ଶତୃର ନିଆଁରେ ଜିଅନ୍ତା ଜଳିଗଲେ ନବଦମ୍ପତ୍ତି, କାରଣ ଜାଣି ଆଶ୍ଚର୍ଯ୍ୟ ହେବେ ଆପଣ…

ସଂସ୍କାର : ଜୀବନ୍ତ ଜଳିଗଲେ ନବଦମ୍ପତି। ବିବାହର ମାସେ ନ ପୁରୁଣୁ ନିଆଁରେ ଜୀବନ୍ତ ଜଳିଗଲେ ନବ ବିବାହିତ ଦମ୍ପତି। ବର୍ତ୍ତମାନ ଏହି ଖବର ଦେଶରେ ଚର୍ଚ୍ଚାର ପରିସରକୁ ଆସିଛି। ଆଉ ସୋସିଆଲ ମିଡିଆରେ ବି ଏହି ଖବର ବେଶ ଭାଇରାଲ ହେଉଛି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ପଞ୍ଚିମବଙ୍ଗର ବୀରଭୂମିରେ ହିଂସାକାଣ୍ଡର ଶିକାର ହୋଇ ଏକ ନବବିବାହିତ ଦମ୍ପତ୍ତି ଜୀବନ୍ତ ଦଗ୍ଦ ହୋଇଛନ୍ତି ।

ଏହି ଘଟଣା ସ୍ଥାନୀୟ ଅଞ୍ଚଳ ସମେତ ଦେଶରେ ବି ଆଲୋଡ଼ନ ସୃଷ୍ଟି କରିଛି। ତେବେ ଜୀବନ୍ତ ଦଗ୍ଧ ହୋଇଥିବା ନବବିବାହିତ ଦମ୍ପତି ହେଉଛନ୍ତି ଲିଲି ଖାତୁନ ଏବଂ କ୍ୱାଜି ସାଜିଦୁର । ଉଭୟେ ଗତ ଜାନୁଆରୀ ମାସରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବୀରଭୂମି ଜିଲ୍ଲାର ବାଗଟୁଇ ଗାଁର ଶ୍ୱଶୁର ଘରକୁ ଉଭୟେ ସ୍ୱାମୀ ସ୍ତ୍ରୀ ଆସିଥିଲେ ।

ହଠାତ ମଧ୍ୟ ରାତ୍ରିରେ ସାଜିଦୁର ଓ ତାଙ୍କ ପତ୍ନୀ ରହୁଥିବା ଘର ବାହାରେ କେହି ଜଣେ ତାଲା ପକାଇ ଦେଇଥିଲେ।ଆଉ ତା ପରେ ସେହି ଘରେ ନିଆଁ ଲଗାଇ ଦେଇଥିଲେ । ଘର ଭିତରେ ଅସହାୟ ହୋଇ ସାଜିଦୁର ତାଙ୍କ ସାଙ୍ଗ ମାଜିମଙ୍କୁ ଫୋନ କରିଥିଲେ । ଆଉ ପୋଲିସଙ୍କୁ ଫୋନ କରିବା ପାଇଁ ସାଜିଦୁର ମାଜିମଙ୍କୁ ନିବେଦନ କରିଥିଲେ । ମାଜିମ ସଙ୍ଗେ ସଙ୍ଗେ ସାଜିଦୁରଙ୍କ ବାପାଙ୍କୁ ଫୋନ କରିଥିଲେ । କିନ୍ତୁ ସାଜିଦୁରଙ୍କ ବାପା ତାଙ୍କ ସହ ଯୋଗାଯୋଗ କରିବା ବିଫଳ ହୋଇଥିଲେ। ଏହି ସମୟରେ ଘର ଭିତରେ ଜିଅନ୍ତା ଛଟପଟ ହୋଇ ଜଳି ଯାଇଥିଲେ ସ୍ଵାମୀ ସ୍ତ୍ରୀ ।

ତେବେ ଘଟଣା ଘଟିବାର ପରଦିନ ସକାଳୁ ଉଭୟ ସ୍ଵାମୀ ସ୍ତ୍ରୀଙ୍କ ମୃତ ଦେହ ଜଳି ଯାଇଥିବା ଘର ଭିତରୁ ଉଦ୍ଧାର କରଯାଇଥିଲା । ପୋଲିସ ବର୍ତ୍ତମାନ ଏହି ଘଟଣାର ତଦନ୍ତ କରୁଛି । ସାରା ଭାରତରେ ଏହି ଘଟଣାଟି ଏବେ ଚର୍ଚ୍ଚାରେ ଅଛି । ସୋସିଆଲ ମିଡ଼ିଆରେ ବି ଏହି ଘଟଣା ବେଶ ଭାଇରାଲ ହୋଇଛି। ଆଉ ସୋସିଆଲ୍ ମିଡ଼ିଆ ୟୁଜର ମାନେ ବି ଘଟଣା ବିଷୟରେ ଜାଣି ଦୁଃଖପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *