ ବୋଲି ଜଣାପଡିଛି ।