ପ୍ରେମିକ ସହିତ ମିଶି ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ, ଆଉ ତାପରେ…

ସଂସ୍କାର :ପ୍ରେମିକ ସହ ମିଶି ସ୍ୱାମୀକୁ ହତ୍ୟା କରିଥିଲା ସ୍ତ୍ରୀ! । ନିଖୋଜର ୧୦ ଦିନ ପରେ ମିଳିଲା ସ୍ୱାମୀର ମୃତଦେହ । ଗଜପତି ଜିଲ୍ଲା ଆର୍ ଉଦୟଗିରି ଅଞ୍ଚଳରୁ ମୃତଦେହ ଉଦ୍ଧାର କରାଯାଇଛି ।

ସ୍ତ୍ରୀ ସହ ପ୍ରେମିକକୁ ଗିରଫ କରି ଘଟଣାର ପର୍ଦ୍ଦାଫାସ କଲା ପୋଲିସ । ପରକୀୟା ପ୍ରୀତିରୁ ହତ୍ୟାକାଣ୍ଡ ଘଟିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

କେ ନୂଆ ଗାଁ’ ଥାନା ବମକୋଇ ଗାଁ’ରେ ଘଟିଥିଲା ଏହି ହତ୍ୟାକାଣ୍ଡ । ଘରେ ଛୁରି ଭୁସି ହତ୍ୟା ପରେ ଶବକୁ ଅଖାରେ ପୂରାଇ ଫିଙ୍ଗିଦେଇଥିଲେ। ପୋଲିସ ବହୁ ଖୋଜାଖୋଜି କରିବା ପରେ ମିଳିଲା ଶବ। ତେବେ ଏହି ଘଟଣାରେ ଉଭୟ ମହିଳା ଆଉ ତାଙ୍କ ପ୍ରେମିକକୁ ପୋଲିସ ଗିରଫ କରିଛି।

Leave a Reply

Your email address will not be published. Required fields are marked *