ସପ୍‌ନା ଚୌଧୁରୀଙ୍କ ଗୀତରେ ଝୁମିଲେ ଥାନା ବାବୁ, ପରେ ମହିଳାଙ୍କ ଝିଅ ମୁଣ୍ଡରେ ବନ୍ଧୁକ ଲଗାଇ ମହିଳାଙ୍କୁ କଲେ ବଳାତ୍କାର

ସଂସ୍କାର : ପୋଲିସର କଳା କାରନାମା। ଖାକି ବର୍ଦ୍ଦିର ଗରମ ଦେଖାଇ ଜଣେ ମହିଳାଙ୍କୁ ପାଖାପାଖି ୩ ବର୍ଷ ହେଲା ବଳାତ୍କାର ଓ ଦୁଷ୍କର୍ମ କରିଆସୁଛନ୍ତି ଜଣେ ଥାନା ବାବୁ। ଛୋଟ ଝିଅର ମୁଣ୍ଡରେ ବନ୍ଧୁକ ଲଗାଇ ତାର ମା’କୁ ଦୁଷ୍କର୍ମ କରୁଥିଲେ ଥାନା ବାବୁ। ଏନେଇ ଖୋଦ ମହିଳା ଏସଏସପିଙ୍କ ପାଖରେ ଦ୍ବାରସ୍ଥ ହୋଇ ନ୍ୟାୟ ଭିକ୍ଷା କରିଛନ୍ତି। ମହିଳା ନିଜ ଅଭିଯୋଗରେ ଦର୍ଶାଇଛନ୍ତି, ୩ ବର୍ଷ ପୁର୍ବେ ତାଙ୍କର ଜଣେ ବନ୍ଧୁଙ୍କର ସ୍କୁଟର ହଜିଯାଇଥିଲା। ଏହାର ରିପୋର୍ଟ ଲେଖିବାକୁ ସେ ମାଧବପୁର ଥାନାକୁ ଯାଇଥିଲେ।

ସେଠାରେ ଥାନାଧିକାରୀ ଥିଲେ ଅରୁଣ କୁମାର। ସ୍କୁଟର ଖୋଜିବା ବାହାନାରେ ମହିଳାଙ୍କ ନମ୍ବର ନେଇଯାଇଥିଲେ ଅରୁଣ। ପରେ ମହିଳାଙ୍କୁ ହଇରାଣ କରିଥିଲେ। ଏପରିକି ୨୦୧୮ ମସିହା ଅଗଷ୍ଟ ୧୫ ତାରିଖରେ ମହିଳାଙ୍କ ଘରେ ପହଞ୍ଚି ଅରୁଣ କୁମାର ବନ୍ଧୁକର ଭୟ ଦେଖାଇ ତାଙ୍କୁ ଦୁଷ୍କର୍ମ ଓ ବଳାତ୍କାର କରିଥିଲେ। ତାଙ୍କ ଛୋଟ ଝିଅର ମୁଣ୍ଡରେ ଅରୁଣ ବନ୍ଧୁକ ଲଗାଇଥିଲେ ବୋଲି ମହିଳା ଅଭିଯୋଗ କରିଛନ୍ତି।

ଅନ୍ୟପଟେ ଅରୁଣ ହସ୍ତିନାପୁରରେ କାର୍ଯ୍ୟରତ ଅଛନ୍ତି। ତେବେ ଗତ ବର୍ଷ ଡିସେମ୍ବର ୬ ତାରିଖରେ ଅରୁଣ ମହିଳାଙ୍କୁ ଫୋନ୍‌ କରି ହସ୍ତିନାପୁର ଆସିବାକୁ କହିଥିଲେ। କିନ୍ତୁ ମହିଳା ଗଙ୍ଗାନଗରରେ ନିଜର ବନ୍ଧୁଙ୍କ ଘରେ ଥିବା କହିଥିଲେ। ପରେ ଅରୁଣ ପୀଡ଼ିତାଙ୍କୁ ଧମକ ଦେଇ ମସୁରୀକୁ ଆସିବାକୁ କହିଥିଲେ। ପୀଡ଼ିତା ପହଞ୍ଚିବା ପରେ ତାଙ୍କୁ ଭଦ୍ରକାଳୀ ଥାନାକୁ ନେଇଯାଇଥିଲେ ଅରୁଣ ।ସେଠାରେ ଅନ୍ୟ ଜଣେ ପୋଲିସ ଅଧିକାରୀ ଅରୁଣଙ୍କୁ ତାଗିଦ କରିବାରୁ ସେ ତାଙ୍କୁ ହସ୍ତିନାପୁର ଜଙ୍ଗଲକୁ ନେଇଯାଇଥିଲା ବୋଲି ପୀଡ଼ିତା ଅଭିଯୋଗ କରିଛନ୍ତି।

ମହିଳାଙ୍କ ସ୍ବାମୀଙ୍କୁ ଗଞ୍ଜେଇ କେସ୍‌ରେ ଫସାଇଦେବେ ବୋଲି ଧମକ ଦେଉଥିଲେ ଅରୁଣ। ଅରୁଣର ବ୍ୟବହାରରେ ​‌ସେ ଅତିଷ୍ଠ ହୋଇପଡ଼ିଥିବା କହିଛନ୍ତି। ଥାନାବାବୁଙ୍କ ଭିଡିଓ ମଧ୍ୟ ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ୍‌ ହେଉଛି। ଯେଉଁଥିରେ ସେ ସପ୍‌ନା ଚୌଧୁରୀଙ୍କ ଗୀତରେ ମହିଳାଙ୍କ ସହ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *