୭ ଦିନ ହେଲାଣି ନାବାଳିକା ଝିଅର ପତ୍ତା ପାଉନାହାଁନ୍ତି ବାପା-ମା , ପୋଲିସ୍ କରୁନି ସାହାଯ୍ୟ, ଗୋଟିଏ ଥାନାରୁ ଆଉ ଗୋଟିଏ ଥାନାକୁ ପଠାଉଛି ପୋଲିସ୍

ସଂସ୍କାର : ନାବାଳିକା ଝିଅକୁ ଅପହରଣ। ଦିନ ଦ୍ଵିପହରରେ ନାବାଳିକାଙ୍କୁ ଟେକି ନେଇଗଲେ ୪ ଜଣ ଅପହରଣକାରୀ। କାର୍ ଭିତରକୁ ଝିଅକୁ ଟାଣିନେଇ ଅପହରଣ କଲେ ୪ ଜଣ ଅପହରଣକାରୀ। କାରରେ ଆସିଲେ ଆଉ ସୁଯୋଗ ଦେଖି ନାବାଳିକାଙ୍କୁ ଉଠାଇ ନେଲେ। କଲେଜ ପଢୁଆ ନାବାଳିକା ହୋଇଛନ୍ତି କିଡନାପ। ଯୁକ୍ତ ଦୁଇର ପ୍ରଥମ ବର୍ଷର ଛାତ୍ରୀ ହୋଇଛନ୍ତି କିଡନାପ।

କଲେଜ ଯାଇଥିବା ଝିଅ ୭ ଦିନ ହେବ ଘରକୁ ଫେରିନି। ସେପଟେ ଝିଅକୁ ନ ପାଇ ଗୋଟିଏ ପୋଲିସ୍ ଥାନାରୁ ଆଉ ଗୋଟିଏ ପୋଲିସ ଥାନାକୁ ଦୌଡୁଛନ୍ତି ନାବାଳିକାର ବାପା-ମା। ଝିଅ ନିଖୋଜ ହେବାର ୭ ଦିନ ବିତିଥିଲେ ମଧ୍ୟ ପୋଲିସ ନିଦାବିଷ୍ଣୁ ସାଜିଛି। ଏଭଳି ପରସ୍ଥିତିରେ ନିଜ ଝିଅକୁ ଉଦ୍ଧାର କରିବା ପାଇଁ ଆକୁଳ ନିବେଦନ କରିଛନ୍ତି ମା’।

ନାବାଳିକା ଝିଅଟି ଯୁକ୍ତ ଦୁଇ ପ୍ରଥମ ଶ୍ରେଣୀରେ ପଢୁଛି । ୭ ଦିନ ତଳେ କଲେଜ ଯାଇଥିବା ବେଳେ ଘରକୁ ଫେରିନଥିଲା । ସାଙ୍ଗସାଥୀଙ୍କୁ ପଚାରିବାରୁ କାରରେ ୪-୫ ଜଣ ଆସି କିଡନାପ କରି ନେଇଥିବା କହିଥିଲେ । ପରିବାର ଲୋକ ପ୍ରଥମେ ଶହୀଦ ନଗର ଥାନାରେ ଅଭିଯୋଗ କରିବାକୁ ଯାଇଥିଲେ। ତେବେ ଘଟଣାଟି ଲକ୍ଷ୍ମୀସାଗର ଅଞ୍ଚଳରେ ଘଟିଥିବାରୁ ଅଭିଯୋଗ ରଖିବା ପାଇଁ ମନା କରିଦେଇଛନ୍ତି ଶହୀଦ ନଗର ଥାନା ବାବୁ। ସେପଟେ ଲକ୍ଷ୍ମୀସାଗର ଥାନା ଅଧିକାରୀ ମଧ୍ୟ ଅଭିଯୋଗ ରଖିନାହାନ୍ତି। ଏହାପରେ ଝିଅଟିର ମା ଓ ବାପା ଡିସିପି ଉମାଶଙ୍କର ଦାସଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବସି ରହିଥିଲେ। ଆଉ ତାଙ୍କ ଝିଅକୁ ଖୋଜି ଆଣିବା ପାଇଁ ଆକୁଳ ନିବେଦନ କରିଥିଲେ।

Leave a Reply

Your email address will not be published. Required fields are marked *