ସଂସ୍କାର : ବର୍ତମାନ ସବୁଆଡେ କେବଳ ଗୋଟିଏ ଚର୍ଚ୍ଚା ଲାଗିଛି ବର୍ଷା ଓ ଟୁଙ୍ଗୁରୁ । କୋଣସି ଚ୍ୟାନେଲ ନାହିଁ ଯେ ଏହି ଖବର ବଜାଉନାହାନ୍ତି । ସୋସିଆଲ ମିଡିଆର ନୂଆ ଚେହେରା କହିଲେ ଅତୁ୍ୟକ୍ତି ହେବ ନାହିଁ । ତେବେ କିଛି ମିଡିଆରେ ଏହାକୁ ଏମିତି ପ୍ରସାରଣ କରିଛନ୍ତି ଯେ ଆପଣ ଦେଖରଦେଖି ବିରକ୍ତ ହେଇଯିବେ । ଆପଣ ଦେଖିଥିବେ ଗତ ୧୫ ଦିନ ହେଲାଣି ଟୁଙ୍ଗୁରୁ ଓ ବର୍ଷାକୁ ନେଇ ଚାରିଆଡେ ଚର୍ଚ୍ଚା । ଏମାନଙ୍କୁ ନେଇ ଗୁଡାଏ ଗୀତ ରିଲିଜ ହୋଇସାରିଲାଣି , ତାହାର ହିସାବ ନାହିଁ । କିନ୍ତୁ ଏଭଳି ଏକ ଲଜ୍ଜ୍ୟାକର ଗୀତ କରିବା କେତେ ଦୂର ଠିକ।
ଟୁଙ୍ଗୁର ଭୋଳ ସାମାନ୍ୟ ଅଟୋ ବାଲାଟିଏ । ସେ ରାଜଧାନୀକୁ ଆସି ଅଟୋ ଚଲାଇ ପେଟ ଚଳାଇବା ତାର ପେଶା । ବ୍ୟକ୍ତିଗତ ଜୀବନରେ ଯାହା ସବୁ ଘଟିଲା ତାକୁ ନେଇ ଗୀତ କରିବା କେତେଦୂର ଠିକ । ଏହାକୁ ନେଇ ଗୀତ ପରେ ଗୀତ କରୁଛନ୍ତି ଓଡିଶାର କିଛି ସିଙ୍ଗରମାନେ। ଦେଖା ଶିଖା ଓଡିଶା ପରି ଜଣଙ୍କ ପରେ ଜଣେ ଗୀତ କରିବାକୁ ଲାଗିଲେ ଓ ତାଙ୍କର କିଛି ରୋଜଗାର ପାଇଁ ଏତେ ତଳକୁ ଖସିଥିଲେ ଯାହାକି ଭାବିଲେ ଖରାପ ଲାଗୁଛି ।

ଏହା ଭିତରେ ନିଜକୁ ପ୍ରତିଷ୍ଠିତ ଗାୟକ କହୁଥିବା ଅଭିଜିତ ମଜୁମଦାର ମଧ୍ୟ ଛାଡିନଥିଲେ । ସେ ମଧ୍ୟ ଟୁଙ୍ଗୁରୁ ଭୋଳ ନାଁରେ ଗୀତ ବୋଲିଥିଲେ ଏବଂ ସୋସିଆଲ ମିଡିଆରେ କମେଂଟର ଶିକାର ହୋଇଥିଲେ।କିଛି ଲୋକ କମେଂଟରେ ଲେଖିଥିଲେ କି ଟୁଙ୍ଗୁରୁ କୁ ଦାଦା ଥରେ ସୁଯୋଗ ଦିଅନ୍ତୁ ।
ସେମାନେ ଜାଣିପାରୁନାହାନ୍ତି ଆମ ଓଡିଆ ସିନେମା ଜଗତ ଓ ଓଡିଆ ସଂଗୀତ ଜଗତକୁ କେତେ ତଳକୁ ନେଇ ଯାଇଛନ୍ତି ସେ କଥା ଓ ବିଚାର ଆପଣମାନେ କରନ୍ତୁ। ଏଭଳି ଏକ ଶସ୍ତା ଖବରରେ ଗୀତ କରିବା କେତେ ଦୂର ଠିକ୍ ଆପଣ ନିଜେ କମେଣ୍ଟ ମାଧ୍ୟମରେ ଆମକୁ ଜଣାନ୍ତୁ।