ଯୁବତୀଙ୍କୁ ଦୁଷ୍କର୍ମ କରିବା ପରେ ୧୦ ମହଲାରୁ ତଳକୁ ଠେଲିଦେଲା ଅଭିଯୁକ୍ତ , ଆଉ ତାପରେ ଯାହା ହେଲା…

ସଂସ୍କାର : ପ୍ରଥମେ ଦୁଷ୍କର୍ମ ଆଉ ତାପରେ ୧୦ ମହଲାରୁ ତଳକୁ ଜଣେ ଯୁବତୀଙ୍କୁ ଠେଲିଦେଲା ଜଣେ ବଳାତ୍କାରୀ ଅଭିଯୁକ୍ତ। ଏପରି ଏକ ଲୋମହର୍ଷକ ଘଟଣା ଘଟିଛି ଉତ୍ତରପ୍ରଦେଶର କାନପୁରରେ।

କାନପୁର ଜିଲ୍ଲାର କଲ୍ୟାଣପୁର ପୋଲିସ ଷ୍ଟେସନ ପରିସରରେ ଥିବା ଏକ ଆପାର୍ଟମେଣ୍ଟର ଦଶମ ମହଲାରୁ ଖସି ଜଣେ ଯୁବତୀଙ୍କର ମୃତ୍ୟୁ ହୋଇଛି ବୋଲି ପୋଲିସକୁ ସ୍ଥାନୀୟ ଲୋକେ ସୂଚନା ଦେଇଥିଲେ। ଆଉ ପୋଲିସ ଘଟଣାସ୍ଥଳରେ ପହଂଚି ଶବକୁ ବ୍ୟବଛେଦ ପାଇଁ ପଠାଇଥିଲା। ଶବର ବ୍ୟବଛେଦ ରିପୋର୍ଟ ଆସିବା ପରେ ପୋଲିସର ହୋସ ଉଡିଯାଇଛି।

କାରଣ ଯୁବତୀ ଜଣଙ୍କୁ ପ୍ରଥମେ ବଳାତ୍କାର କରାଯିବା ପରେ ଆତ୍ମହତ୍ୟାର ରୂପ ଦେବା ପାଇଁ ୧୦ ମହଲାରୁ ତଳକୁ ଠେଲି ଦିଆଯାଇଥିଲା। ଶବ ବ୍ୟବଚ୍ଛେଦର ରିପୋର୍ଟ ଅନୁଯାୟୀ, ମୃତ୍ୟୁବରଣ କରିଥିବା ଯୁବତୀଙ୍କର ଶରୀରରେ ସମୁଦାୟ ୨୫ ଟି ଆଘାତ ଚିହ୍ନ ଦେଖିବାକୁ ମିଳିଛି। ପାଞ୍ଚଟି ସ୍ଥାନରେ ହାଡ ଭାଙ୍ଗ ଯାଇଛି। ଡାହାଣ ହାତର ଦୁଇଟି ସ୍ଥାନ ଭାଙ୍ଗି ଯାଇଛି ଏବଂ ସେଠାରେ ଅନେକ ଆଘାତ ଲାଗିଛି। ବାମ ହାତରେ ଗଭୀର ଆଘାତ ଚିହ୍ନ ମଧ୍ୟ ଅଛି। ପେଟର ତଳୁ ଜଙ୍ଘ ମଧ୍ୟଭାଗ ପର୍ଯ୍ୟନ୍ତ ଚାରିଟି ଆଘାତ ଚିହ୍ନ ଦେଖିବାକୁ ମିଳିଛି। ରିପୋର୍ଟ ଅନୁଯାୟୀ, ଯୁବତୀଙ୍କର ଓଠ ଏବଂ ଛାତିର ତଳ ଭାଗରେ ଆଘାତ ଚିହ୍ନ ରହିଛି।

ତେବେ ଏହିକାଣ୍ଡ ଘଟାଇଥିବା ଅଭିଯୁକ୍ତକୁ ପୋଲିସ ଗିରଫ କରିସାରିଛି। ଯାହାର ନାମ ପ୍ରତୀକ ସିଂ ବୋଲି ଜଣାପଡିଛି। ପୋଲିସର ପଚରାଉଚରା ବେଳେ ଅଭିଯୁକ୍ତ ଜଣକ କହିଥିଲେ ଯେ ସେ ଟଙ୍କା ଲୋଭ ଦେଇ ଯୁବତୀଙ୍କୁ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ କହିଥିଲେ, କିନ୍ତୁ ଯେତେବେଳେ ଯୁବତୀ ଜଣଙ୍କ ତାଙ୍କ କଥା ଶୁଣି ନଥିଲେ, ଠିକ ସେହି ସମୟରେ ବଳାତ୍କାରୀ ଯୁବତୀଙ୍କୁ ଜୋରଜବରଦସ୍ତ ବଳାତ୍କାର କରିଥିଲା। ଆଉ ଦୁଷ୍କର୍ମ କରିସାରିବା ପରେ ବଳାତ୍କାରକୁ ଆତ୍ମହତ୍ୟାର ରୂପ ଦେବା ପାଇଁ ୧୦ ମହଲାରୁ ତଳକୁ ଠେଲି ଦେଇଥିଲା ବୋଲି ପୋଲିସ ସମ୍ମୁଖରେ ବୟାନ ଦେଇଛି ଅଭିଯୁକ୍ତ।

Leave a Reply

Your email address will not be published. Required fields are marked *