ରବିବାର ଦିନ ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାର ଏକ ଘରୋଇ ଡାକ୍ତରଖାନାରେ ଜଣେ ମହିଳା ଯାଆଁଳା ଶିଶୁଙ୍କୁ ଜନ୍ମ ଦେଇଛନ୍ତି ଯାହାର ଦୁଇଟି ମୁଣ୍ଡ ଏବଂ ତିନିଟା ହାତ । ତେବେ ସେମାନଙ୍କ ଶରୀର ଗୋଟିଏ ରହିଛି । ଏହା ଏକ ବିରଳ ଚିକିତ୍ସକୀୟ ସ୍ଥିତି ଅଟେ । ଏହି ଝିଅମାନେ ଏକ ଗରିବ ପରିବାରରେ ଜନ୍ମ ନେଇଛନ୍ତି ଯେଉଁଠି ମହିଳା ଜଣଙ୍କ ଦ୍ୱିତୀୟ ଥର ପାଇଁ ମା’ ହୋଇଥିଲେ । ସେପଟେ ଝିଅଙ୍କ ମୁଣ୍ଡ ସମ୍ପୂର୍ଣ୍ଣ ବିକଶିତ ହୋଇଥିବା ଡାକ୍ତର କହିଛନ୍ତି ।
କେନ୍ଦ୍ରାପଡ଼ା ଜିଲ୍ଲା ହସ୍ପିଟାଲର ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଦିବ୍ୟାଶ ସାହୁ କହିଛନ୍ତି ଯେ ନବଜାତ ଶିଶୁଦ୍ୱୟ ଉଭୟ ପାଟିରେ ଖାଇପିଇ ପାରୁଛନ୍ତି । ସେମାନଙ୍କର ଦୁଇଟି ନାକ ଅଛି । ଯାଆଁଳା ଭଉଣୀ ଦୁଇଜଣ ପରସ୍ପର ସହିତ ସଂଯୁକ୍ତ କିନ୍ତୁ ସେମାନଙ୍କର ଶରୀର ଗୋଟିଏ ।
ନବଜାତ ଝିଅଙ୍କ ବିଷୟରେ କହିବାକୁ ଯାଇ ଡାକ୍ତର କହିଛନ୍ତି ଯେ ସେମାନଙ୍କର ୩ ଟା ହାତ ଏବଂ ଦୁଇଟା ଗୋଡ଼ ଅଛି । ଶିଶୁଟି ଅପରେସନ୍ ମାଧ୍ୟମରେ ଏକ ଘରୋଇ ହସ୍ପିଟାଲରେ ଜନ୍ମ ହୋଇଥିଲେ ହେଁ ପରେ ତାଙ୍କୁ କେନ୍ଦ୍ରାପଡ଼ା ସ୍ଥିତ ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।