ସଂସ୍କାର : ବର୍ତ୍ତମାନ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଦ୍ରୁତ ବେଗରେ ଭାଇରାଲ୍ ହେବାରେ ଲାଗିଛି। ଗୋଟିଏ ବସ ଅନେକ ଲୋକଙ୍କୁ ଆହତ କରିବା ସହିତ ଦୁଇ ଜଣଙ୍କର ଜୀବନ ନେଇଛି। ଘଟଣାଟି ମଧ୍ୟପ୍ରଦେଶର ଜବଲ୍ପୁରରେ ଘଟିଛି। ବସ୍ ଚଲାଉଥିବା ବେଳେ ଡ୍ରାଇଭରଙ୍କୁ ହଠାତ୍ ହାର୍ଟ ଆଟାକ୍ ଆସିଥିଲା। ଏହି କାରଣରୁ ବସଟି ନିୟନ୍ତ୍ରଣ ହରାଇ ସିଗ୍ନାଲରେ ଥିବା ଲୋକଙ୍କ ଉପରେ ଚଢି ଯାଇଥିଲା। ଫଳରେ ଡ୍ରାଇଭରଙ୍କ ସମେତ ଅନ୍ୟ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ବେଳର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି।
ସୂଚନା ଅନୁସାରେ, ଜବଲ୍ପୁରରେ ଟ୍ରାଫିକ୍ ସିଗ୍ନାଲ୍ରେ ଗାଡ଼ି ଧରି କିଛି ବ୍ୟକ୍ତି ଛିଡ଼ା ହୋଇଥିବା ବେଳେ ହଠାତ୍ ଏକ ବସ୍ ଆସି ସେମାନଙ୍କ ଉପରେ ମାଡ଼ି ଯାଇଥିଲା। ବସ୍ ଡ୍ରାଇଭରଙ୍କ ହଠାତ୍ ହାର୍ଟ ଆଟାକ୍ ହେବାରୁ ଗାଡ଼ିଟି ନିୟନ୍ତ୍ରଣ ହରାଇ ପ୍ରଥମେ ଜଣେ ବାଇକ୍ ଚାଳକଙ୍କୁ ଧକ୍କା ଦେଇଥିଲା। ଏହାପରେ ଅନ୍ୟ ଗାଡ଼ିକୁ ଧକ୍କା ଦେଇ କିଛି ବାଟ ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା। ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି।
ପୋଲିସ୍ ସୂଚନା ଅନୁସାରେ, ଦୁର୍ଘଟଣା ଆହୁରି ଭୟଙ୍କର ହୋଇଥାନ୍ତା ହେଲେ ବସ୍ର ସ୍ପିଡ୍ କମ୍ ଥିଲା। କିନ୍ତୁ ଦୁର୍ଭାଗ୍ୟବଶତଃ, ବସ୍ ଡ୍ରାଇଭରଙ୍କ ହଠାତ୍ ହାର୍ଟ ଆଟାକ୍ରେ ମୃତ୍ୟୁ ଘଟିବାରୁ ବସ୍ଟି ଭାରସାମ୍ୟ ହରାଇ ବାଇକ୍ ଚାଳକଙ୍କୁ ଧକ୍କା ଦେଇ ଅନ୍ୟ ଗାଡ଼ି ଚାଳକଙ୍କ ଉପରେ ମାଡ଼ି ଯାଇଥିଲା। ଆହତ ୬ ଜଣଙ୍କ ମଧ୍ୟରେ ବସ୍ ଯାତ୍ରୀ ଓ ଇ-ରିକ୍ସାରେ ଥିବା ୨ ଜଣ ଶିଶୁ ଅଛନ୍ତି।