ମହିଳାଙ୍କୁ କମେଣ୍ଟ ମାରିଲେ ସରପଞ୍ଚ ; ବର୍ତ୍ତମାନ ମହିଳା ଜଣକ ଥାନାରେ ଦ୍ୱାରସ୍ଥ

ସଂସ୍କାର: ସରପଞ୍ଚଙ୍କ କମେଣ୍ଟ ମରା। ବାଟରେ ଯାଉଥିବା ମହିଳା ଓ ଯୁବତୀଙ୍କୁ କମେଣ୍ଟ ମାରି ଆଡୁଆରେ ସରପଞ୍ଚ। ମଦ ନିଶାରେ ରାସ୍ତାରେ ରହି ମହିଳା ଓ ଯୁବତୀଙ୍କୁ କମେଣ୍ଟ ମାରୁଥିଲେ ସରପଞ୍ଚ। ଆଉ ସରପଞ୍ଚଙ୍କ ଏହି ଟୋକାପଣିଆ ତାଙ୍କୁ ପଡିଛି ମହଙ୍ଗା। ଶେଷରେ ମହିଳା ଜଣକ ଗଲେ ଥାନାକୁ , ଆଉ ସରପଞ୍ଚଙ୍କ ନାମରେ କଲେ ଅଭିଯୋଗ। ଆଉ ମହିଳାଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ୍ ବର୍ତ୍ତମାନ ସରପଞ୍ଚଙ୍କୁ ଅଟକ ରଖିଛି।

ଏପରି ଏକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିରୀ ଜିଲ୍ଲାରେ। ରାଜ୍ୟ ଗଣମାଧ୍ୟମର ସୂଚନା ଅନୁସାରେ ସର୍ବସାଧାରଣ ସ୍ଥାନରେ ମଦ୍ୟପାନ ଓ ଯୁବତୀଙ୍କୁ କମେଣ୍ଟ ମାରିବା ଜଣେ ଜନପ୍ରତିନିଧିଙ୍କୁ ମହଙ୍ଗା ପଡିଛି। ଅଭିଯୋଗ ପାଇ ଅଭିଯୁକ୍ତ ସରପଞ୍ଚଙ୍କୁ ଥାନାରେ ଅଟକ ରଖିଛି ପୋଲିସ। ସରପଞ୍ଚ ଜଣକ ହେଲେ ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ରାମଚନ୍ଦ୍ରପୁରର ଗୌର ଚନ୍ଦନ।ଗୌର ଚନ୍ଦନଙ୍କ ଏଭଳି ଲଜ୍ଜାଜନକ କାରନାମା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନା ଅନୁସାରେ ଗତ ୨୬ ତାରିଖ ସନ୍ଧ୍ୟାରେ ସରପଞ୍ଚ ଗୌର ଚନ୍ଦନ ଏବ ତାଙ୍କର ଦୁଇ ଜଣ ସାଙ୍ଗ ବଲାଙ୍ଗିର ଆସିଥିଲେ। ଆଉ ସହରର ପ୍ୟାଲେସ ଲାଇନ ଠାରେ ଥିବା ଏସଏଚଜି ଆଉଟଲେଟ ସାମନା ରାସ୍ତା କଡରେ ମଦ୍ୟପାନ କରିଥିଲେ। ଏପରିକି ରାସ୍ତାରେ ଯାଉଥିବା ମହିଳା ଓ ଯୁବତୀମାନଙ୍କୁ କମେଣ୍ଟ ମାରିଥିଲେ। ଏସଂକ୍ରାନ୍ତରେ ଏସଏଚଜି ଆଉଟଲେଟର କର୍ମକର୍ତ୍ତାମାନେ ପୋଲିସକୁ ଖବର ଦେଇଥିଲେ।


ଖବର ପାଇ ଟାଉନ ପୋଲିସ ଘଟଣାସ୍ଥଳକୁ ଯାଇ ସରପଞ୍ଚ ଗୌର ଚନ୍ଦନ ଏବଂ ଜଣେ ସହଯୋଗୀଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲା। ଆଉ ଜଣେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲା। ତେବେ ପୋଲିସ ୨ଜଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି। ଏନେଇ ଏସଏଚଜି ଆଉଟଲେଟର କର୍ମକର୍ତ୍ତାଙ୍କ ତରଫରୁ ଟାଉନଥାନାରେ ଲିଖିତ ଅଭିଯୋଗ କରାଯାଇଛି । 

Leave a Reply

Your email address will not be published. Required fields are marked *