ଶାରିରୀକ ସମ୍ପର୍କ ରଖିବା ପାଇଁ ସ୍ୱାମୀକୁ ଚୌକିରେ ବାନ୍ଧିଲା ସ୍ତ୍ରୀ, ଆଉ ସମ୍ପର୍କ ପରେ କଲା ହତ୍ୟା…

ସଂସ୍କାର : ସ୍ୱାମୀ – ସ୍ତ୍ରୀ ମଧ୍ୟରେ ଥିବା ପବିତ୍ର ସମ୍ପର୍କରେ ଲାଗିଲା କଳଙ୍କ। ଜଣେ ସ୍ତ୍ରୀ ନିଜ ସ୍ୱାମୀକୁ ଏପରି ମରଣ ଦେଇଛି ଯାହାକୁ ଶୁଣିଲେ ଆପଣବି ବିଶ୍ୱାସ କରିବେ ନାହିଁ। ନିଜ ସ୍ୱାମୀକୁ ଛୁରୀରେ ସ୍ତ୍ରୀ ଜଣକ କ୍ଷତବିକ୍ଷତ କରି କାଟି ଦେଇଛି। ଆଉ କାଟିବା ଆଗରୁ ସ୍ୱାମୀକୁ ଚୌକିରେ ବାନ୍ଧି ପର୍ଣ୍ଣ ଭିଡ଼ିଓ ଦେଖି ଜୋର ଜବରଦସ୍ତି ଶାରିରୀକ ସମ୍ପର୍କ ରଖିଲା। ତେବେ ଏଭଳି ଏକ ସମ୍ବେଦନଶୀଳ ମାମଲା ଆସିଛି ମହାରାଷ୍ଟ୍ରର ନାଗପୁର ସହରରୁ।

ନାଗପୁର ପୋଲିସ ଗତ ସପ୍ତାହରେ ଜଣେ ୨୮ ବର୍ଷୀୟ ମହିଳାଙ୍କୁ ଗିରଫ କରିଥିଲା। ଆଉ ଗିରଫ କରିବାର କାରଣ ଏହା ଯେ , ସେ ମହିଳା ଜଣକ ନିଜ ସ୍ୱାମୀକୁ ହତ୍ୟା କରିଥିଲା। ଦେହ ଭୋକରେ ସନ୍ତୁଷ୍ଟ ନ ହୋଇ ସେ ଏପରି କାଣ୍ଡ ଭିଆଇଥିଲା। ତେବେ ଅଭିଯୁକ୍ତ ମହିଳା ଜଣକ ମୃତ ବ୍ୟକ୍ତିର ପଞ୍ଚମ ସ୍ତ୍ରୀ ଥିଲେ। ଅଭିଯୁକ୍ତ ମହିଳା ଦୀର୍ଘ ସମୟ ଧରି ସ୍ଵାମୀଙ୍କ ଠାରୁ ଅଲଗା ରହୁଥିଲେ। କିନ୍ତୁ ମହିଳା ଜଣକ କିଛି ଦିନ ପାଇଁ ସ୍ଵାମୀଙ୍କ ପାଖକୁ ଆସିଥିଲେ ଆଉ ସ୍ୱାମୀ ସହିତ ଶାରିରୀକ ସମ୍ପର୍କ ରଖି ତାଙ୍କୁ ଛୁରୀରେ ଆଘାତ ଦେଇ ଚାଲିଗଲେ। ଖବର ଅନୁଯାୟୀ ପାରିବାରିକ ବିବାଦ କାରଣରୁ ପଞ୍ଚମ ପତ୍ନୀ ( ଅଭିଯୁକ୍ତ) ସ୍ୱାମୀ ଠାରୁ ଦୂରରେ ରହୁଥିଲେ।

Leave a Reply

Your email address will not be published. Required fields are marked *