୧୦୦ ଶିଶୁ କନ୍ୟାକୁ ବଳାତ୍କାର କରି ମାରିଦେଇଥିଲା ଏହି ବ୍ୟକ୍ତି, କାରଣ ଜାଣିଲେ ଆପଣ ବି ହେବେ ତାଯୁବ

ସଂସ୍କାର : ପ୍ରତିଶୋଧ ନିଆଁରେ ଆଜିକାଲି ସଭିଏଁ ଜଳନ୍ତି। ଆଉ ଏହି ପ୍ରତିଶୋଧ ନେବା ଲକ୍ଷ୍ୟ ଜଣେ ବ୍ୟକ୍ତିଙ୍କୁ ନୃଶଂସ ଓ ରାକ୍ଷାସ ମଧ୍ୟ କରାଇ ଦେଇଥାଏ। ଯାହାର ଉଦାହରଣ ଆମେ ଅନେକ ଦେଖିଛେ। ତେବେ ଆଜି ଆମେ ଏପରି ଏକ ନୃଶଂସ ତଥା ବିକୃତ ମଷିଷ୍କ ଥିବା ବ୍ୟକ୍ତି ବିଷୟରେ ଏଠାରେ ଉଲ୍ଲେଖ କରିଛୁ ଯାହାକୁ ପଢିଲେ ଆପଣଙ୍କ ହୃଦୟ ଧରିଉଠିବ।

ନୃଶଂସ , ରାକ୍ଷାସ , ବିକୃତ ମାନସିକ ରୋଗୀ । ଏଭଳି ଅନେକ ଶବ୍ଦ ବି ଏଭଳି ସିରିୟଲ କିଲର ପାଖରେ କମ୍ ପଡିବ । ଯିଏ ପ୍ରତିଶୋଧ ନେବା ଉଦ୍ଦେଶ୍ୟରେ ୧୦୦ ଶିଶୁ କନ୍ୟାଙ୍କୁ ବଳାତ୍କାର କରି ମାରି ଦେଇଛି । ଖାଲି ମାରିନି । ସେମାନଙ୍କ ଶବକୁ ଏସିଡ୍ ଟ୍ୟାଙ୍କରରେ ପକାଇ ନଷ୍ଟ କରିଛି । ଏଭଳି ଭୟଙ୍କର ଛାତିିଥରା ଘଟଣା ୧୯୯୯ ମସିହା ପାକିସ୍ତାନରେ ଘଟିଥିଲା । ଏହି କୁଖ୍ୟାତ ଅପରାଧୀର ନାଁ ଥିଲା ଜାଭେଦ୍ ଇକବାଲ ।

୧୯୫୬ ମସିହାରେ ଲାହୋରରେ ଜନ୍ମ ହୋଇଥିଲା ଜାଭେଦ୍ । ବଡ଼ ହୋଇଯିବା ପରେ ଶିଶୁ କନ୍ୟାଙ୍କୁ ପ୍ରଲୋଭନ ଦେଖାଇ ଅପହରଣ କରୁଥିଲା । ଏହା ପରେ ସେମାନଙ୍କ ସହ ଦୁଷ୍କର୍ମ କରି ହତ୍ୟା କରୁଥିଲା । ପ୍ରମାଣ ନଷ୍ଟ କରିବା ପାଇଁ ସେ ଶିଶୁ କନ୍ୟାଙ୍କର ଶବଗୁଡ଼ିକୁ ଏସିଡ୍ ପକାଇ ଜଳାଇ ଦେଉଥିଲା। ଏମିତି ୧୦୦ ଶିଶୁଙ୍କୁ ହତ୍ୟା କରିବା ପରେ ୧୯୯୯ରେ ନିଜର ଦୋଷ ସ୍ୱୀକାର କରିଥିଲା ଜାଭେଦ ଇକବାଲ ।

କିନ୍ତୁ ତାର ଏହି ଭୁଲ ପାଇଁ ସେ କେବେ ବି ପଶ୍ଚାତାପ କରୁନଥିଲା । ତା ପଛର କାରଣ ଥିଲା ପ୍ରତିଶୋଧ । ସେ କହିଥିଲା ଯେ, ଛୋଟ ଥିବା ବେଳେ କୌଣସି ଏକ କାରଣରୁ ତାକୁ ପୋଲିସ ଗିରଫ କରିଥିଲା । ଭୁଲ ନଥାଇ ପୋଲିସ ତାକୁ ଗିରଫ କରିଥିଲା ଏବଂ ଅକଥନୀୟ ଯନ୍ତ୍ରଣା ଦେଇଥିଲା । ତାକୁ ମୁକ୍ତ କରିବା ପାଇଁ ତା ମା ପୋଲିସ ସାମ୍ନାରେ କାକୁତି ମିନତି ହୋଇଥିଲେ। କିନ୍ତୁ ପୋଲିସ ତା ମା’ କଥାକୁ ଖାତିର କରିନଥିଲା । ଆଉ ତାର ମାଆ ପୋଲିସ୍ ସାମ୍ନାରେ ହିଁ ମରିଯାଇଥିଲା। ଆଉ ନିଜ ମାଆର ମୃତ୍ୟୁକୁ ସହ୍ୟ ନ କରିପାରି ସେ ଶପଥ କରିଥିଲା ଯେ , ଭବିଷ୍ୟତରେ ସେ ବି ୧୦୦ ଶିଶୁଙ୍କୁ ହତ୍ୟା କରିବ ଏବଂ ୧୦୦ ମା ଠିକ ସେମିତି ପିଲାମାନଙ୍କ ପାଇଁ ନ୍ୟାୟ ଭିକ୍ଷା ମାଗିବେ ଯେମିତିକି ମୋ ମାଆ ପୋଲିସ୍ ସମ୍ମୁଖରେ ହୋଇଥିଲା। ଏହା ପରେ ସେ ପାଲଟି ଯାଇଥିଲା ସିରିୟଲ କିଲର ।

ଦୋଷ ସ୍ୱୀକାର କରିବା ପରେ ଇକବାଲକୁ ମାର୍ଚ୍ଚ ୨୦୦୦ରେ କୋର୍ଟରେ ହାଜର କରାଯାଇଥିଲା । କୋର୍ଟ ଦଣ୍ଡ ଶୁଣାଇବା ପରେ ଅକ୍ଟୋବର ୨୦୦୧ରେ ସେ ନିଜ ବାରାକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲା । କିନ୍ତୁ କିଛି ଲୋକଙ୍କ ମତରେ ଇକବାଲକୁ ହତ୍ୟା କରାଯାଇଥିଲା। ତେବେ କୋର୍ଟ ମଧ୍ୟ ଏକ ଅଜବ ପ୍ରକାରର ଦଣ୍ଡ ଶୁଣାଇଥିଲେ। କୋର୍ଟ କହିଥିଲେ ଯେ, ଏହି ଜାଭେଦକୁ ୧୦୦ ଖଣ୍ଡ କରି ସର୍ବ ସମୁଖରେ ଏସିଡ ପକାଇ ଜାଳିଦିଅ । ତେବେ ଏପରି ମାରିବା ଅପେକ୍ଷା ଆତ୍ମହତ୍ୟା କରିବା ଭଲ ହେବ ଭାବି ସେ ନିଜକୁ ଆତ୍ମହତ୍ୟା କରିଥିଲା।

Leave a Reply

Your email address will not be published. Required fields are marked *