ସଂସ୍କାର : ନିଜର ପ୍ରେମ ଜାଲରେ ଦୁଇ ଜଣ ନାବାଳିକାଙ୍କୁ ଫସାଇ ଅପହରଣ କରିଥିଲା ରସିକିଆ ଟ୍ୟୁସନ ମାଷ୍ଟର। ସଭିଙ୍କ ଆଖିରେ ଧୂଳି ଦେଇ ଦୁଇ ଜଣ ନାବାଳିକାଙ୍କୁ ନେଇ ଫେରାର୍ ହୋଇଯାଇଥିଲା ରସିକିଆ ଟ୍ୟୁସନ ମାଷ୍ଟର। ହେଲେ ପ୍ଲାନ ହୋଇଗଲା ଫେଲ୍ , ଆଉ ରାଜଧାନୀର ପୋଲିସ୍ ହାତରେ ଧରପଡ଼ିଲା ଏହି ରସିକିଆ ଟ୍ୟୁସନ ମାଷ୍ଟର।
ପାଠ ପଢାଇବା ବାହାନାରେ ଦୁଇ ଛାତ୍ରୀଙ୍କୁ ଧରି ଚମ୍ପଟ ମାରିଥିଲେ ଏହି ପ୍ରେମୀରୂପୀ ଶିକ୍ଷକ। ତେବେ ଫେରାର୍ ହୋଇଥିବା ଜଣେ ଛାତ୍ରୀଙ୍କ ବୟସ ୧୪ ଏବଂ ଅନ୍ୟ ଜଣେ ଛାତ୍ରୀଙ୍କ ବୟସ ୧୨ ବର୍ଷ ବୋଲି ଜଣାପଡ଼ିଛି । ବଟକୃଷ୍ଣ ନାମକ ଏହି ଯୁବ ଶିକ୍ଷକ ଜଣଙ୍କ ଘରୋଇ ଟ୍ୟୁସନ କରିବା ସହିତ ଏକ କୋଚିଂ ସେଣ୍ଟରରେ ପାଠ ପଢାଉଥିଲେ। କୋଭିଡ ସମୟରେ କୋଚିଂ ସେଣ୍ଟର ବନ୍ଦ ହୋଇଯିବାରୁ ଖାଲି ଏହି ଦୁଇ ନାବାଳିକାଙ୍କୁଙ୍କୁ ପାଠ ପଢାଇବାଲେ ବଟକୃଷ୍ଣ।
ତେବେ ବିଗତ କିଛି ଦିନ ହେବ ଛୁଆଙ୍କ ବ୍ୟବହାରରେ ପରିବର୍ତ୍ତନ ଲକ୍ଷ୍ୟ କରିବା ପରେ ଟ୍ୟୁସନ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ ଦୁଇ ନାବାଳିକାଙ୍କର ମାତାପିତା। ଏଥିରେ ବଟକୃଷ୍ଣ ଉତକ୍ଷିପ୍ତ ହୋଇ ପ୍ଲାନ ତିଆରି କଲା ଏମାନଙ୍କୁ ଫେରାର୍ କରାଇବା ପାଇଁ। ଆଉ ନିଜ ପ୍ଲାନରେ ସଫଳ ମଧ୍ୟ ହୋଇଗଲା ସେ। କିନ୍ତୁ ଦୁଇ ନାବାଳିକାଙ୍କର ପିତାମାତା ସେମାନଙ୍କୁ ପୋଲିସ୍ ମାଧ୍ୟମରେ ଖୋଜିବାରେ ସଫଳ ହୋଇଛନ୍ତି। ଆଉ ଏହି ରସିକିଆ ଟ୍ୟୁସନ ମାଷ୍ଟର ବର୍ତ୍ତମାନ ଜେଲରେ। ତେବେ ଟ୍ୟୁସନ ବନ୍ଦ ହେବା କାରଣରୁ ଏଭଳି କାଣ୍ଡ ବଟକୃଷ୍ଣ ଭିଆଇଥିବା ସୂଚନା ଦେଇଛନ୍ତି ଦୁଇ ଛାତ୍ରୀଙ୍କର ପିଉସୀ ।