5 ଗୁଳିରେ 4 ମୃତ, ସମ୍ପତ୍ତି ବିବାଦରୁ ମହାଭାରତ, ପିତାମାତା ସହ ଭଉଣୀ ଓ ଜେଜେମାଆକୁ ନିର୍ମମ ଭାବେ ହତ୍ୟା କଲା ପୁଅ

ସଂସ୍କାର : 5 ଗୁଳିରେ 4 ମୃତ, ସମ୍ପତ୍ତି ବିବାଦରୁ ମହାଭାରତ। ଆଉ ଏହି ସମ୍ପତ୍ତିକୁ ନେଇ ହୋଇଥିବା ଯୁଦ୍ଧରେ ପୁଅର ଶିକାର ହୋଇଛନ୍ତି ଘରର ପିତାମାତା ସମେତ ଘରର ଝିଅ ଓ ଘରେ ଥିବା ବୁଢ଼ୀମାଆ।

ଏହି ମରଣାନ୍ତକ ଆଶ୍ଚର୍ଯ୍ୟଜନକ ଖବର ଆସିଛି ହରିୟାଣାରୁ। ହରିୟାଣାର ଜଣେ ୨୦ ବର୍ଷୀୟ ଯୁବକ ସମ୍ପତ୍ତି ପାଇଁ ନିଜର ମାତାପିତା, ଭଉଣୀ ଓ ଜେଜେମାଆକୁ ହତ୍ୟା କରିଛି। ଏହି ଘଟଣା ଅଗଷ୍ଟ ୨୩ ତାରିଖ ଦିନ ଘଟିଥିଲା। ହରିୟାଣାର ରୋହତକର ଅଞ୍ଚଳରେ ଏହି ଅଘଟଣ ଘଟିଥିଲା। ଏଠାରେ ଜଣେ ଜାଗାବାଡ଼ି ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କର ୨୦ ବର୍ଷର ପୁଅ ଅଭିଷେକ ମଲିକ ତାଙ୍କ ପରିବାରର ଚାରିଜଣ ସଦସ୍ୟଙ୍କର ହତ୍ୟା କରିଛି। ଆଉ ଏହି ହତ୍ୟା ଅଭିଯୋଗରେ ପୋଲିସ ତାକୁ ଗିରଫ କରି କୋର୍ଟଚାଲାଣ କରିଛି। ଜାଗାବାଡ଼ି ବ୍ୟବସାୟୀ ପ୍ରଦୀପ ମଲିକ, ତାଙ୍କ ପତ୍ନୀ ବାବଲି ଦେବୀ ଏବଂ ସେମାନଙ୍କ ମା ରୋଶନୀ ଦେବୀ ଓ ଝିଅଙ୍କୁ ରୋହତକର ବିଜୟ ନଗରସ୍ଥିତ ବାସଭବନରେ ଗୁଳିମାରି ହତ୍ୟା କରିଛି ପୁଅ ଅଭିଷେକ ମଲିକ।

ପୋଲିସ ଅଧିକାରୀ ରାହୁଲ ଶର୍ମା ଗଣମାଧ୍ୟମକୁ କହିଛନ୍ତି ଯେ ସମ୍ପତ୍ତି ବିବାଦକୁ ନେଇ ଅଭିଷେକ ତାଙ୍କ ପିତାମାତା, ଭଉଣୀ ଏବଂ ଜେଜେମା’ଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଛି। ଆଉ ତାକୁ ବର୍ତ୍ତମାନ କୋର୍ଟଚାଲାଣ କରି ଜେଲ୍ ରେ ବନ୍ଦୀ କରାଯାଇଛି।

Leave a Reply

Your email address will not be published. Required fields are marked *