ସଂସ୍କାର : ବିହାରରେ ଚାଲିଛି ଜୋରସୋରରେ ସେକ୍ସ କାରବାର। ବିହାର ରାଜଧାନୀ ପାଟନାର ଏକ ହୋଟେଲରେ ଚାଲିଥିଲା ଏହି ସେକ୍ସ ବ୍ୟବସାୟ। ପାଟନାର ଇଗଜିବିସନ ରୋଡ଼ ସ୍ଥିତ ଦୟାଲ ହୋଟେଲରେ ବହୁତ ଦିନ ହେଲା ଚାଲିଥିବା ଏହି ସେକ୍ସ ରାକେଟ। ଆଉ ଏହି ସେକ୍ସ ରାକେଟର ପର୍ଦାଫାଶ କରିଥିଲେ ଟାଉନ ଡିଏସପି ସୁରେଶ ପ୍ରସାଦ ଓ ତାଙ୍କର ପୋଲିସ ଟିମ୍।

ଏହି ଚଢ଼ାଉ ବେଳେ ୮ ଜଣ କଲ ଗାର୍ଲଙ୍କ ସମେତ ୧୭ ଜଣଙ୍କୁ ଗିରଫ କରିଛି ପୋଲିସ୍। ଏହା ସହିତ ହୋଟେଲ ସଂଚାଳକ ପଙ୍କଜ କୁମାରଙ୍କୁ ମଧ୍ୟ ଗିରଫ କରାଯାଇଛି। ଏହି ସେକ୍ସ ରାକେଟରେ ବିହାର ସମେତ ଅନ୍ୟ ରାଜ୍ୟର ଯୁବତୀମାନେ ମଧ୍ୟ ସାମିଲ ଥିଲେ। ଏହି ଯୁବତୀମାନଙ୍କୁ ପଶ୍ଚିମବଙ୍ଗ, ଉତ୍ତର ପ୍ରଦେଶ ସମେତ ଅନେକ ରାଜ୍ୟରୁ ଅଣାଯାଉଥିଲା। ଏହି ରାକେଟରେ ଅନେକ ପ୍ରତିଷ୍ଠିତ ଲୋକଙ୍କ ସମ୍ବନ୍ଧ ରହିଛି।
ଗିରଫ ହୋଇଥିବା କଲ ଗାର୍ଲ କହିଛନ୍ତି, ଗ୍ରାହକଙ୍କୁ ହ୍ୱାଟ୍ସଆପ ଜରିଆରେ ଆମ୍ଭମାନଙ୍କ ଫଟୋ ପଠାଯାଉଥିଲା। ଫଟୋ ଦେଖିବା ପରେ ଗ୍ରାହକ କଲ ଗାର୍ଲଙ୍କୁ ପସନ୍ଦ କରୁଥିଲେ। ତାପରେ ଦାମ ଧାର୍ଯ୍ୟ ହେଉଥିଲା। ଗୋଟିଏ ଦିନ ପାଇଁ ୬ ହଜାରରୁ ୧୮ ହଜାର ଯାଏଁ ଦାମ ଧାର୍ଯ୍ୟ ହେଉଥିଲା। ଏହି କାମ ପାଇଁ ହୋଟେଲ ସଂଚାଳକକୁ ଦୈନିକ ୩୫୦୦ ଟଙ୍କା ଦିଆଯାଉଥିଲା। ଯୁବତୀଙ୍କୁ ହୋଟେଲ ରୁମରେ ଅତିକମରେ ସପ୍ତାହେ ରହିବାକୁ ପଡୁଥିଲା। ସମସ୍ତଙ୍କ ପରିଚୟ ମଧ୍ୟ ଲୁଚାଇ ଦିଆଯାଉଥିଲା।
ଟାଉନ ଡିଏସପି ସୁରେଶ ପ୍ରସାଦ କହିଛନ୍ତି ଯେ, ହୋଟେଲ ଲିଜରେ ନିଆଯାଇଥିଲା। ଅନ୍ୟପଟେ ହୋଟେଲକୁ ଆସୁଥିବା ଲୋକଙ୍କ ନାଁ ଓ ଠିକଣା ହୋଟେଲ ରେଜିଷ୍ଟରରେ ଏଣ୍ଟ୍ରି ହେଉନଥିଲା। ପୋଲିସ ବର୍ତ୍ତମାନ ମାମଲାରେ କିଏ କିଏ ଜଡିତ ଏବଂ ଏହି କାମରେ କେତେ ଜଣ ସମ୍ପୃକ୍ତ ରହିଛନ୍ତି ତାର ଯାଞ୍ଚ କରୁଛି।