ନବଜାତ ଶିଶୁକୁ ଘାରିଛି ଅଲ୍ଲୁ ଅର୍ଜୁନଙ୍କ ପୁଷ୍ପା ଆକ୍ସନ୍ , ଦେଖନ୍ତୁ ଭାଇରାଲ ଭିଡ଼ିଓ

ସଂସ୍କାର : ଷ୍ଟାଇଲିସ୍ ଷ୍ଟାର୍ ଅଲି ଅର୍ଜ୍ଜୁନଙ୍କ ଅଭିନୀତ ସାଉଥ ଫିଲ୍ମ ପୁଷ୍ପା’କୁ ଦର୍ଶକଙ୍କ ଖୁବ୍‌ ପ୍ରଶଂସା ମିଳିଛି। ଫିଲ୍ମରେ ଅଲ୍ଲୁ ଅର୍ଜୁନଙ୍କ ଗୋଟିଏ ଡାଇଲଗ୍ ସମସ୍ତଙ୍କୁ ପସନ୍ଦ ଆସିଛି। ଆଉ ତାହା ହେଲା ” ମେ ଝୁକେଗା ନେହି” । ଏହି ଡାଏଲଗକୁ ଖୁବ୍‌ ଭଲ ପାଇବା ମିଳିବା ସହ ସମସ୍ତେ ଅଲୁଙ୍କ ଆକ୍ସନ ଓ ଡାଏଲଗକୁ ନେଇ ନିଜ ନିଜର ରିଲସ୍ ଭିଡିଓ ପ୍ରସ୍ତୁତ କରୁଛନ୍ତି। ବଡ଼ବଡ଼ ତାରକାଙ୍କଠାରୁ ଆରମ୍ଭ କରି କ୍ରିକେଟ୍‌ ଷ୍ଟାର ମଧ୍ୟ ପୁଷ୍ପା ଫିଲ୍ମର ଏହି ଡାଏଲଗରେ ଭିଡିଓ ତିଆରି କରିଛନ୍ତି। ମାତ୍ର ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଲାଟେଷ୍ଟ ଭିଡିଓ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏହି ଭାଇରାଲ ହେଉଥିବା ଭିଡ଼ିଓ ଟି ନବଜାତ ଶିଶୁର।

ଏଥିରେ ଏକ ନବଜାତ ଶିଶୁ ହାତରେ ପୁଷ୍ପାର ଆକ୍ସନ କରୁଥିବା ଦେଖାଯାଇଛି। ଆଇଏଏସ୍‌ ଅଧକାରୀ ଅବନୀଶ ଶରଣ ଏହି ଭିଡିଓକୁ ଶେୟାର କରି ଲେଖିଛନ୍ତି, ଏହି ଶିଶୁ ପକ୍କା କେବେବି ନଇଁବ ନାହିଁ। ବର୍ତ୍ତମାନ ଆଜି ଭିଡିଓଟି ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

ସୂଚନାଯୋଗ୍ୟ ଯେ, ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ପୁଷ୍ପା ୨୦୨୧ ମସିହା ଡିସେମ୍ବର ମାସରେ ରିଲିଜ ହୋଇଥିଲା। ଏହି ଫିଲ୍ମ ଚାହିଦା ଏବେ ବି ରହିଥିବା ବେଳେ ନବଜାତ ଶିଶୁର ଭିଡିଓ ଭାଇରାଲ ହେଇଛି, ଯାହାକୁ ଅନେକ ୟୁଜର ପସନ୍ଦ କରିଛନ୍ତି । ଏହି ଶିଶୁର ଆଖି ମଧ୍ୟ ଖୋଲି ନାହିଁ । କିନ୍ତୁ ପିଲାଟି ପୁଷ୍ପା ଷ୍ଟାଇଲରେ ବେକ ତଳେ ହାତ ବୁଲାଉଥିବା ଭିଡିଓରେ ଦେଖାଯାଇଛି।

ଦେଖନ୍ତୁ ଭାଇରାଲ ଭିଡ଼ିଓ :

Leave a Reply

Your email address will not be published. Required fields are marked *