ସଂସ୍କାର: ପ୍ରାଇଭେଟ୍ ପାର୍ଟରେ ଫେବିକ୍ୱିକ୍ ଲଗାଇବା ମହଙ୍ଗା ପଡିଲା ଜଣେ ଗୁଜୁରାଟୀ ଯୁବକଙ୍କୁ। ନିଜର ଗାର୍ଲଫ୍ରେଣ୍ଡ ସହ ସମ୍ଭୋଗ (ସେକ୍ସ) କରିବା ପାଇଁ ସାଥିରେ ନେଇ ନଥିଲେ ସମ୍ଭୋଗ କବଚ ( କଣ୍ଡୋମ )। ଆଉ ଏହି କଣ୍ଡୋମ ନେଇ ନ ଥିବା କାରଣରୁ ଯୁବକଙ୍କ ଗଲା ଜୀବନ।
ଗୁଜୁରାଟର ଅହମଦାବାଦରୁ ଆସିଛି ଏହିଭଳି ଏକ ଆଶ୍ଚର୍ଯ୍ୟଜନକର ଘଟଣା । ଜାତୀୟ ଗଣମାଧ୍ୟମର ରିପୋର୍ଟ ଆନୁଯାୟୀ, ସେକ୍ସ ସମୟରେ ଯୁବକ ଜଣକ କଣ୍ଡୋମ ନେବାକୁ ଭୁଲି ଯାଇଥିଲେ। ତେଣୁ ସେ ବିର୍ଜକୁ ରୋକିବା ପାଇଁ ଫେବିକ୍ୱିକ୍ ର ବ୍ୟବହାର କରିଥିଲେ। କିନ୍ତୁ ନିଜ ଲିଙ୍ଗରେ ଫେବିକ୍ୱିକ୍ ବ୍ୟବହାର କରିବା ଯୁବକଙ୍କ ପାଇଁ ହେଲା କାଳ। ଲିଙ୍ଗରେ ଫେବିକ୍ୱିକ୍ ଲଗାଇବା କାରଣରୁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମଲ୍ଟିପଲ ଅର୍ଗାନ ବିଫଳ ହେତୁ ଯୁବକର ମୃତ୍ୟୁ ହୋଇହୋଇଥିବା ଜଣାପଡିଛି। ଅନ୍ୟପଟେ କୁହାଯାଉଛି ଯେ, ମୃତ ଯୁବକ ଜଣକ ସେକ୍ସ କରିବା ପୂର୍ବରୁ ଡ୍ରଗ୍ସ ସେବନ କରିଥିଲେ।
ପୋଲିସର କହିବା ମୁତାବକ, ମୃତକର ବୟସ ୨୫ ବର୍ଷ। ତେବେ ସେକ୍ସ କରିବା ପୂର୍ବରୁ ମୃତ ଯୁବକ ଓ ତାର ପ୍ରେମିକା ଡ୍ରଗ୍ସ ନେଇଥିଲେ ଓ ଡ୍ରଗ୍ସ ନେବା ପରେ ଶାରୀରିକ ସମ୍ବନ୍ଧ ରଖିବାକୁ ପ୍ଲାନ କରିଥିଲେ । କିନ୍ତୁ ଏହି ସମୟରେ ସେମାନଙ୍କ ପାଖରେ କଣ୍ଡୋମ ନଥିଲା । ଯାହାଫଳରେ ଯୁବକ ନିଜ ପ୍ରାଇଭେଟ୍ ପାର୍ଟରେ ଫେବିକ୍ୱିକ୍ ଲଗାଇଥିଲା ।