ସଂସ୍କାର : ଆପଣ ନିଶ୍ଚିତ ଭାବରେ ସିରିୟଲ କିଲର କିମ୍ବା ସିରିୟଲ କିସର୍ ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏସିଡ୍ ବାଥ୍ କିଲରଙ୍କ ବିଷୟରେ କହିବାକୁ ଯାଉଛି। ଯିଏକି ନିଜ ପ୍ରେମିକାକୁ ଏସିଡରେ ଗାଧୋଇ ହତ୍ୟା କରିଛନ୍ତି। ନିଜର ଗାର୍ଲଫ୍ରେଣ୍ଡଙ୍କୁ ଯନ୍ତ୍ରଣାଦାୟକ ମୃତ୍ୟୁ ଦେଇ ଚର୍ଚ୍ଚାକୁ ଆସିଛନ୍ତି ଜଣେ କାନବେରିଆର ହତ୍ୟାକାରୀ ପ୍ରେମିକ। ତାଙ୍କ ଗର୍ଲଫ୍ରେଣ୍ଡକୁ ହତ୍ୟା କରାଯାଇଥିବା ଅଭିଯୋଗ ହେବାର କିଛି ଦିନ ପରେ ସତକୁ ଲୁଚାଇବାକୁ ଯାଇ ଫେସବୁକରେ ନିଜ ପ୍ରେମିକାଙ୍କୁ ଆଲିଙ୍ଗନ କରିବାର ଏକ ଫଟୋ ମଧ୍ୟ ସେୟାର କରିଥିଲେ ଏହି ଯୁବକ। ଯାହାଫଳରେ କେହି ବି ସନ୍ଦେହ କରିବେନି ଯେ, ତାଙ୍କ ଗାର୍ଲଫ୍ରେଣ୍ଡଙ୍କୁ ସେ ହତ୍ୟା କରିନାହାନ୍ତି ବୋଲି। ଅର୍ଥାତ୍ ଏହି ହତ୍ୟାକାରୀ ବ୍ୟକ୍ତି ଯୋଜନାକୁ ସମ୍ପୂର୍ଣ୍ଣ ରୂପ ଦେବା ପାଇଁ ଏବଂ ସେ ଆଇନର କବଳରୁ ରକ୍ଷା ପାଇବା ପାଇଁ ଏହି ଫୋଟ ସୋସିଆଲ ମିଡ଼ିଆରେ ଅପଲୋଡ଼ କରିଥିଲେ। କିନ୍ତୁ ଆଇନର ଦୂର ଦୃଷ୍ଟିରୁ ନିଜକୁ ରକ୍ଷା କରିପାରିଲାନି ଏହି ହତ୍ୟାକାରୀ ପ୍ରେମିକ।
ବୃତ୍ତି ଅନୁଯାୟୀ ବଡି ବିଲଡର ମେରାଜ ଜାଫର ତାଙ୍କର ୧୯ ବର୍ଷ ବୟସ୍କା ଗାର୍ଲଫ୍ରେଣ୍ଡ ଆମିନା ହାୟତଙ୍କୁ ଏକ ଏସିଡ୍ ଭର୍ତ୍ତି ଟବରେ ଗାଧୋଇ ହତ୍ୟା କରିଥିବା ଅଭିଯୋଗ ହୋଇଛି। ବାଥଟବ ନିକଟରେ ପୋଲିସ ମୃତଦେହ ପାଇବା ପରେ ଏହା ନିଶ୍ଚିତ ହୋଇଛି। ଖବର ମୁତାବକ, ହାୟାତ୍ ବଡି ବିଲଡର ମେରାଜ ଜାଫରଙ୍କର ପ୍ରେମିକାରୁ ପତ୍ନୀ ହୋଇ ସାରିଥିଲେ। ଉଭୟ କିଛି ସପ୍ତାହ ପୂର୍ବରୁ ବିବାହ କରିଥିଲେ ଏବଂ ବିବାହ ପରେ ହିଁ ଜାଫର ହାୟାତଙ୍କୁ ଏସିଡ୍ ଦ୍ୱାରା ସ୍ନାନ କରି ଯନ୍ତ୍ରଣାଦାୟକ ମୃତ୍ୟୁ ଦେଇଛନ୍ତି।
ହାୟାତଙ୍କର ପୋର୍ଟ-ମର୍ଟମ ରିପୋର୍ଟରୁ ଏହା ଜଣାପଡିଛି । ତେବେ ଗତ ଶନିବାର ମଧ୍ୟାହ୍ନ ୧୨ ଟାରୁ ୫ ଟା ମଧ୍ୟରେ ହାୟାତଙ୍କର ମୃତ୍ୟୁ ଘଟିଛି। ଯାହାକି ଶବ ବ୍ୟବଛେଦର ରିପୋର୍ଟ କହୁଛି।
ବାସ୍ତବରେ, ଘଟଣା ଦିନ ହୟାତଙ୍କ ପରିଜନ ଘରକୁ ଆସି ସେଠାରେ ଭଙ୍ଗାରୁଜା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଘରକୁ ଯାଇ ଦେଖିବା ବେଳେ ବାଥ ରୁମ ଟବରେ କେବଳ କିଛଖଣ୍ଡ ମାଂସ ଟୁକୁରା ଦେଖିଥିଲେ। ମାମଲାରେ ପୋଲିସକୁ ଫୋନ କରି ସୂଚନା ଦେବାରୁ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଏହି ଘଟଣା ବିଷୟରେ ପୋଲିସ ଜାଣିବା ପୂର୍ବରୁ, ହାୟାତଙ୍କର ମୃତ୍ୟୁକୁ ଏକ ଦିନ ବିତିଯାଇଥିଲା।
ତରଳିଯାଇଥିବା ଶରୀର ଅବଶିଷ୍ଟାଂଶକୁ ପୋଷ୍ଟମର୍ଟମ ମାଧ୍ୟମରେ ହୟାତଙ୍କର ବୋଲି ଚିହ୍ନଟ କରାଯାଇଥିଲା। ପୋଷ୍ଟମର୍ଟମରେ ଏହା ନିଶ୍ଚିତ ହୋଇଛି ଯେ ମୃତଦେହ ହାୟାତଙ୍କର ଅଟେ। ତେବେ ପୋଲିସ ତୁରନ୍ତ ଜାଫରଙ୍କୁ ଧରିବା ପାଇଁ ଅପରେସନ୍ ଆରମ୍ଭ କରିଥିଲା, କିନ୍ତୁ କିଛି ଘଣ୍ଟା ପରେ ଜାଫର ନିଜେ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲା।