ରାଜଧାନୀରେ ମହିଳାଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ, ୨ ଜଣ ସିକ୍ୟୁରିଟି ଗାର୍ଡ ଗିରଫ

ସଂସ୍କାର : ରାଜଧାନୀରେ ମହିଳାଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ। ମହିଳାଙ୍କ ପାଇଁ ଅସୁରକ୍ଷିତ ହେଉଛି ରାଜଧାନୀ। କୌଣସି ବନ୍ଦ କୋଠରୀ କିମ୍ବା ପରିତ୍ୟକ୍ତ ସ୍ଥାନରେ ନୁହେଁ, ବରଂ ରାଜଧାନୀର ରାସ୍ତାକଡରେ ମହିଳାଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ନା ରାତିସାରା ପଇଁତରା ମାରୁଥିବା ପିସିଆର କିଛି ଜାଣିପାରିଲା, ଆଉ ନା ରାସ୍ତାରେ ଯାଉଥିବା ପୀଡ଼ିତା ମହିଳାଙ୍କର କାନ୍ଦ ଥାନାରେ ପହଞ୍ଚି ପାରିଲା ।

ଭୁବନେଶ୍ବର ଖାରବେଳ ନଗର ଥାନା ଅଞ୍ଚଳରେ ମହିଳାଙ୍କୁ ଦୁଷ୍କର୍ମ ମାମଲାରେ ଗିରଫ ହୋଇଛନ୍ତି ଏକ ବ୍ୟାଙ୍କର ଦୁଇ ସିକ୍ୟୁରିଟି ଗାର୍ଡ । ଅଭିଯୁକ୍ତ ଦୁଇଜଣ ହେଲେ ଏୟାରଫିଲଡ ଥାନା ଅଞ୍ଚଳର ପୁର୍ଣ୍ଣଚନ୍ଦ୍ର ମଲ୍ଲିକ ଓରଫ କାଳିଆ ଏବଂ ଅନ୍ୟଜଣେ ହେଲେ ବନ୍ତଳା ଥାନା ଅଞ୍ଚଳର ବସନ୍ତ କୁମାର ସାହୁ । ଉଭୟ ଖାରବେଳ ଥାନା ଅଞ୍ଚଳରେ ରହି ୱାଚମ୍ୟାନ ଭାବେ କାର୍ଯ୍ୟ କରନ୍ତି । ତେବେ ୨ ଜଣଙ୍କୁ ଗିରଫ ପରେ ଆଇପିସି ଧାରା ୩୭୬ (D) ଆଧାରରେ କୋର୍ଟ ଚାଲାଣ କରାଯାଇଛି ।

ଖାରବେଳନଗର ଥାନାଧିକାରୀଙ୍କ ସୂଚନା ଅନୁସାରେ ଗତ ୩୧ ତାରିଖରେ ଥାନାରେ ଜଣେ ମହିଳା ଅଭିଯୋଗ କରିଥିଲେ ଯେ ୩୦ ତାରିଖ ରାତିରେ ଜଣେ ୱାଚମ୍ୟାନ ରାମ ମନ୍ଦିର‌ ସାମ୍ନାରେ ବୁଲୁଥିବା ବେଳେ ତାଙ୍କୁ ଆଶ୍ରୟ ଦେବା ଆଳରେ ବ୍ୟାଙ୍କ କଡକୁ ନେଇ ଏକ ସୋଫାରେ ରାତ୍ରିଯାପନ କରିବାକୁ କହିଥିଲେ । ହେଲେ ଏହି ନିରୀହତାର ସୁଯୋଗ ନେଇ ୱାଚମ୍ୟାନ ଜଣଙ୍କ ତାଙ୍କ ସହ ଦୁଷ୍କର୍ମ କରିଥିଲେ । ପରେ ଆଉ ଜଣେ ୱାଚମ୍ୟାନ ମଧ୍ୟ ଦୁଷ୍କର୍ମ କରିଥିଲେ ।

ତେବେ ଏନେଇ ମହିଳା ଜଣେ ଲୋକଙ୍କୁ ଏ ସମ୍ପର୍କରେ ଜଣାଇଥିଲେ । ପରେ ୩୧ ତାରିଖ ସନ୍ଧ୍ୟାରେ ଆସି ରିପୋର୍ଟ ଦେଇଥିଲେ । ରିପୋର୍ଟକୁ ଆଧାର କରି ଖାରବେଳ ନଗର ଥାନା ପୋଲିସ ତଦନ୍ତ ଆରମ୍ଭ କରିଥିଲା । ପରେ ଘଟଣାର ପାରିପାର୍ଶ୍ବିକ ପ୍ରମାଣ ଓ ସାକ୍ଷୀଙ୍କ ବୟାନ ସହ ମହଳାଙ୍କର ୧୬୧ ବୟାନ ଆଧାରରେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।

Leave a Reply

Your email address will not be published. Required fields are marked *