ସଂସ୍କାର : ଭଗବାନ ସର୍ବଦା ମନ୍ଦ ଉଦ୍ଧେଶ୍ୟରେ ଥିବା ବ୍ୟକ୍ତିଙ୍କୁ କୌଣସି ନା କୌଣସି ମାଧ୍ୟମରେ ଶାସ୍ତି ଦେଇଥାନ୍ତି। କେଉଁଠି ଶାସ୍ତି ଦେବାରେ ବିଳମ୍ବ ହୋଇଥାଏ ଆଉ କେଉଁଠି ତୁରନ୍ତ ମିଳିଯାଇଥାଏ। ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଏଭଳି ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି, ଯେଉଁ ଭିଡ଼ିଓରେ ମନ୍ଦିରକୁ ଚୋରି କରିବାକୁ ଆସିଥିବା ଚୋରକୁ କିଭଳି ଭଗବାନ ଧରାପକାଇଛନ୍ତି ତାହାକୁ ଦେଖାଯାଇଛି ।
ଏହି ଘଟଣାଟି ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲା ଜାମି ୟେଲମା ମନ୍ଦିରର। ଏହି ମନ୍ଦିରକୁ ଜଣେ ବ୍ୟକ୍ତି ଚୋରି କରିବାକୁ ଯାଇଥିଲେ। ମନ୍ଦିରରେ ପ୍ରବେଶ କରିବା ପାଇଁ ମନ୍ଦିର କାନ୍ଥରେ ସେ ଏକ ଗାତ କରିଥିଲା। କିନ୍ତୁ ଚୋରି କରି ଉକ୍ତ ଗର୍ତ୍ତ ଦେଇ ବାହାରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେହି ଗର୍ତ୍ତରୁ ବାହାରି ନପାରି ସେଠାରେ ଝୁଲି ରହିଥିଲା।
ବାଧ୍ୟ ହୋଇ ଶେଷରେ ଚୋର ଜଣକ ଲୋକଙ୍କୁ ସାହାର୍ଯ୍ୟ ପାଇଁ ଡାକିଥିଲେ। ଘଟଣା ପରଦିନ ସକାଳେ ଚୋର କାନ୍ଦୁଥିବା ଏବଂ ସାହାର୍ଯ୍ୟ ପାଇଁ ନିବେଦନ କରୁଥିବା ଦେଖି ଗ୍ରାମବାସୀ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଲୋକମାନେ ଡ୍ରିଲ ଦ୍ୱାରା ତାକୁ ଉଦ୍ଧାର କରିଥିଲେ ଏବଂ ପରେ ତାକୁ ପୋଲିସକୁ ହସ୍ତାନ୍ତର କରିଥିଲେ। ପୋଲିସର ସୂଚନାନୁସାରେ ଚୋର ନାମରେ ଆଗରୁ ବହୁ ଚୋରି ମାମଲା ରହିଛି । ପୋଲିସ ଉକ୍ତ ଚୋରକୁ ଗିରଫ କରିବା ସହ ତା’ ନିକଟରୁ ଚୋରି ଅଳଙ୍କାରଗୁଡ଼ିକୁ ମଧ୍ୟ ଜବତ କରିଛି ।